Odia news portal

ଭୁବନେଶ୍ବରରେ ପ୍ରଥମ ଥର ପାଇଁ ଏଭେରେଷ୍ଟ ବିକେସିସି ଆୟୋଜିତ

ଭୁବନେଶ୍ଵର: ହସ୍ପିଟାଲିଟୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଭୁବନେଶ୍ଵର ସହରରେ ପ୍ରଥମ ଥର ପାଇଁ ଏଭେରେଷ୍ଟ ବେଟର କିଚେନ୍ କୁଲିନାରୀ ଚ୍ୟାଲେଞ୍ଜ (ଏଭେରେଷ୍ଟ ବିକେସିସି) ଆୟୋଜିତ ହୋଇଯାଇଛି। ଶେଷ ବର୍ଷର ହସ୍ପିଟାଲିଟୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ହେଉଛି ଭାରତର ସର୍ବବୃହତ୍ତ ଓ ରୋମାଞ୍ଚକର କୁକିଂ ଚ୍ୟାଲେଞ୍ଜ। ଏହା ନୂତନ ଶେଫ୍‌ମାନଙ୍କୁ ସେମାନଙ୍କ ଟ୍ୟାଲେଣ୍ଟ ପ୍ରଦର୍ଶନ କରିବାର ରାସ୍ତା ଦେଖାଇବା ସହ ଭବିଷ୍ୟତକୁ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ଆଦର୍ଶ ସ୍ପ୍ରିଙ୍ଗ୍‌ବୋର୍ଡ ପ୍ରଦାନ କରିଥାଏ।

ଏହି ଚ୍ୟାଲେଞ୍ଜର ବିଷୟବସ୍ତୁ ହେଉଛି “ଫ୍ଲେଭର୍ସ ଅଫ୍ ଇଣ୍ଡିଆ” ଏବଂ ଏହା ବର୍ତ୍ତମାନର ସିଜିନ୍-୪ କାର୍ଯ୍ୟକ୍ରମ ଅଟେ । ଆଞ୍ଚଳିକ ବ୍ୟଞ୍ଜନ ବିଷୟରେ ସଚେତନତା ସୃଷ୍ଟି କରିବା ସହ ଭାରତର ମସାଲାଗୁଡିକୁ ଉପଯୋଗ କରି ଭାରତୀୟ ବ୍ୟଞ୍ଜନକୁ ଲୋକପ୍ରିୟ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଅଟେ। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ କ୍ୟାଟେରିଂ ଟେକ୍ନୋଲୋଜି ଏବଂ ଆପ୍ଲାଏଡ୍ ନ୍ୟୁଟ୍ରିସନ୍, ଭୁବନେଶ୍ଵର ଦ୍ଵାରା ଏହି ରୋଷେଇ ଚ୍ୟାଲେଞ୍ଜ ଆୟୋଜିତ ହୋଇଯାଇଛି।

ଏଭେରେଷ୍ଟ ସିଜିନ୍-୪ କାର୍ଯ୍ୟକ୍ରମ ସମଗ୍ର ଦେଶରେ ଭୋପାଳ, କୋଲକାତା, କୋଟ୍ଟାୟମ୍, ଚେନ୍ନାଇ, ବେଙ୍ଗାଲୁରୁ, ଡେରାଡୁନ୍, ଚଣ୍ଡୀଗଡ, ଏନ୍‌ସିଆର୍‌-ନୋଇଡା, ପୁନା, ମୁମ୍ବାଇ, ବଡୋଦରା, ଜୟପୁର, ଗୋଆ ଏବଂ ନାଗପୁର ଆଦି ୧୫ଟି ସହରରେ ଆୟୋଜନ କରାଯାଇଛି ।

୧୭, ୧୮ ଫେବୃୟାରୀ ୨୦୨୩ରେ ସମସ୍ତ ସହରର ବିଜେତାମାନଙ୍କୁ ମୁମ୍ବାଇ ଗ୍ରାଣ୍ଡ ଫାଇନାଲରେ ଆମନ୍ତ୍ରଣ କରାଯିବ। ଏହି କାର୍ଯ୍ୟକ୍ରମରେ ଜାତୀୟ ବିଜେତା ୟୁଏସ୍ଏ ଜେ ୧ ଶେଫ୍ ଏକ୍ସଚେଞ୍ଜ ଭିଜିଟର୍ସ ପୋଗ୍ରାମ୍ ଅଧନରେ ପ୍ରଥମ ବିଜେତାଙ୍କୁ ୫୭୫୦ ଡଲାର ସ୍କଲାର୍ସିପ ଏବଂ ପ୍ରଥମ ଓ ଦ୍ଵିତୀୟ ରନର୍ସ ଅପ୍‌ଙ୍କୁ ଯଥାକ୍ରମେ ୧୦୦୦ ଓ ୭୫୦ ଡଲାର ସ୍କଲାର୍ସିପ ମିଳିବ।

You might also like

Leave A Reply

Your email address will not be published.

13 − one =