Odia news portal

ଆସନ୍ତୁ ଜାଣିବା, ଯେଉଁଠି ଜନ୍ମ ହେଉ ହେଉ ବେଶ୍ୟା ହୋଇଯାନ୍ତି ଝିଅମାନେ !

ନୂଆଦିଲ୍ଲୀ : ଯଦିଏ ଦେହ ବେପାରକୁ ନେଇ ଆଇନ୍‌ ରହିଛି , ହେଲେ ଦେଶର ଅନେକ ଭାଗରେ  ଏହା ଆଜିବି ଲକ୍ଷ ଲକ୍ଷ ଝିଅଙ୍କର ଭାଗ୍ୟ ଓ ଭବିଷ୍ୟତ ପାଲଟି ଯାଇଛି । ଯେଉଁଠୁ ବାହାରିବା ତାଙ୍କ ପାଇଁ ସାତ ସପନ ସାଜିଛି। ବେଶ୍ୟାଳୟ କେଉଁଠୁ ଆସିଲା ? ଏହାକୁ ନେଇ ଅନେକ ବିଚାର ରହିଛି । ଯେଉଁଥିରେ ଅଧିକାଂଶ ଲୋକ ଏହା କୁହନ୍ତି ଯେ ପୂର୍ବେ ଏହିସବୁ ସ୍ଥାନରେ କେବଳ ନାଚଗୀତର ଆସର ହିଁ ହେଉଥିଲା । ଯାହାକୁ କଳା ଦୃଷ୍ଟିରୁ ଦେଖାଯାଉଥିଲା , ହେଲେ ସମୟ କ୍ରମେ ଏହି କଳା ସ୍ଥାନରେ ଏହି ଅଭିଶାପ ସ୍ଥାନ ନେଇଗଲା ।

ଦେଶର ଅନେକ ସ୍ଥାନରେ ଆଜି ମଧ୍ୟ ଅନେକ ଝିଅମାନେ ଏହି ଅଭିଶାପର ଶିକାର ହେଉଛନ୍ତି । ସେମାନଙ୍କର ଅନିଚ୍ଛା ସତ୍ତ୍ୱେ ଏହି କଳଙ୍କର ଟିକାକୁ ନିଜ ମଥାରେ ମାରୁଛନ୍ତି । ସେହି ସବୁ ସ୍ଥାନ ମଧ୍ୟରୁ କୋଲକାତାର ସୋନାଗାଛି ଅନ୍ୟତମ ।  ସୋନାଗାଛି ସ୍ଲମ୍‌ ଖାଲି ଭାରତ ନୁହେଁ , ଏସିଆର ସବୁଠୁ ବଡ଼ ରେଡ୍‌-ଲାଇଟ୍‌ ଏରିଆ ଅଟେ । ଏଠାରେ ଅନେକ ଗ୍ୟାଙ୍ଗ୍‌ ରହିଛି , ଯାହାକି ଦେହ ବେପାରର ଧନ୍ଦାକୁ ସଞ୍ଚାଳନ କରୁଛନ୍ତି । ଏହି ସ୍ଲମ୍‌ରେ ୧୮ ବର୍ଷରୁ କମ୍‌ ବୟସର ପାଖାପାଖି  ୧୨ ହଜାରର ଝିଅ ସେକ୍ସ ବେପାରରେ ସଂପୃକ୍ତ ଅଛନ୍ତି ।

ଏହାକୁ ଦୁର୍ଭାଗ୍ୟ କହିବା ଭୁଲ୍‌ ହେବ । କାରଣ ଏହା ସେସବୁଠୁ ବହୁତ ଆଗରେ । ଯେଉଁ ବୟସରେ ଆମର ମାଆ ଆମକୁ ଦୁନିଆର ରୀତିନୀତି , ଲାଜ ସଙ୍କୋଚ ଶିଖାଇଥାଏ , ସେହି ସମୟରେ  ଏଠାରେ ପିଲା ନିଜକୁ  ବିକ୍ରି କରିବାକୁ ଶିଖିଥାଏ । ୧୨ରୁ ୧୭ ବର୍ଷ ବୟସରେ ଝିଅମାନେ ପୁରୁଷ ସହ ଶଯ୍ୟା ସଙ୍ଗିନୀ ହେବାକୁ ଶିଖା ଯାଇଥାଏ । ତାଙ୍କୁ ଖୁସି କରେଇବାକୁ ଶିଖାଯାଏ । ଏହା ବଦଳରେ ତାଙ୍କୁ କିଛି ଅର୍ଥ ମିଳିଥାଏ । ଏହି ଟଙ୍କା ବଦଳରେ  ଏଠାର ମହିଳା କାମନାର ପିଆଲା ସାଜି ପ୍ରଣୟର ଶେଜ ଉପରେ ଶୋଇଯାଏ ।

ଏହି ସ୍ଲମ୍‌କୁ କୌଣସି ବାହାର ବ୍ୟକ୍ତିକୁ ଆସିବା ମନା ହୋଇଥାଏ । ଏମିତି କି ସାମ୍ୱାଦିକ ଓ ଫଟୋଗ୍ରାଫରଙ୍କୁ ଏହି ଲୋକ ଭିତରକୁ ପ୍ରବେଶ କରିବାକୁ ଦିଅନ୍ତି ନାହିଁ ।ଫଟୋଗ୍ରାଫର ସୌଭଦ ଦତ୍ତାଙ୍କ  ମୁତାବକ, ଏମାନେ ସବୁ ଗରିବୀ , ଭ୍ରଷ୍ଟାଚାର ଓ ଅନୈତିକତାର ପରିଣାମ ଅଟେ ।  ଏଠାର ଅଧିକାଂଶ ପିଲାମାନେ ସ୍କୁଲ୍ ଛାଡ଼ି  ଦେହ ବ୍ୟବସାୟ ଶିଖନ୍ତି ।

You might also like

Leave A Reply

Your email address will not be published.