Odia news portal

ରକ୍ତ ସମ୍ପର୍କରେ କଳଙ୍କ: ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲା ବାପା

ଜଗତସିଂହପୁର : ତିର୍ତ୍ତୋଲ ଥାନା ଅଞ୍ଚଳର ଏକ ଗାଁରେ ଜଣେ ନାବାଳିକାଙ୍କୁ ତାଙ୍କ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ପରେ ଘଟଣାରେ ତିର୍ତ୍ତୋଲ ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି ।

ସୂଚନା ମୁତାବକ ଗତ କିଛି ମାସ ତଳେ ଉକ୍ତ ନାବାଳିକା ଜଣଙ୍କ ନିଖୋଜ ହୋଇଯାଇଥିଲେ । ପରେ ସେ ଉଦ୍ଧାର ମଧ୍ୟ ହୋଇଥିଲା । ଉଦ୍ଧାର ହେବା ପରେ ସେ ଜଣେ ଯୁବକ ସହିତ ପଳାଇଥିବା ନେଇ ପୁଲିସ ସୂତ୍ରରୁ ସୂଚନା ମିଳିଥିଲା । କିନ୍ତୁ ସେତେବେଳେ ବାପା ମାଆ ପିଟାପିଟି କରୁଥିବାରୁ ଘର ଛାଡ଼ି ଯାଇଥିବା ନେଇ ନାବାଳିକା ଜଣଙ୍କ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ବୟାନ ଦେଇଥିଲେ । ତା’ପରେ ତାଙ୍କୁ ଘର ଜିମା ଦିଆଯାଇଥିଲା । ହେଲେ ଗତକାଲି ପୁଣି ସେହି ନାବାଳିକା ତାଙ୍କ ବାପାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ପରେ ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି ।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ କିଛିଦିନ ତଳେ ପୀଡ଼ିତା ନାବାଳିକାଙ୍କର ଜଣେ ବାନ୍ଧବୀ ତାଙ୍କ ଘରକୁ ବୁଲି ଆସିଥିବା ବେଳେ ତାଙ୍କୁ ମଧ୍ୟ ଥଣ୍ଡାରେ ନିଶା ପାନୀୟ ଦେଇ ନାବାଳିକାଙ୍କ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ପୁଲିସ ପାଖକୁ ଆସିଥିଲା । ଏଭଳି ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି ।

You might also like

Leave A Reply

Your email address will not be published.