Odia news portal

ଏ ପି ଜେ ବିଦ୍ୟାଳୟରେ ଶିଶୁଦିବସ ପାଳନ


ଭୁବନେଶ୍ୱର : ଶିଶୁ ମାନେ ଟିକି ଟିକି କଳିକା । ଏହି କଳିକାଟି ଯେତେବେଳେ ଫୁଟିଉଠେ ସେ ତାର ମହକରେ କେବଳ ସମଗ୍ର ପରିବେଶନୁହେଁ ସମଗ୍ର ଦେଶକୁ ମହକାଇଦିଏ । ସେଇ ଟିକି ଟିକି କଳିକା ମାନଙ୍କୁ ନେଇ ଭୁବନେଶ୍ୱର ସ୍ଥିତ ଏପିଜେ ସ୍କୁଲ ମହା ଆଡମ୍ବରରେ ପାଳନ କରିଛି ଶିଶୁଦିବସ । ବିଦ୍ୟାଳୟର ଉପଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀବତୀ ଦାଶ ପ୍ରଦୀପ ପ୍ରଜ୍ବଳନ କରି ଉକ୍ତ କାର୍ଯ୍ୟକ୍ରମର ଶୁଭଉଦ୍ଘାଟନ କରିଥିଲେ ।

ବିଦ୍ୟାଳୟର କୁନି କୁନି ପିଲାମାନଙ୍କୁ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ children’s FEST ର ଆୟୋଜନ କରାଯାଇଥିଲା । ପିଲାମାନଙ୍କର କଳାତ୍ମକ ବିକାଶ ଓ଼ ବୌଦ୍ଧିକ ବିକାଶ ପାଇଁ ଅନେକ ପ୍ରକାର କାର୍ଯ୍ୟକ୍ରମ ହୋଇଥିଲା । ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ କଳା ଚାତୁର୍ଯ୍ୟ, ଖେଳ କୁଦ, ମନୋରଞ୍ଜନ ଧର୍ମୀ ପ୍ରତିଯୋଗିତା ଓ଼ ବିଭିନ୍ନ ପ୍ରକାରର ଖାଦ୍ୟପାନୀୟ ର ସମ୍ଭାର ଥିଲା ।

ଅଭିଭାବକମାନେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଆନନ୍ଦକୁ ଦ୍ବିଗୁଣିତ କରିଥିଲେ । ଅଧ୍ୟକ୍ଷା ମହୋଦୟା ଓ଼ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା । ଶିଶୁମାନଙ୍କ ବୌଦ୍ଧିକ, ମାନସିକ ଓ଼ ନୈତିକ ବିକାଶ ପାଇଁ ଏପଜେ ର ଏହି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ବାସ୍ତବରେ ସ୍ୱାଗତଯୋଗ୍ୟ ।

You might also like

Leave A Reply

Your email address will not be published.

sixteen − nine =