Odia news portal

କଳିଙ୍ଗ କ୍ରୀଡ଼ା ଓ ବିକାଶ ପରିଷଦ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର (ଚକ୍ରଧର ମାଝି) : ନୂଆପଲ୍ଲୀ କଳିଙ୍ଗ କ୍ରୀଡ଼ା ଓ ବିକାଶ ପରିଷଦ ପକ୍ଷରୁ ବୁଧବାର ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।

ପରିଷଦ ପକ୍ଷରୁ ପ୍ରାୟ ୮୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଅତିଥି ଭାବେ ମେୟର ସୁଲୋଚନା ଦାସ, ଭୁବନେଶ୍ବର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର, ଓଡ଼ିଶା ମୋ ପରିବାର ସଭାପତି ରୁଦ୍ର ସାମନ୍ତରାୟ, ସ୍ଥାନୀୟ କର୍ପୋରେଟର ବନ୍ଦିତାପାଲ, ସମାଜସେବୀ ଅର୍ଜୁନ ବେହେରା ପ୍ରମୁଖ ଯୋଗଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅଶ୍ବିନୀ ଦେବତା, ଆର୍ କେ ମହାନ୍ତି, ରଞ୍ଜିତ ସାହୁ, ବାଙ୍କନିଧି ସାମଲ, ଚିନ୍ମୟୀ ଦାସ, କାହ୍ନୁଚରଣ ମହାକୁଡ଼, ମନୋରଞ୍ଜନ ବେହେରା, ଚିତ୍ରସେନା ବେହେରା, ପ୍ରଭୁଦତ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ପରିଷଦ ଉପସଭାପତି ନିହାର ମହାପାତ୍ରଙ୍କ ଜନ୍ମଦିନ ଅବସରରେ ଏହି ଶିବିରର ଆୟୋଜନ କରାଯାଇଥିଲା।

You might also like
Leave A Reply

Your email address will not be published.