ଭୁବନେଶ୍ବର : ଏୟାରଫିଲଡ ଥାନାରେ ନ୍ୟାୟ ନମିଳିବାରୁ ଭୁବନେଶ୍ୱର ଡିସିପିଙ୍କୁ ଭେଟିଲେ ରାଜଧାନୀ ଭୁବନେଶ୍ୱରର ସୁନ୍ଦରପଦା ନିକଟସ୍ଥ ପଞ୍ଚୁପଲ୍ଲୀ ଗ୍ରାମ ପଂଚାୟତର ବାସିନ୍ଦ

ସୂଚନା ଅନୁସାରେ ପଞ୍ଚୁପଲ୍ଲୀ ଗ୍ରାମ ପଂଚାୟତ ଅନ୍ତର୍ଗତ ପଞ୍ଚୁପଲ୍ଲୀ ଗ୍ରାମର ମିନତୀ ଖଟେଇ ଏବଂ ତାଙ୍କ ପରିବାର ଉପରେ ହୋଇଥିବା ଅତ୍ୟାଚାର ବିରୋଧରେ ଏୟାରଫିଲଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ. ମାତ୍ର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଫଳରେ ସ୍ଥାନୀୟ ସରପଞ୍ଚଙ୍କ କିଛି ପ୍ରତିନିଧି ଆଲୋଚନା ପାଇଁ ଥାନାକୁ ଯାଇଥିବା ବେଳେ ଆଇଆଇସି ସେମାନଂକୁ ଖରାପ ବ୍ୟବହାର କରିଥିବା ସେମାନେ ଅଭିଯୋଗ କରିଛନ୍ତି ।

ତେବେ ମିନତୀ ଏବଂ ତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଭୁବନେଶ୍ୱର ଡିସିପିଙ୍କୁ ଭେଟିଛନ୍ତି ପଞ୍ଚୁପଲ୍ଲୀ ଗ୍ରାମ ପଂଚାୟତର ଗ୍ରାମବାସୀ ।
