Odia news portal

ନନ୍ଦନ କାନନ ଉଚ୍ଚ ବିଦ୍ୟାଳୟ ଓ ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ଉତ୍ତର ଵିଧାୟକ

ଭୁବନେଶ୍ଵର : ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଶିକ୍ଷା କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତ୍ତନର ନିଷ୍ପତ୍ତି ନେଇ ରାଜ୍ୟର ୧୦୭୦ ଉଚ୍ଚ ବିଦ୍ୟାଳୟକୁ ୫-ଟିରେ ଅନ୍ତଭୁର୍କ କରି ସ୍କୁଲରେ ଉନ୍ନତ ମାନର ଶିକ୍ଷା, ଉନ୍ନତ ମାନର ଲାଇବ୍ରେରୀ, ଉଚ୍ଚ କୋଟିର ଲାବ୍ରୋଟୋରି, ସ୍ମାର୍ଟ କ୍ଲାସ ରୁମ, ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ଏବଂ ଖେଳ ପଡ଼ିଆର ଭିତ୍ତିଭୂମିର ବିକାଶ ପାଇଁ ନିଷ୍ପଭି ନେଇଛନ୍ତି ସେଥିମଧ୍ୟରୁ ଉତ୍ତର ଭୁବନେଶ୍ଵର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଘୁନାଥପୁର ଗ୍ରାମପଞ୍ଚାୟତର ନନ୍ଦନ କାନନ ଉଚ୍ଚ ବିଦ୍ୟାଳୟ ଓ ଦାଢା ଗ୍ରାମପଞ୍ଚାୟତର କେନ୍ଦୁପାଟଣା ଠାରେ ଥିବା ଉତ୍କଳମଣି ଗୋପବନ୍ଧୁ
ଉଚ୍ଚ ବିଦ୍ୟାଳୟ ଅନ୍ୟତମ ।

ଆଜି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ଭୁବନେଶ୍ଵର ବ୍ଲକର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଉକ୍ତ ଦୁଇଟି ସ୍କୁଲ ପରିଦର୍ଶନ କରି ଉନ୍ନତି ମୂଳକ କାର୍ଯ୍ୟର ତଦାରଖ କରିଥିଲେ ଏବଂ ଯଥାଶୀଘ୍ର ବାକି ରହିଥିବା କାର୍ଯ୍ୟକୁ ସଠିକ ସମୟରେ ସମାପ୍ତ କରିବା ପାଇଁ ବିଭାଗୀୟ ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ସ୍କୁଲ ପରିଦର୍ଶନ ସମୟରେ ବିଧାୟକଙ୍କ ସହିତ ସ୍ଥାନୀୟ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ କୁନାଲ ରାଉତ, ସମାଜସେବୀ ସୁବାଷ ଚନ୍ଦ୍ର ପାତ୍ର, ସମିତିସଭ୍ୟା ଝୁନାରାଣୀ ରାଉତ, ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଭାରତୀ ଦେଇ, ପ୍ରଧାନ ଶିକ୍ଷକ ଦିଲ୍ଲିପ କୁମାର ତ୍ରୀପାଠି, ବରିଷ୍ଠ ମୁରବୀ ଭଗବାନ ଜେନା, ଯୁବନେତା ନିର୍ମଳ ରାଉତ, ଅରୁଣ ସେନାପତି, ଜଗନ୍ନାଥ ଭଞ୍ଜ, ଜନକ ମାଙ୍ଗୀ, ବିଡିଓ ରମେଶ ଚନ୍ଦ୍ର ସେଠୀ, ସହକାରୀ ଯନ୍ତ୍ରୀ, ସନ୍ତୋଷ କୁମାର ଭୂୟାଁ, କନିଷ୍ଠ ଯନ୍ତ୍ରୀ, ଶ୍ରୀମତୀ ରଶ୍ମିତା କରଣ, ଦେବେନ୍ଦ୍ର ସୁବୁଦ୍ଧି ଓ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଅଂଚଳର ବରିଷ୍ଠ ମୁରବୀମାନେ ଯୋଗ ଦେଇ ରାଜ୍ୟ ସରକାରଙ୍କର ୫-ଟି ଦ୍ଵାରା କରାଯାଉଥିବା ଶିକ୍ଷା କ୍ଷେତ୍ରରେ ଏଭଳି ଗଠନ ମୂଳକ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ଏହି ଅବସରରେ ମାନ୍ୟବର ବିଧାୟକଙ୍କ ଦ୍ବାରା ଉଭୟ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବିଜୁ ବାବୁଙ୍କ ଉପରେ ଆଧାରିତ ଏକ ପୁସ୍ତକ THE TALL MAN BIJU PATTANAIK ନାମକ ଏକ
ପୁସ୍ତକ ପ୍ରଦାନ କରିଥିଲେ।

You might also like

Leave A Reply

Your email address will not be published.

3 × 4 =