Odia news portal

ପୁଣି ଫେରିଲା ନାଇଟ୍ କର୍ଫ୍ୟୁ, ରାତି ୧୨ଟାରୁ ସକାଳ ୬ଟା ଯାଏଁ ଲାଗିବ କଟକଣା

ଗୁଜୁରାଟ : ଗୁଜୁରାଟର ୪ ପ୍ରମୁଖ ମେଟ୍ରୋ ସହରକୁ ଫେରିଲା ନାଇଟ କର୍ଫ୍ୟୁ। ବଡୋଦରା, ଅହମ୍ମଦାବାଦ, ସୁରଟ ଓ ରାଜକୋଟରେ ଆଜିଠାରୁ ନାଇଟ କର୍ଫ୍ୟୁ ଜାରି କରିଛନ୍ତି ରାଜ୍ୟ ସରକାର। ମାର୍ଚ୍ଚ ୧୭ ରୁ ୩୧ ତାରିଖ ଯାଏଁ ଏହି କଟକଣା ଲାଗୁ ହେବ। ଆଜି ରାତି ୧୨ଟାରୁ ସକାଳ ୬ଟା ଯାଏଁ କର୍ଫ୍ୟୁ ଜାରି କରାଯିବ। ଏଥିପାଇଁ ଅହମଦାବାଦରେ ନରେନ୍ଦ୍ର ମୋଦି ଷ୍ଟାଡିଅମରେ ହେଉଥିବା ଟି-୨୦ ମ୍ୟାଚ ପାଇଁ ଦର୍ଶକଙ୍କ ଉପରେ ପ୍ରତିବନ୍ଧକ ଲାଗିଛି। ତେବେ ଏହି ସମୟରେ ଜରୁରୀକାଳିନ ସେବା ଉପରେ କୌଣସି ପ୍ରତିବନ୍ଧକ ଲାଗିବ ନାହିଁ।

ସୂଚନାନୁଯାୟୀ, ଗୁଜୁରାଟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୯୦ ସଂକ୍ରମିତ ମାମଲା ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨.୭୯ ଲକ୍ଷ ପାର କଲାଣି। ସେହିପରି ସୋମବାର ୫୯୪ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଲେଣି। ଗତ ୨୪ ଘଣ୍ଟା ମଧ୍ୟରେ ସୁରଟରେ ୨୬୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅହମଦାବାଦରେ ୨୦୯ ଜଣ, ବଡୋଦରାରେ ୯୭ ଓ ରାଜକୋଟରେ ୯୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣ ମାମଲା କାରଣରୁ ରାଜ୍ୟ ସରକାର ନାଇଟ କର୍ଫ୍ୟୁ ଜାରି କରିଛନ୍ତି।

You might also like

Leave A Reply

Your email address will not be published.