Odia news portal

ମାତ୍ର ୪ ବର୍ଷ ବୟସରେ ଚର୍ଚ୍ଚାରେ ଥିଲେ, କୁଆଡ଼େ ହଜିଗଲେ ବୁଦ୍ଧିଆ ସିଂ

ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସରେ ଦ୍ରୁଟି ଚାନ୍ଦଙ୍କ ପଦକ ଆଶା ବିଷୟରେ ଆଲୋଚନା ଜୋର ଧରିଛି । ଏଭଳି ପରିସ୍ଥିତିରେ ସାତ ଘଣ୍ଟା ମଧ୍ୟରେ ପୁରୀରୁ ଭୁବନେଶ୍ବର ଦୌଡି ସାରା ବିଶ୍ବରେ ଲୋକଲୋଚନକୁ ଆସିଥିବା ବୁଦ୍ଧିଆ ସିଂଙ୍କ କଥା ସମସ୍ତଙ୍କର ମନେ ପଡୁଛି । ହେଲେ କୁଆଡେ ଗଲେ ବୁଦ୍ଧିଆ ସିଂ । ସେ କଣ ଦୌଡିବା ଛାଡି ଦେଇଛନ୍ତି ନାଁ ସେ ଉଦ୍ୟମ ଜାରି ରଖୁଛନ୍ତି ? ୨୦୦୬ରେ ବୁଦ୍ଧିଆ ସିଂ ମାତ୍ର ୪ ବର୍ଷ ବୟସରେ ଭୁବନେଶ୍ବରରୁ ପୁରୀ ୬୫ କି.ମି ରାସ୍ତାକୁ ୭ ଘଣ୍ଟାରେ ଅତିକ୍ରମ କରି ଲିମ୍‌କା ବୁକ୍ ଅଫ୍ ରେକର୍ଡରେ ସାମିଲ ହୋଇଥିଲେ । ଏହାପରେ ସେ ବହୁ ମାରାଥନରେ ଦୌଡ଼ି ପୁରସ୍କୃତ ହୋଇଥିଲେ । ବୁଦ୍ଧିଆଙ୍କ ଏହି ଦୌଡକୁ ଦେଖୁ ଦେଶବାସୀ ଆଶା ରଖୁଥଲେ ଯେ ସେ ଦିନେ ନା ଦିନେ ଭାରତ ପାଇଁ ଅଲିମ୍ପିକ୍ସରେ ଗୋଲଡ୍ ମେଡାଲ ଆଣିବେ । ଏପରିକି ଅନେକେ ବୁଦ୍ଧିଆଙ୍କୁ ପରବର୍ତ୍ତୀ ମିଲ୍ଲା ସିଂ ବୋଲି କହିଥିଲେ। ଭୁବନେଶ୍ବରର ଭରତପୁର ବସ୍ତିରେ ଵୁଦ୍ଦିଆଙ୍କ ମା ସୁକାନ୍ତି ଏବଂ ଦୁଇ ଭଉଣୀ ରୁହନ୍ତି । ହେଲେ ଗତ କିଛି ବର୍ଷ ମଧ୍ୟରେ ସେଠାରେ ବୁଦ୍ଧିଆଙ୍କୁ ଦୌଡିବା କେହି ଦେଖୁ ନାହାଁନ୍ତି । ଏନେଇ ତାଙ୍କ ପରିବାରକୁ ପଚାରିଲେ ବୁଦ୍ଧିଆଙ୍କ ଦୌଡ ବିଷୟରେ କହିବା ବଦଳରେ ତାଙ୍କୁ କିପରି ରାଜ୍ୟ ସରକାର ଏବଂ ବିରଞ୍ଚି ଦାସ ପ୍ରତାରିତ କରିଛନ୍ତି ସେ ବିଷୟରେ କହିଥାନ୍ତି । ହେଲେ ବୁଦ୍ଧିଆଙ୍କ ଦୌଡ ବିଷୟରେ ପ୍ରଦୁ ଟିଏ ବି କହିନଥାନ୍ତି ।

