Odia news portal

କସ୍ତୁରୀ ମହିଳା ସଂଗଠନ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର : ସମାଜସେବୀ ମିଲନ ପାଇକରାୟଙ୍କ ନେତୃତ୍ୱରେ ଗ୍ରୀନ୍ ୱାଲ୍ଡ, କସ୍ତୁରୀ ମହିଳା ସଂଗଠନ ଏବଂ ବାଲିତୋଟାସାହି ଓନର୍ସ ଆସୋସିଏସନର ସହଯୋଗରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଯୋଗଦେଇ ବୃକ୍ଷରୋପଣ କରିବା ସହିତ ବୃକ୍ଷପ୍ରେମୀମାନଙ୍କୁ ଉତ୍ସାହିତ କରିଥିଲେ ।

ବାଲିତୋଟା ସାହି ଅଳର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଅଳର ଯୁବସମାଜସେବୀ ମିଲନ କୁମାର ପାଇକରାୟଙ୍କ ଜରିଆରେ ବିଧାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ବିଧାୟକ ଦାବିପତ୍ରକୁ ପଢି ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରିବେ ବୋଲି ଅଳବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ପୂର୍ବରୁ ଶ୍ରୀ ପାଇକରାୟଙ୍କ ତରଫରୁ ଲଗାଯାଇଥିବା ଗଛର ରକ୍ଷଣାବେକ୍ଷଣର ଦାୟିତ୍ୱ ନେଇଥିବା ଅଳର ସନ୍ତୋଷ କୁମାର ଡ଼ାକୁଆଙ୍କୁ ଶ୍ରୀ ପାଇକରାୟଙ୍କ ତରଫରୁ ବିଧାୟକ ଉରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କର୍ପୋରେଟର ନିଖିଳ କୁମାର ବଳବନ୍ତରାୟ, ଅର୍ଜୁଜନ ବେହେରା, କସ୍ତୁରୀ ମହିଳା ସଂଗଠନର ସଭାପତି କାନନବାଳା ମହାପାତ୍ର, ସାଧାରଣ ସମ୍ପାଦିକା ବନଜା ଦାଶ, ବାଲିତୋଟା ସାହି ଓନର୍ସ ଆସୋସିଏସନର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ଦାଶ, ସଞ୍ଜୀବ ସେନାପତି, ସୁଧୀର ନାୟକ, ଆଶିଷ ସେଠୀ, ଅନୁଜ ଚନ୍ଦ୍ର ନାୟକ ଓ ଶାସ୍ୱତ ଲେଙ୍କାଙ୍କ ସମେତ ଅଳର ଅନେକ ବରିଷ୍ଠ ନାଗରିକ, ମହିଳା ଓ ଯୁବକମାନେ ଉପସ୍ଥିତ ଥିଲେ । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ ଅଳବାସୀ ଓ ଶ୍ରୀ ପାଇକରାୟଙ୍କ ତରଫରୁ ଗ୍ରୀନ୍ ୱାଲ୍ଡର ମୁଖ୍ୟ ନୃପେଶ ନାୟକ ଧନ୍ୟବାଦ ଜଣାଇଛନ୍ତି ।

You might also like

Leave A Reply

Your email address will not be published.

four × two =