Odia news portal

ଭାରତରତ୍ନ କର୍ପୁରୀ ଠାକୁରଜୀଙ୍କ ୧୦୦ତମଜନ୍ମ ଶତବାର୍ଷିକୀ ଓ ସମ୍ବର୍ଦ୍ଧନା ସମାରୋହ


ଭୁବନେଶ୍ୱର : ଭୁବନେଶ୍ୱର ବାରିକ ସମାଜ ପକ୍ଷରୁ ମହାନ୍ ଜନନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାରତରତ୍ନ ଶ୍ରୀ କର୍ପୁରୀ ଠାକୁରଙ୍କ ୧୦୦ତମ ଜନ୍ମ ଶତବାର୍ଷିକୀ ଭୁବନେଶ୍ୱରସ୍ଥିତ ବୁଲନ ଭାଇ ସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଇଂ ଅଖିଳ ଚନ୍ଦ୍ର ବାରିକ ସଭାପତିତ୍ୱ କରିଥିଲେ । ଉତ୍ସବ ପ୍ରାରମ୍ଭରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଏହି ଉତ୍ସବରେ ରାଜ୍ୟର କଟକ, ଖୋର୍ଦ୍ଧା, ପୁରୀ, ଯାଜପୁର ଓ ଝାରସୁଗୁଡ଼ା ଜିଲ୍ଲାର ଜାତିଭାଇମାନେ ଯୋଗ ଦେଇଥିଲେ ।

ଯାଜପୁର ଜିଲ୍ଲାର ସମ୍ପାଦକ ଶ୍ରୀଯୁକ୍ତ ବାବାଜୀ ଚରଣ ବାରିକ ଓ କଟକର ଶ୍ରୀଯୁକ୍ତ ପ୍ରତାପ କୁମାର ବାରିକ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ଡକ୍ଟର ଦୀନେଶ ଶର୍ମା, ପୂର୍ବତନ ରାଜ୍ୟ ସଭାପତି ବିକ୍ରମ କୁମାର ବାରିକ, ରାଜ୍ୟ ସମିତିର ସମ୍ପାଦକ ମାୟାଧର ବାରିକ, ବିବେକାନନ୍ଦ ବାରିକ ଓ ଗଙ୍ଗାଧର ବାରିକ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ ।

ଅତିଥିମାନେ ଭାରତରତ୍ନ କର୍ପୁରୀ ଠାକୁରଙ୍କ ବାଲ୍ୟଜୀବନୀ ସମ୍ପର୍କରେ ଆଲୋଚନା କରିଥିଲେ । ସମସ୍ତଙ୍କ ମୁହଁରେ ଠାକୁରଙ୍କ ଗୁଣଗାନ କରାଯିବା ସହ ପରବର୍ତ୍ତୀ ସମୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ତାଙ୍କର ଜନ୍ମ ଶତବାର୍ଷିକ ପାଳନ କରିବାକୁ ଉତ୍ସବରେ ନିଷ୍ପତ୍ତି ନିଆଯାଇଥିଲା ।

ଏଭଳି ଏକ ଉତ୍ସବର ଆୟୋଜନ କରାଯାଇଥିବାରୁ ଭୁବନେଶ୍ୱର ବାରିକ ସମାଜକୁ ଉପସ୍ଥିତ ଜାତିଭାଇମାନେ ସାଧୁବାଦ ଜଣାଇଥିଲେ । ବିବେକାନନ୍ଦ ବାରିକ ମଞ୍ଚ ପରିଚାଳନା କରିଥିବା ବେଳେ ରଞ୍ଜନ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

You might also like
Leave A Reply

Your email address will not be published.