Odia news portal

ସାୱନ୍ କୃପାଲ ରୁହାନି ମିଶନ ଦ୍ଵାରା ଚାରାରୋପଣ

ଭୁବନେଶ୍ବର : ପରମ ପୂଜ୍ୟ ସନ୍ଥ ରାଜେନ୍ଦ୍ର ସିଂ ଜି ମହାରାଜଙ୍କ ସାନିଧ୍ୟରେ ସାୱନ୍ କୃପାଲ ରୁହାନି ମିଶନ ଭୁବନେଶ୍ଵର କେନ୍ଦ୍ର ଦ୍ଵାରା ସନ୍ଥ ସାୱନ୍ ସିଂ ଜି ମହାରାଜଙ୍କ ୧୬୫ତମ ଜନ୍ମ ମହୋତ୍ସବ ପାଳନ ହୋଇଯାଇଛି ।

ଏହି ଅବସରରେ ମିଶନ ପକ୍ଷରୁ ବୃଦ୍ଧା ଆଶ୍ରମ ଠାରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା ଏବଂ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ଏହାପରେ ଆଶ୍ରମ ପରିସରରେ ଶ୍ରଦ୍ଧାଳୁ ମାନଙ୍କ ଦ୍ଵାରା ମହାରାଜ ଜିଙ୍କ ସ୍ମୃତି ଚାରଣ କରାଯାଇଥିଲା

You might also like
Leave A Reply

Your email address will not be published.