୨୦୦୨ ରେ ଜନ୍ମ ହେଇଥିବା ବୁଦ୍ଧିଆଙ୍କ ପିତାଙ୍କ ମୃତ୍ୟୁ ପରେ ତାଙ୍କ ମା ସୁକାନ୍ତୀ ଘର ଘର ଯାଇ ବାସନ ମାଜୁଥିଲେ । ଏହି ସମୟରେ ସାଲିଆସାହି ବସ୍ତିବାସିନ୍ଦା ସଂଘର ତତ୍କାଳୀନ ସଭାପତି ବିରଞ୍ଚି ଦାସ ବୁଦ୍ଧିଆଙ୍କ ବିଷୟରେ ଜାଣିବାକୁ ପାଇଥିଲେ । ସେ ବୁଧୁଆକୁ ପୌଷ୍ୟ ପୁତ୍ର ଭାବରେ ଗ୍ରହଣ କରିବା ପାଇଁ ସୁକାନ୍ତଙ୍କୁ କହିଥିଲେ । ଏଥିରେ ସୁକାନ୍ତୀ ମଧ୍ୟ ରାଜି ହୋଇଥିଲେ । ଜୁଡୋ କୋଚ୍ ବିରଞ୍ଚି ବୁଦ୍ଧିଆଙ୍କ ଦୌଡ ପ୍ରତିଭା ସଂପର୍କରେ ଜାଣିପାରି ତାଙ୍କୁ ଦୌଡିବାକୁ କହିଥିଲେ। ପ୍ରତିଦିନର ଅଭ୍ୟାସ କରାଇଥିଲେ। ସେ ବହୁ ମାରାଥନରେ ଦୌଡ଼ି ପୁରସ୍କୃତ ହୋଇଥିଲେ । ଏପରିକି ମାତ୍ର ୪ ବର୍ଷ ବୟସରେ ଭୁବନେଶ୍ବରରୁ ପୁରୀ ୬୫ କି.ମି ରାସ୍ତାକୁ ୭ ଘଣ୍ଟାରେ ଅତିକ୍ରମ କରି ଲିମ୍‌କା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲେ । ଏହା ପରେ ବୁଧୂଆ ୪୮ଟି ମାରାଥନ୍ ଦୋଡିଥିଲେ । ଏହି ସମୟରେ ବିରଞ୍ଚି ଦାସ ବୁଧୂଆକୁ ଶୋଷଣ କରୁଥିବାର ଅଭିଯୋଗ ହୋଇଥିଲା । ଏହାକୁ ନେଇ ବିବାଦ ଉପୁଜିଥିଲା । ବିଞ୍ଜି ଏବଂ ବୁଧୂଆଙ୍କୁ ଅଲଗା କରାଯାଇଥିଲା । ୨୦୦୭ ମସିହାରେ ରାଜ୍ୟ ସରକାର ବୁଧୂଆକୁ ଏକ ଷ୍ଟୋର୍ଟସ ହଷ୍ଟେଲରେ ରଖୁଥିଲେ। ଏପ୍ରିଲ ୨୦୦୮ ରେ ପୂର୍ବ ଶତୃତାକୁ କେନ୍ଦ୍ର କରି ବିରଞ୍ଚି ଦାସଙ୍କୁ ଦୁଇଜଣ ବନ୍ଧୁକଧାରୀ ଗୁଳି କରି ହତ୍ୟା କରିଥିଲେ। ଏହା ସହିତ ବୁଧୁଆକୁ ସଫଳତାର ଶିର୍ଷରେ ପହଞ୍ଚାଇବା ପାଇଁ ଦେଖୁଥିବା ବିରଞ୍ଚିଙ୍କର ସେହି ଇଚ୍ଛାର ବି ମୃତ୍ୟୁ ଘଟିଥିଲା ।

