Odia news portal

ଜୟ ମା ଭବାନି ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ଭୁବନେଶ୍ବର : ଆପଣ ମାନଙ୍କୁ ପ୍ରଣାମ, ମା ଦୂର୍ଗା ଭବାନିଙ୍କ କୃପାରୁ ଆପଣ ମାନଙ୍କର ସର୍ବଦା କଲ୍ଯାଣ ହେଉ । ୨୦୧୭ ମସିହାରୁ ଜୟ ମା ଭବାନି ଟ୍ରଷ୍ଟ ପକ୍ଷରୁ ସାମାଜ ସେବାର ଯାତ୍ରା ଆରମ୍ଭ କରି ଆଜି ୨୦୨୩ରେ ପହଞ୍ଚିଛି । ଆଜି ଏହି ଅବସରରେ ଆମେ ବରିଷ୍ଠ ନାଗରିକ ସଙ୍ଘ ଭି ଏସ ଏସ ନଗର ଭୁବନେଶ୍ବରରେ ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର ନେତୃତ୍ୱରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ ରେ ଡାକ୍ତର ଅଶୋକ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ଆଜିର ସ୍ୱାସ୍ଥ୍ୟ ଶିବିର ରେ ଜାଗା ମିଶନର ଉପଦେଷ୍ଟା ଶ୍ରୀମତୀ ସାସ୍ୱତୀ ମିଶ୍ର ବରିଷ୍ଠ ନାଗରିକ ସଙ୍ଘ ର ସଭାପତି କୃପାସିନ୍ଧୁ ସାହୁ, ସମ୍ପାଦକ ସୁରେଶ ଚନ୍ଦ୍ର କର, ବି ବି ପ୍ରଧାନ, ତ୍ରିଲୋଚନ ରଥ, ବି କେ ଦେଓ , ଶ୍ରୀ ନିବାସ ରାଓ ଅଚ୍ୟୁତ ପ୍ରସାଦ ବେହେରା, ରଞ୍ଜନ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

ଆଜିର ସ୍ୱାସ୍ଥ୍ୟ ଶିବିର ରେ ଇନଷ୍ଟିଚୁଟ ଅଫ ଗ୍ଯାସଟ୍ରୋଲୋଜି ଆଣ୍ଡ କିଡିନି କେୟାର, ଏ ସ ଜୀ ଆଇ ହସପିଟାଲ, ଡାକ୍ତର ରବିନ କର, ଡାକ୍ତର ରାଜ ଦୀପ ବେହୁରା, ଡା ସୁରେନ୍ଦ୍ର ସାହୁ, ଡ଼ ଶିବ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ ପରୀକ୍ଷା ଶିବିରକୁ ପରି ଚାଳନା କରିଥିଲେ ।

You might also like
Leave A Reply

Your email address will not be published.