Odia news portal

ଓଡିଶାର ପ୍ରଥମ ଭେଗାନ୍ ୟୁଥ୍ କ୍ଲାଇମେଟ୍ କନ୍‌ଫରେନ୍ସ : ଏକ ସବୁଜ ଭବିଷ୍ୟତ ପାଇଁ ଏକତ୍ରିତ କରିଛି


ଭୁବନେଶ୍ୱର : ଆମେ ଓଡିଶାର ପ୍ରଥମ ଭେଗାନ୍ ୟୁଥ୍ କ୍ଲାଇମେଟ୍ କନ୍‌ଫରେନ୍ସ, ଓଡିଶା କନ୍‌ଫରେନ୍ସ ଅଫ୍ ୟୁଥ୍ (ଓସିଓୱାଇ)ର ଘୋଷଣା କରି ଉାହିତ ଅଛୁ, ଏହା ହେଉଛି ଏକ ପରିବର୍ତନଶୀଳ କାର୍ଯ୍ୟକ୍ରମ ଯାହା ଯୁବପିଢିଙ୍କୁ ଭେଗାନିଜିମ୍ ଓ ସ୍ଥାୟୀ ଜୀବନ ବଂଚିବାର ପରିଦୃଶ୍ୟ ମାଧ୍ୟମରେ ଜଳବାୟୁ ପରିବର୍ତନକୁ ସମ୍ବୋଧିତ କରିବା ପାଇଁ ଯୁବପିଢିଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି । ୟୁଥ୍‌୪ୱାଟର ପ୍ଲସ୍ ଓ ଆନିମଲ କ୍ଲାଇମେଟ୍ ଏବଂ ହେଲ୍‌ଥ ସେଭ୍ ଫାଉଶେନ, ପ୍ଲାଂଟ୍ ବେସ୍‌ଡ ଟ୍ରିଟି ସମେତ ଅନ୍ୟାନ୍ୟ ସହଯୋଗୀ ଯେପରିକି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ (ଏମ୍‌ଓଇଏଫ୍‌ଆସିସି), ୱାଇ୨୦, ଜି୨୦, ୟୁନିସେଫ୍‌, ୟୁଏନ୍ ଇିଆ, ଆନିମଲ ସେଭ୍ ଇିଆ, ଫୋର୍ସ, ସାତ୍ୱିକ ସୋଲ୍ ଫାଉଶେନ, ୟୁଥ୍ ଫର୍ ସଷ୍ଟେନେବିଲିଟି, ପିଏଏନ୍‌ଟିଆଇଏସ୍‌ଏସ୍‌, କ୍ଲାଇମେଟ୍‌ଆକ୍ଟ, ଆଇଏଫ୍‌ଆଇ, ଓଡିଶା ଲାଇଭ୍‌, ଆସ୍‌ଜା, ଅନ୍ତରଙ୍ଗ ଓ ବିପିଇ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀ ଏଆଇସି-ଏନ୍‌ଆଇଟିଏଫ୍ ଭୁବନେଶ୍ୱରରେ ଆସନ୍ତା ଅଗଷ୍ଟ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଏବଂ ଏହା ଏହି ପରିବର୍ତନଶୀଳ ସମାବେଶରେ ଯୋଗ ଦେବା ପାଇଁ ସମସ୍ତ ବର୍ଗର ଯୁବପିଢିଙ୍କୁ ଆମନ୍ତ୍ରିତ କରିଛି ।