ତାଙ୍କ ବଡ଼ ଭଉଣୀ ରଶ୍ମୀ କହିଛନ୍ତି, “ମୋର ଭାଇ କଳାରେ ସ୍ନାତକ ହାସଲ କରିବାକୁ ଦିଲ୍ଲୀ ଯାଇଛନ୍ତି। ଯେହେତୁ ତାଙ୍କୁ କୋଚ୍ ବିରଞ୍ଚି ଦାସ ଠାରୁ ଆରମ୍ଭ କରି ଓଡ଼ିଶା ସରକାର ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଶୋଷଣ କରୁଥିଲେ, ତେଣୁ ସେ ଓଡ଼ିଶାରେ ରହିବାକୁ ଚାହୁଁନଥିଲେ। ସେ ଏକ ବଡ ମାରାଥନ୍ ରନର୍ ହୋଇପାରିଥାନ୍ତେ । ହେଲେ ତାଙ୍କୁ କେବଳ ବ୍ୟବହାର କରାଯାଇ ଫୋଫାଡି ଦିଆଗଲା ।” ସେ କହିଛନ୍ତି ଯେ ” ସରକାର ତାଙ୍କ ପାଇଁ ସବୁକିଛି କରିବେ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ଏପର୍ଯ୍ୟନ୍ତ ତାଙ୍କୁ ଘରଟିଏ ମଧ୍ୟ ଦେଇ ପାରିନାହାଁନ୍ତି । ଆମେ ଭଡା ଘରେ ରହୁଛୁ । ରଶ୍ମୀ ଏବଂ ତାଙ୍କ ମା ସୁକାନ୍ତୀ ଭୁବନେଶ୍ବରର ଏକ ଇଞ୍ଜିନିୟରିଂ କଲେଜରେ କାମ କରନ୍ତି । ବୁଦ୍ଧିଆ ଚଳିତ ବର୍ଷ ମେ ମାସରେ ଘରକୁ ଆସିଥିଲେ ଏବଂ ଜୁନ ମାସରେ ଦିଲ୍ଲୀ ଚାଲିଯାଇଥିଲେ । ଫୋନ ଯୋଗେ ବୁଧୂଆଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ “ମୁଁ ଆଉ ମୋ ଅତୀତ ବିଷୟରେ କିଛି କଥାବାର୍ତ୍ତା କରିବାକୁ ଯାଉନାହିଁ । ସବୁ କିଛି ଭୁଲି ସାରିଛି । ସେ ରାଜସ୍ଥାନର ଯୋଧପୁରରୁ ଫୋନରେ କଥା ହୋଇଥିବାବେଳେ ସେ ତାଙ୍କ ଶିକ୍ଷାନୁଷ୍ଠାନ କିମ୍ବା ଭବିଷ୍ୟତ ଯୋଜନା ବିଷୟରେ କୌଣସି ସୂଚନା ଦେବାକୁ ମନା କରିଦେଇଥିଲେ ।

