ବ୍ରହ୍ମପୁର : ରାଜ୍ୟ ସ୍ତରୀୟ ସ୍କାଉଟ ଓ ଗାଇଡର ରେନ ବୋ କ୍ୟାମ୍ପ ପ୍ରତିଯୋଗିତାରେ ସ୍ଥାନୀୟ ଲାଞ୍ଜି ପଲି ରାଜପଥ ନିକଟସ୍ଥ ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ର ଛାତ୍ର ଛାତ୍ରୀ ପୂର୍ଣ୍ଣ ସଫଳତା ପ୍ରାପ୍ତ କରି ଅନୁଷ୍ଠାନର ଗର୍ବ ଗୌରବକୁ ଦ୍ଵିଗୁଣିତ କରିଛନ୍ତି ।
ଏହି ପ୍ରତିଯୋଗିତାରେ ମୋଟ ଦଶ ଜଣ ଛାତ୍ର ଛାତ୍ରୀ ଭାଗ ନେଇ ୩ଟି ସୁବର୍ଣ୍ଣ, ୨ଟି ରୌପ୍ୟ ପଦକ ସହ ଯୋଗ ଓ ଟେଷ୍ଟ ଅଫ ଓଡ଼ିଶା ରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି କାର୍ଯ୍ୟକ୍ରମର ଗୁରୁଦାୟିତ୍ଵ ନେଇ ଥିଲେ ରୁନାଲ କୁମାର ବେହେରା ଓ ରଶ୍ମି ସାମନ୍ତ ।
ଏହି ସଫଳତା ପାଇଁ ଅନୁଷ୍ଠାନ ର ନିର୍ଦେଶକ ଇଂ .ଅଶୋକ କୁମାର ପାଳ ସମସ୍ତଙ୍କୁ ସାଧୁବାଦ୍ ଜଣାଇଛନ୍ତି । ବ୍ରହ୍ମପୁର ସହରରେ ଥିବା ପ୍ରମୁଖ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ମଧ୍ୟରେ ଶିକ୍ଷା ସଂସ୍କାର ସହ ବିଭିନ୍ନ ପ୍ରତିଯୋଗିତାରେ ପୂର୍ଣ୍ଣ ସଫଳତା ପ୍ରାପ୍ତ ପୂର୍ବକ ପ୍ରଗତିର ପଥେ ଆଗେଇ ଚାଲୁ ଥିବା ଏହି ଅନୁଷ୍ଠାନ କୁ ଅଞ୍ଚଳ ବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।