Odia news portal

ଚିପିଲିମା ମତ୍ସ୍ୟଯାଆଁଳ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କଲେ ମତ୍ସ୍ୟ ଉନ୍ନୟନ ନିଗମ ଅଧ୍ୟକ୍ଷ

ସମ୍ବଲପୁର : ରାଜ୍ୟ ମତ୍ସ୍ୟ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାଷ ପାତ୍ର ଆଜି ସମ୍ବଲପୁରର ଚିପିଲିମା ଠାରେ ଥିବା ମତ୍ସ୍ୟଯାଆଁଳ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଛନ୍ତି ।

ଏହି ଗ୍ରସ୍ତ ସମୟରେ ସେ ବିଭାଗୀୟ ଅଧିକାରୀ ଓ ମତ୍ସ୍ୟଚାଷୀମାନଙ୍କ ସହିତ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଗନାମାନ କିପରି କାର୍ଯ୍ୟକାରୀ କରାଯାଇ ମତ୍ସ୍ୟଚାଷୀମାନେ ଆତ୍ମନିର୍ଭରଶୀଳ ହେବା ସହିତ ଓଡିଶା ଆଗକୁ ମତ୍ସ୍ୟଉତ୍ପାଦନ କ୍ଷେତ୍ରରେ ଭାରତବର୍ଷରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇପାରିବ ସେହି ବିଷୟରେ ଆଲୋଚନା କରିଥିଲେ ।

ଆଜିର ଏହି ଗ୍ରସ୍ତ ସମୟରେ ସମ୍ବଲପୁର ଜିଲ୍ଲା ମତ୍ସ୍ୟ ଉନ୍ନୟନ ଅଧିକାରୀ ତୁଷାର ରଂଜନ ଧର୍, ଚିପିଲିମା ଫାର୍ମ ହାଉସର ମ୍ୟାନେଜର ଫଗୁଲାଲ ମହାନନ୍ଦ ଏବଂ ଅତିରିକ୍ତ ଜିଲ୍ଲା ମତ୍ସ୍ୟଉନ୍ନୟନ ଅଧିକାରୀମାନଙ୍କ ଉପସ୍ଥିତରେ ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଥିଲେ । ଆଗାମି ଦିନରେ ବିଭିନ୍ନ ମତ୍ସ୍ୟଯୌଳକେନ୍ଦ୍ର ଗ୍ରସ୍ତ କରି ମୁଖ୍ୟମନ୍ତ୍ରୀଙ୍କର ଯୋଜନାକୁ ଲୋକାଭିମୁଖ କରିବା ସହିତ ଏହି ଯୋଜନା ଚାଷୀମାନଙ୍କ ପାଖରେ ପହଁଚାଇବା ପାଇଁ ଏଭଳି ଉଦ୍ୟମ ଜାରି ରହିବ ବୋଲି ଅଧ୍ୟକ୍ଷ ମତବ୍ୟକ୍ତ କରିଥିଲେ ।

You might also like

Leave A Reply

Your email address will not be published.

19 − nine =