Odia news portal

ଗୋଟେ ଛାତ ତଳେ ଘରର ସମସ୍ତ ଉପକରଣ

ଭୁବନେଶ୍ବର : ବାଲିଅନ୍ତା ବଜାରରେ ଖୋଲିଲା “ହୋମ ପ୍ଲସ ସୁପର ମାର୍ଟ” ସ୍ଥାନୀୟ ଲୋକ ମାନଙ୍କ ଆବଶ୍ୟକତା ଦେଖି ଭୁବନେଶ୍ବର ବାଲିଅନ୍ତା ବଜାର ରେ “ହୋମ ପ୍ଲସ ସୁପର ମାର୍ଟ” ଖୋଲା ଯାଇଛି । ଜଣେ ବ୍ୟକ୍ତି ଗୋଟେ ଛାତ ତଳେ ଘରର ସମସ୍ତ ଉପକରଣ ଯେପରି ପାଇ ପାରିବ ତାର ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି ।

ଗରାଖ ସମସ୍ତ ଜିନିଷ କିପରି ଉପଯୁକ୍ତ ମୂଲ୍ୟ ଦେଇ ପାଇବା ସହ ଆନୁଷଙ୍ଗିକ ସେବା ପାଇ ପାରିବେ ସେଥିପାଇଁ ମୂଖ୍ୟତ ପ୍ରୟାସ କରାଯିବ ବୋଲି ମାର୍ଟ ର ମୁଖ୍ୟ ଦୀପକ ବାବୁ ସମସ୍ତଙ୍କୁ ଜଣାଇ ଥିଲେ, ଏହି ସୁପର ମାର୍ଟ ଉଦଘାଟନ ନିମନ୍ତେ ପୁରୀ ଶ୍ରୀମନ୍ଦିରର ଶ୍ରୀଜଗନ୍ନାଥଙ୍କ ସେବକ ଶ୍ରୀ କିର୍ତ୍ତୀ ପ୍ରକାଶ ଦାସ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ଡ଼ ନାରାୟଣ ମହାପାତ୍ର, ଦିଲ୍ଲୀପ ପଟ୍ଟନାୟକ, ମନୋଜ କୁମାର ରାଉଳ, ସୁବାସ କୁମାର ଜଗତି, ଓ ବହୁ ଶୁଭ ଚିନ୍ତକ ଯୋଗ ଦେଇଥିଲେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ସମସ୍ତେ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ସୁପର ମାର୍ଟକୁ ଉଦଘାଟନ କରାଯାଇ ଥିଲା ।

ଏହି କାର୍ଯ୍ୟକ୍ରମ ରେ ଦୀପକ ବାବୁଙ୍କ ବାପା, ମା ଓ ପୁରା ପରିବାର ଯୋଗ ଦେଇଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସୁପର ମାର୍ଟ ଭଲ ଭାବେ ଚାଲିବାକୁ ସମସ୍ତେ କାମନା କରି ଥିଲେ

You might also like
Leave A Reply

Your email address will not be published.