ଭେଗାନ ୟୁଥ୍ କ୍ଲାଇମେଟ୍ କନ୍‌ଫରେନ୍ସ ଏକ ସ୍ୱତନ୍ତ୍ର ପ୍ଲାଟ୍‌ଫର୍ମ ସୃଷ୍ଟି କରିବାକୁ ଚାହୁଁଛି ଯେଉଁଠାରେ ଯୁବପିଡି ଭେଗାନିଜିମ୍ ଓ କ୍ଲାଇମେଟ୍ ଆକ୍ସନ ମଧ୍ୟରେ ଶକ୍ତିଶାଳୀ ସଂଯୋଗକୁ ଆବିଷ୍କାର କରିପାରିବେ । ଏକ ପ୍ଲାଂଟ୍‌-ବେସ୍‌ଡ ବା ଉଦ୍ଭିଦ-ଭିତିକ ଜୀବନଶୈଳଳୀକୁ ଆପଣାଇ ଅଂଶଗ୍ରହଣକାରୀମାନେ କିଭଳି ସେମାନଙ୍କର ଆହାର ବା ଖାଦ୍ୟ ପସନ୍ଦ ଜଳବାୟୁ ପରିବର୍ତନକୁ ହ୍ରାସ କରିବା, ଜୈବବିବିଧତାକୁ ସଂରକ୍ଷିତ ରଖିା ଓ ଭବିଷ୍ୟତ ପିଢି ପାଇଁ ପୃଥିବୀକୁ ସୁରକ୍ଷିତ ରଖିବାରେ ଯୋଗଦାନ ଦେଇପାରିବ ତାହା ଜାଣିବାକୁ ପାଇବେ ।
ଭେଗାନ ୟୁଥ୍ କ୍ଲାଇମେଟ୍ କନ୍‌ଫରେନ୍ସର ପ୍ରମୁଖ ହାଇଲାଇଟ୍‌ଗୁଡିକ ମଧ୍ୟରେ ସାମିଲ ରହିଛି: କ୍ଲାଇମେଟ୍‌-ଭେଗାନ ସଂଯୋଜିତ ଗୋଷ୍ଠୀ ଉପରେ ବିଶେଷଜ୍ଞଙ୍କ ତଥ୍ୟ: ପରିବେଶ ବିଜ୍ଞାନ, ଜଳବାୟୁ ସକ୍ରିୟତା ଓ ସ୍ଥାୟୀ କୃଷି କ୍ଷେତ୍ରର ପ୍ରତିଷ୍ଠିତ ବକ୍ତାମାନେ ପଶୁପାଳନର ପରିବେଶୀୟ ପ୍ରଭାବ ଏବଂ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ହ୍ରାସ କରିବା କ୍ଷେତ୍ରରେ ଭେଗାନିଜିମ୍‌ର ଭୂମିକା ଉପରେ ପ୍ରମାଣ-ଆଧାରିତ ଅନୁସନ୍ଧାନ ଓ ତଥ୍ୟ ଉପସ୍ଥାପନ କରିବେ ।

ପ୍ୟାନେଲ ଆଲୋଚନା ଓ କର୍ମଶାଳା: ନିୟୋଜିତ ପ୍ୟାନେଲ ଆଲୋଚନା ଜଳବାୟୁ ପରିବର୍ତନ, ଜୈବବିବିଧତାର କ୍ଷତି ଓ ପଶୁ କଲ୍ୟାଣର ସଂଯୋଗ ଉପରେ ଗୁରୁତ୍ୱ ଦେବେ କର୍ମଶାଳାଗୁଡିକ ଏକ ଭେଗାନ୍ ଜୀବନଶୈଳୀ ଆପଣାଇବା, ବର୍ଜ୍ୟବସ୍ତୁ ହ୍ରାସ କରିବା ଓ ପରିବେଶ-ସଚେତନ ନିଷ୍ପତି ନେବା ଉପରେ ପରାମର୍ଶ ଓ ସୂଚନା ପ୍ରଦାନ କରିବ । ଯୁବ-ନେତୃତ୍ୱାଧୀନ ଜଳବାୟୁ ଅଭିଯାନ: ଏହି ସମ୍ମିଳନୀ ପ୍ରେରଣାଦାୟକ ଯୁବ-ନେତୃତ୍ୱାଧୀନ ଅଭିଯାନଗୁଡିକୁ ପ୍ରଦର୍ଶିତ କରିବ ଯାହା ଜଳବାୟୁ ପରିବର୍ତନ ବିରୋଧରେ ଲଢିବା କ୍ଷେତ୍ରରେ ଏକ ଭିନ୍ନତା ସୃଷ୍ଟି କରୁଛି । ଯୁବ ଜଳବାୟୁ କାର୍ଯ୍ୟକର୍ତା, ପକ୍ଷ ଉପସ୍ଥାପନକାରୀ ଓ ଉଦ୍ୟୋଗୀମାନେ ସାର୍ଥକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଜର କାହାଣୀ, ଆହ୍ୱାନ ଓ ସଫଳତାକୁ ସେୟାର କରିବା ସହିତ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବେ ।

You might also like
Leave A Reply

Your email address will not be published.