Odia news portal

ଭୁବନେଶ୍ୱରରେ ଖୋଲିଲା ୨ୟ ତ୍ରୟମ୍ଵକମ ହେଲଥ କେୟାର

ଭୁବନେଶ୍ୱର : ବୁଧବାର ସାନ୍ଧ୍ୟ ୬ରେ ୟୁନିଟ ୬ ସ୍ଥିତ ୧୬୦ ପ୍ଲଟ ନମ୍ବରରେ ତ୍ରୟମ୍ଵକମ ହେଲଥ କେୟାର ହସ୍ପିଟାଲ୍ ର ଶୁଭ ଉଦଘାଟନ ହୋଇ ଯାଇଛି।

ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଭୁବନେଶ୍ବର ଏମପି ଅପରାଜିତା ଷଡ଼ଙ୍ଗୀ, ସମ୍ମାନିତ ଅତିଥିଭାବେ ଭାବେ ଯୋଗଦେଇଥିଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ଭୁବନେଶ୍ଵର ମଧ୍ଯ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ଭୁବନେଶ୍ବର କ୍ଳବ୍ ଚେୟାରମେନ ପର୍ଶୁନାଥ ସୁବୁଦ୍ଧି, କର୍ପୋରେଟର ଧୀରେନ୍ଦ୍ର ବେହେରା ଓ ରଶ୍ମୀ ରଞ୍ଜନ ପାଟସାନି ଉପସ୍ଥିତ ରହି ହସ୍ପିଟାଲ୍ କୁ ଉଦଘାଟନ କରିଥିଲେ।

ଏହି ହସ୍ପିଟାଲ୍ ରେ ୪୫ଟି ବେଡ୍ ବିଶିଷ୍ଟ ସମସ୍ତ ସେବା ଟେକ୍ନୋଲୋଜିର ସୁବିଧା ରହିଛି। ଏଠାରେ ମଧ୍ଯ BSKY କାର୍ଡ ଧାରୀ ମାନଙ୍କ ପାଇଁ ସଂପୂର୍ଣ୍ଣ ମାଗଣାରେ ରୋଗୀ ମାନଙ୍କୁ ସେବା ଯୋଗାଇ ଦିଆ ଯିବାର ସୁବିଧା ରହିଛି।

You might also like
Leave A Reply

Your email address will not be published.