Odia news portal

ବିନା ନାମ ଫଳକରେ ଚାଲିଛି ବନ୍ଧ ପୁନର ଉଦ୍ଧାର କାର୍ଯ୍ୟ !

ହିଞ୍ଜିଳି : ମୁଖ୍ୟମନ୍ତ୍ରୀଙ୍କ୍ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବ୍ଲକ ଖରୀଡ଼ ପଂଚାୟତରେ ଚାଲିଛି ବିନା ନାମ ଫଳକ ରେ NREGS ବନ୍ଧ ପୁନର ଉଦ୍ଧାର କାମ । କାହା ସ୍ୱାର୍ଥ ରେ ଏହି କାମ ସମ୍ପାଦନ କରା ଯାଉଛି ତାହା ସନ୍ଦେହ ଘେରରେ । ଆଗରେ ନ୍ ହେଲେ ବି ପଛରେ ସମାଲୋଚନା ହେଇଚି ଯେ ରାମ ଯାଉଛି କାମକୁ କିନ୍ତୁ ଦରମା ଶ୍ୟାମ ର ଖାତାକୁ ଆସୁଛି, ଆଉ କେହି କେହି ତ କାମ କୁ ନ୍ ଯାଇ ବି ଦରମା ତାଙ୍କ ଖାତାକୁ ଆସୁଛି ।

ଏଥିରେ କାହାର କେତେ ଭାଗ ସ୍ପଷ୍ଟ ଜଣା ପଡ଼ୁ ନାହିଁ, ଗ୍ରାମ ଲୋକେ ବିରୋଧ କଲେ ନାଲି ଆଖି ଦେଖେଇ ଧମକ ଚମକ ଦେଇ ତ କାହାକୁ ଅର୍ଥ ଲୋଭରେ ଶାନ୍ତି କରାଯାଉଛି । କେଉଁ ମାନେ ହରିଲୁଟ କରୁଛନ୍ତି ଅତିଶୀଘ୍ର ଆମେ ଆପଣଙ୍କ ପାଖକୁ ଆଣିବୁ ।

(ହିଞ୍ଜିଳିକାଟୁରୁ ଶଙ୍କର ନାୟକଙ୍କ ରିପୋର୍ଟ)

You might also like

Leave A Reply

Your email address will not be published.