Odia news portal

ପୁଣି ଛାତ୍ରୀଙ୍କ ନଗ୍ନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

କେନ୍ଦ୍ରାପଡ଼ା : ବ୍ୟକ୍ତିଗତ ବିବାଦରୁ ଜଣେ ନାବାଳିକା ଛାତ୍ରୀଙ୍କ ନଗ୍ନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବ୍ୟକ୍ତିଗତ ବିବାଦରେ ମୁଣ୍ଡା ପୂରାଇ ଅପରପକ୍ଷକୁ ସହଯୋଗ କରିବାକୁ ଜଣେ ବଙ୍ଗାଳି ମିସ୍ତ୍ରୀଙ୍କ ଜରିଆରେ ନାବାଳିକାଙ୍କ ନଗ୍ନ ଫଟୋ ଭାଇରାଲ ହୋଇଥିବା ସୂଚନା ମିଳିଛି । ଏପରି କରି ନାବାଳିକା ଝିଅ ଓ ତାଙ୍କ ପରିବାରକୁ ବଦନାମ କରିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ବଙ୍ଗାଳି ମିସ୍ତ୍ରୀଙ୍କ ଦୁଇ ସାନଭାଇ ପ୍ରତିପକ୍ଷଙ୍କ ପ୍ରରୋଚନାରେ ଏପରି କରିଥିବା ଅଭିଯୋଗ ଉଠିଛି । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଛାନଭିନ୍‌ ଚଳାଇଛି ।

କେନ୍ଦ୍ରାପଡ଼ା ସଦର ଥାନା ଚାନ୍ଦୋଳ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳରେ ସନ୍‌(ଛଦ୍ମନାମ) ନାମକ ଜଣେ ବ୍ୟକ୍ତି ସପରିବାର ବସବାସ କରିଆସୁଛନ୍ତି । ତାଙ୍କ ଘର ନିର୍ମାଣ ନିମନ୍ତେ ଠିକା ନେଇଥିବା ବଙ୍ଗାଳି ଠିକାଦାର ସେକ୍‌ ମିଲନ ଗତ ୪ବର୍ଷ ହେବ ତାଙ୍କ ଘରେ ରହି ସେହି ଗ୍ରାମର ବିଭିନ୍ନ ଲୋକଙ୍କ ଗୃହ ନିର୍ମାଣ କରୁଥିଲେ । ସୂର୍ଯ୍ୟଙ୍କ ଘରେ ରହିବା ମଧ୍ୟରେ ସମ୍ପୃକ୍ତ ଠିକାଦାରଙ୍କ ସହ ତାଙ୍କ ପରିବାରର ଘନିଷ୍ଠତା ବଢ଼ିଥିଲା । ଯାହାର ସୁଯୋଗ ନେଇଥିଲେ ବଙ୍ଗାଳି ଠିକାଦାର ମିଲନ । ସୂର୍ଯ୍ୟଙ୍କ ନାବାଳିକା ଝିଅଙ୍କ ସହ ମିଳାମିଶା କରିବା ମଧ୍ୟରେ ମିଲନ ତାଙ୍କୁ ପ୍ରଭାବିତ କରିଥିଲେ । ଭିଡିଓ କଲିଂ ବେଳେ ତାଙ୍କର ବିବସ୍ତ୍ର ସମୟର ଫଟୋକୁ ସ୍କ୍ରିନ ସଟ୍‌ କରି ରଖିଦେଇଥିଲେ ।

ପରବର୍ତ୍ତୀ ସମୟରେ ସେହି ଫଟୋକୁ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା । ଏହି ଘଟଣା ସମ୍ପର୍କରେ ନାବାଳିକାଙ୍କ ପରିବାର କିଛି ଜାଣି ନଥିବା ବେଳେ ତାଙ୍କ ପଡ଼ୋଶୀ ସରୋଜ(ଛଦ୍ମନାମ)ଙ୍କ ଗୃହ ନିର୍ମାଣ ବେଳେ ଜମିବାଡିକୁ ନେଇ ଉଭୟ ପରିବାର ମଧ୍ୟରେ କଳହ ଲାଗିବାରୁ ନାବାଳିକାଙ୍କ ବିବସ୍ତ୍ର ଫଟୋ ଭାଇରାଲ କଥା ପଦାକୁ ଆସିଲା । ସେହି ସମୟରେ ସରୋଜଙ୍କ ପତ୍ନୀ ସୂର୍ଯ୍ୟଙ୍କ ପତ୍ନୀଙ୍କୁ ଧମକ ଦେଇ ସେ ଭି ଡିଓ ଭାଇରାଲ କରି ତାଙ୍କ ଝିଅକୁ ବଦନାମ କରିଦେବେ ବୋଲି କହିଥିଲେ । ପରେ ବିଭିନ୍ନ ଅଜଣା ମୋବାଇଲ ନମ୍ବରରୁ ସୂର୍ଯ୍ୟଙ୍କ ମୋବାଇଲକୁ ଫୋନ୍‌ ଆସିବାକୁ ଲାଗିଲା । ତାଙ୍କ ନାବାଳିକା ଝିଅର ଫଟୋ ଏକ ନିର୍ଦ୍ଦିଷ୍ଟ ନମ୍ବରରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଠିକାଦାରଙ୍କର ୨ ସାନଭାଇ ଆସି ସୂର୍ଯ୍ୟଙ୍କ ପଡୋଶୀ ସରୋଜଙ୍କ ଘରେ ରହିବା ସହ ସରୋଜ ଓ ତାଙ୍କ ପତ୍ନୀଙ୍କ ସହ ମିଶି ଏଭଳି କାର୍ଯ୍ୟ କରିଥିବା ଏତଲାରେ ଦର୍ଶାଯାଇଛି । ସଦର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି

You might also like

Leave A Reply

Your email address will not be published.