ଭୁବନେଶ୍ବରର ସାଇ ହଷ୍ଟେଲରେ ରହୁଥିବା ବୁଧୁଆ ଆଉ ଦୌଡ଼ିବାକୁ ପସନ୍ଦ କରିନଥିଲେ । ସେ ଖାଦ୍ୟର ଗୁଣବତ୍ତା ଏବଂ ଉପଯୁକ୍ତ ତାଲିମ ଅଭାବ ନେଇ ବାରମ୍ବାର ଅଭିଯୋଗ କରିବା ପରେ ସେ ବିବାଦକୁ ଟାଣି ହୋଇଯାଇଥିଲେ । କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତୀ ବେହେରା କହିଛନ୍ତି ଯେ, “ତାଙ୍କ ପରିବାର ସରକାରଙ୍କ ସହିତ ଥିବା ସମସ୍ତ ସମ୍ପର୍କକୁ କାଟି ଦେଇଛନ୍ତି। ରାଜ୍ୟ ସରକାର (ଶିଶୁ) ଶୋଷଣ କରୁଛନ୍ତି ବୋଲି ତାଙ୍କ ମା ଏକ ବିବାଦ ସୃଷ୍ଟି କରିଥିଲେ । ସେ ବର୍ତ୍ତମାନ କେଉଁଠାରେ ଅଛନ୍ତି ଆମର କୌଣସି ଧାରଣା ନାହିଁ ବୋଲି ସେ କହିଛନ୍ତି। ୨୦୧୬ ରେ ଚଳଚ୍ଚିତ୍ର ନିର୍ମାତା ସୁମେନ୍ଦ୍ର ପାଢୀଙ୍କ ନିର୍ଦ୍ଦେଶିତ
ତଥା ମନୋଜ ବାଜପେୟୀଙ୍କ ଅଭିନୀତ “ବୁଦ୍ଧିଆ ସିଂ-ବର୍ମ ଟୁ
ରନ୍” ଚଳଚିତ୍ର ‘ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ଭାବରେ ୬୩ ତମ ଜାତୀୟ ପୁରସ୍କାର ଜିତିଥିଲା । ୨୦୧୮ ରେ ଦ୍ରୁତତମ ମାରାଥନର୍ ଏଲିଉଡ୍ କିପଚୋଗେଙ୍କ ପ୍ରଶିକ୍ଷକ ପାଟ୍ରିକ୍ ସାଙ୍ଗ ବୁଆଙ୍କୁ ମାର୍ଗଦର୍ଶନ ଏବଂ ତାଲିମ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ । ସେ ଛୋଟ ଥିବା ସମୟରେ ଯେତିକି ଦୌଡି ପାରୁଥିଲେ ବର୍ତ୍ତମାନ କେତେ ଦୂରତା ଦୌଡି ପାରିବେ ତାକୁ ପରୀକ୍ଷା କରାଗଲେ ଆମେ ଜଣେ ସମ୍ଭାବ୍ୟ ଆଥଲେଟସକୁ ପାଇପାରିବା ବୋଲି ସେ କହିଥିଲେ । ଅବଶ୍ୟ ବୟସ ବଢିବା ହିତ ବୁଧୂଆଙ୍କ ଦୌଡ଼ ଦକ୍ଷତା ଧୂ ଧୂ ହ୍ରାସ ହେବା ବୋଲି କୁହାଯାଉଛି ।

କ୍ରୀଡ଼ା ସାମ୍ବାଦିକ ସନ୍ତୋଷ ମହାନ୍ତି କହିଛନ୍ତି ଯେ “ଆମେ କେବେବି ବୁଧୂଆଙ୍କ ସହିତ ଦୂତୀ ଚାନ୍ଦଙ୍କୁ ତୁଳନା କରିପାରିବା ନାହିଁ । ଦୂତୀ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ଏବେ ଅଲିମ୍ପିକ୍ସରେ ସ୍ଥାନ ପାଇଥିବାବେଳେ ବୁଧୂଆଙ୍କର ଦୌଡ ପ୍ରତି ଆଦୌ ଧ୍ୟାନ ଦେଇନାହାଁନ୍ତି। ସେ ଦୌଡ ପ୍ରତିଯୋଗୀତାକୁ ବିଶେଷ ଗୁରୁତ୍ବ ଦେଉଥିଲେ କୌଣସି ଏକ ସ୍ମାର୍ଟସ ହଷ୍ଟେଲରେ ରହିଥାନ୍ତେ ଅଲିମ୍ପିକ୍ସରେ ପଦକ ପାଇବାକୁ ହେଲେ ଦୂତୀଙ୍କ ଭଳି ବିଭିନ୍ନ ଜାତୀୟ ଚାମ୍ପିଅନସିପ୍ ରେ ଅଂଶଗ୍ରହଣ କରିଥାନ୍ତି । ଏବଂ ତାପରେ ଅଲିମ୍ପିକ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି । ବୁଧୂଆ କିନ୍ତୁ ଏପରି କିଛି କରିନାହାଁନ୍ତି । ଏପରିସୁଳେ ସେ ଏବେ କଣ ହାସଲ କରିବା ତାହା କେବଳ ତାଙ୍କୁ ହିଁ ଜଣା ବୋଲି ମହାନ୍ତି କହିଛନ୍ତି ।

You might also like

Leave A Reply

Your email address will not be published.

one × two =