Odia news portal

ଜନ୍ମ ହେଲା ଅଜବ ବାଛୁରୀ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଚନ୍ଦୌଲିରେ ଏକ ଦୁଇ ମୁଣ୍ଡିଆ ବାଛୁରୀ ଜନ୍ମ ନେଇଛି। ଏହି ବାଛୁରୀର ଦୁଇଟି ମୁଣ୍ଡ ଓ ଦୁଇଟି କାନ, ୪ଟି ଆଖି ରହିଛି। ତେବେ ବାଛୁରୀଟି ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଛି। ଚନ୍ଦୌଲିର ବରହୁଲି ଗାଁର ଅରବିନ୍ଦ ଯାଦବଙ୍କ ଘରେ ଏହି ଆଶ୍ଚର୍ଯ୍ୟଜନକ ବାଛୁରୀ ଜନ୍ମ ନେଇଛି। ଏହି ବାଛୁରୀକୁ ଦେଖିବା ପାଇଁ ଲୋକଙ୍କ ଭିଡ ସୃଷ୍ଟି ହେଉଛି।

ରବିବାର ଦିନ ସକାଳେ ଏହି ବାଛୁରୀଟି ଜନ୍ମ ହୋଇଥିଲା। ଦୁଇ ମୁଣ୍ଡିଆ ବାଛୁରୀକୁ ଦେଖି ଅରବିନ୍ଦ ଯାଦବଙ୍କ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅପର ପକ୍ଷରେ ଗ୍ରାମବାସୀମାନେ ଏହାକୁ ଦେବିକ ଚମତ୍କାର ବୋଲି କହିଛନ୍ତି। ଏହି ଅଜବ ବାଛୁରୀକୁ ଦେଖିବା ପାଇଁ ଆଖପାଖ ଗାଁ ଲୋକମାନଙ୍କ ଭିଡ ସୃଷ୍ଟି ହୋଇଛି।

ପ୍ରାଣୀ ବିଜ୍ଞାନୀଙ୍କ କହିବା ଅନୁଯାୟୀ, ଭ୍ରୁଣ ବିକଶିତ ହେବା ସମୟରେ ସେଲସ୍ ରେ ଆବନର୍ମାଲ ବିକାଶ ପାଇଁ ଏଭଳି ବାଛୁରୀ ଜନ୍ମ ନେଇଛି। ଏହା କୌଣସି ଦୈବୀ ଚମତ୍କାର ନୁହେଁ। ଗର୍ଭରେ ଭ୍ରୁଣ ବିକଶିତ ହେବା ସମୟରେ କୋଶିକା ଗୁଡିକ ବହୁ ଭାଗରେ ବିଭକ୍ତ ହୋଇଯାଆନ୍ତି। ଏହି ପ୍ରକ୍ରିୟା ସମୟରେ ବେଳେ ବେଳେ କୋଶିକା ଗୁଡିକର ଅତିରିକ୍ତ ବିକାଶ ହୋଇଯାଏ ଏବଂ ଦୁଇଟି ମୁଣ୍ଡ ହୋଇଯାଏ। କୋଶିକା ଗୁଡିକର ଏହି ଆବନର୍ମାଲ ଡେଭଲପମେଣ୍ଟକୁ ପଲି ସିଫେଲି କୁହାଯାଏ।

You might also like

Leave A Reply

Your email address will not be published.