Odia news portal

ବାପୁଜୀନଗରରେ ଖୋଲିଲା ଅତ୍ୟାଧୁନିକ ବିୟୁଟି ସେଲୁନ୍, ଲାଉଞ୍ଜ ୩୬୦

ଭୁବନେଶ୍ବର: ବାପୁଜୀନଗରରେ ଏକ ଅତ୍ୟାଧୁନିକ ବିୟୁଟି ସେଲୁନ୍ ଲାଉଞ୍ଜ ୩୬୦ ର ଆଜି ଶୁଭ ଉଦଘାଟନ ହୋଇଛି । ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଏଥିରେ କେଶ ବିନ୍ୟାସ ଏବଂ ସୌନ୍ଦର୍ଯ୍ୟ ସେବା
ଉପବଲବ୍ଧ ହେବ । ମୁମ୍ବାଇର ପୂର୍ବତନ ପୁଲିସ କମିସନର ତଥା ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ ଏବଂ ଭୁବନେଶ୍ବର ମହାନଗର ନିଗମ ମେୟର ସୁଲୋଚନା ଦାସ ଏହାକୁ ଉଦଘାଟନ କରିଛନ୍ତି ।

ଏହି ବିୟୁଟି ସେଲୁନ୍ ରେ ପୁରୁଷ ଓ ମହିଳାଙ୍କ ପାଇଁ ପୃଥକ୍ ଭାବେ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ରହିଛି । ଗ୍ରାହକମାନେ ବିଭିନ୍ନ ଷ୍ଟାଇଲ୍ ର ହେୟାରକଟ୍, ସେଭିଙ୍ଗ୍, ଦାଢ଼ି ଟ୍ରିମିଂ, ପେଡିକିଓର୍‌, ମାନିକିଓର, ହେୟାର କଲରିଂ, ସାମ୍ପୋ ଆଣ୍ଡ କଣ୍ଡିସନିଂ, ଫାସିଆଲ୍, ବ୍ରାଇଡାଲ୍ ମେକ ଅପ୍, କେରାଟିନ୍, ଷ୍ଟେଟେନିଙ୍ଗ, ସ୍କୁଥନିଙ୍ଗ୍, ରିବଣ୍ଡିଂ ପ୍ରଭୃତିର ସୁବିଧା ନେଇପାରିବେ । ଏଥ୍‌ସହ ଗ୍ରୀଷ୍ମ ପ୍ରକୋପରୁ ତ୍ଵଚାକୁ ରକ୍ଷା କରିବା ପାଇଁ ଅର୍ଗାନିକ୍ଫା ସିଆଲ୍, ମାନିକିଓର ଏବଂ ପେଡିକିଓର ଭଳି ସ୍ବତନ୍ତ୍ର ଉପଚାର ରଖାଯାଇଛି । ସେଲୁନ ଟି ବାପୁଜୀନଗରସ୍ଥିତ ପାତ୍ର ଇଲେକଟ୍ରୋନିକ୍ସ ପାଖ ଆରବିଏଲ୍ ବ୍ୟାଙ୍କ ବିଲଡିଂର ଦ୍ବିତୀୟ
ମହଲାରେ ରହିଛି ।

ଏହାର ଇଣ୍ଟେରିୟର୍ ଖୁବ୍ ଆକର୍ଷଣୀୟ ହୋଇଛି । ସ୍ବତନ୍ତ୍ର ଭାବେ ବ୍ରାଇଡାଲ୍ ଏବଂ ଭିଆଇପି ରୁମ୍, ଫାସିଆଲ୍ ରୁମ୍ ଏବଂ ସ୍କା କ୍ୟାବିନ୍ ବେଶ ଆରାମଦାୟକ ଏବଂ ଗ୍ରାହକଙ୍କ ମନଲାଖ୍ କରାଯାଇଛି ।
ଗ୍ରାହକଙ୍କୁ ଉପଯୁକ୍ତ ସେବା ଯୋଗାଇବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି ଲାଉଞ୍ଜ ୩୬୦ ବିୟୁଟି ସେଲୁନ୍ ର ପ୍ରତିଷ୍ଠାତା ପ୍ରିୟଙ୍କା ମିଶ୍ର କହିଛନ୍ତି ।

ବର୍ତ୍ତମାନର ଷ୍ଟାଇଲ୍‌ ଏବଂ ଫେସନ୍‌ ଟ୍ରେଣ୍ଡରେ ଆମେ ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ବିୟୁଟି ଏବଂ ହେୟାର ଟ୍ରିଟମେଣ୍ଟ ଯୋଗାଇଦେବାକୁ ବଦ୍ଧ ପରିକର ବୋଲି ସେ କହିଛନ୍ତି। ଏହା ସହିତ ସେ ଘୋଷଣା କରିଛନ୍ତି ଯେ, ଲାଉଞ୍ଜ ୩୬୦ ଏହାର ନିଜସ୍ବ ଉତ୍ପାଦ ଗୁଡ଼ିକୁ ଖୁବ୍ ଶୀଘ୍ର ଲଞ୍ଚ କରିବାକୁ ଯୋଜନା କରୁଛି ।

You might also like

Leave A Reply

Your email address will not be published.

eleven − 5 =