Odia news portal

‘ରୁଚି’ ପ୍ରଥମ ମହିଳା କବାଡ଼ି ଜିତିଲା ପଟିଆ କଳିଙ୍ଗ ଏକାଡ଼େମୀ

ଭୁବନେଶ୍ୱର : ସ୍ବେଚ୍ଛାସେବୀ ଅନୁଷ୍ଠାନ ଜନନୀ ଫାଉଣ୍ଡେସନ ଆନୁକୂଲ୍ୟରେ ଓଡ଼ିଶା କବାଡ଼ି ସଂଘର ସହଯୋଗରେ ନୂଆପଲ୍ଲୀସ୍ଥିତ କଳିଙ୍ଗ ସ୍ପୋର୍ଟ୍ସ କାଉନିସଲ ପଡ଼ିଆରେ ରବିବାର ଆୟୋଜିତ ‘ରୁଚି ମହିଳା କବାଡ଼ି ପ୍ରତିଯୋଗିତା’ରେ ପଟିଆର କଳିଙ୍ଗ କବାଡ଼ି ଏକାଡେମି ବିଜେତା ହୋଇଛି। ଫାଇନାଲ୍‌ରେ ଏହି ଦଳ ବାରଙ୍ଗର ରେନ୍‌ବୋ କ୍ଲବ୍‌କୁ ୩୫-୨୩ରେ ହରାଇ ଦେଇଛି। ୪ ଦଳକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାରେ ଭୁବନେଶ୍ୱରର ଜୟ ଓଡ଼ିଶା ଟିମ୍ ଓ କଳିଙ୍ଗ ୟୁଥ କ୍ଲବ୍‌ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିଲେ। ଲିଗ୍‌ ପର୍ଯ୍ୟାୟରେ ବାରଙ୍ଗ ଦଳ ୩ରୁ ୩ ଏବଂ ପଟିଆ ଦଳ ୩ରୁ ୨ଟି ମ୍ୟାଚ୍‌ ଜିତି ଫାଇନାଲ୍‌ରେ ଖେଳିଥିଲେ।

ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପଟିଆର ରଙ୍ଗୋଲି ଦାସ ଏବଂ ବାରଙ୍ଗର ଅନିତା ସେନାପତି ପୁରସ୍କୃତ ହୋଇଥିଲେ। ଅନ୍ତର୍ଜାତୀୟ ଅଫିସିଆଲ୍‌ ସସ୍ମିତା ଦାସଙ୍କ ତତ୍ତ୍ବାବଧାନରେ ମାନସ ବାରିକ, ରଚିତ‌‌ା ନାୟକ, ଲତାଞ୍ଜଳି ବେହେରା, ବସନ୍ତ କୁମାର ସାହୁ, ଗାୟତ୍ରୀ ସେଠୀ, ପୁଷ୍ପଲତା ଜେନା, ସନାତନ ସାହୁ, ପଞ୍ଚାନନ ପ୍ରଧାନ, ଦିଲିପ କୁମାର ବେହେରା, ହର୍ଷମଣି ସ୍ବାଇଁ ପ୍ରମୁଖ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।

ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ରୁଚି ମସଲା ପରିଚାଳନା ନିର୍ଦେଶକ ତଥା ରାଜ୍ୟ କବାଡ଼ି ସଂଘ ସଭାପତି ଶରତ ଚନ୍ଦ୍ର ସାହୁ, ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା, ମହିଳା ଓ ଶିଶୁ ବିକାଶ ବିଭାଗ ଉପଦେଷ୍ଟା ସୁଲତା ଦେଓ, ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ, ମହାବୋଧି ସୋସାଇଟି ସମ୍ପାଦକ ସୌରେନ୍ଦ୍ର ମହାପାତ୍ର, କଳିଙ୍ଗ‌ ସ୍ପୋର୍ଟ୍ସ କାଉନିସଲ ସମ୍ପାଦକ ଅର୍ଜୁନ ବେହେରା, ଜନନୀ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ମନୋରମା ଦାଶ, ସମ୍ପାଦକ ବିଜୟ କୁମାର ଦାଶ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ପୁରସ୍କାର ବଣ୍ଟନ କରିଥିଲେ।

ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ସମାଜର ବିଭିନ୍ନ ବର୍ଗରେ ସଫଳ ହୋଇଥିବା ୫୦ରୁ ଊର୍ଧ୍ବ ମହିଳାଙ୍କୁ ‘ମୁଁ ସ୍ବୟଂ ସମ୍ପୂର୍ଣ୍ଣା’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରତିଯୋଗିତା ଆରମ୍ଭରୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଧାୟକ ଅରବିନ୍ଦ ଢାଲି, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ଜିଲ୍ଲା ପରିଷଦ ସଦସ୍ୟ କୁନାଲ ରାଉତ, ବରିଷ୍ଠ ସମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, କିନ୍ନର ମହାସଂଘ ସଭାପତି ମୀରା ପରିଡ଼ା, ବିଶିଷ୍ଟ ସମାଜସେବୀ ଶୁଭଶ୍ରୀ ଦାସ, ପୂର୍ବତନ କର୍ପୋରେଟର ନିଖିଳ ବଳବନ୍ତ ରାୟ, ମନୋରଞ୍ଜନ ମହାନ୍ତି, ମିଲନ କୁମାର ପାଇକରାୟ, ସାହେବ ପତି, ପ୍ରଭୁଦତ୍ତ ସାମଲ ପ୍ରମୁଖ ଅତିଥି ଭାଵେଯୋଗ ଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥି‌ଲେ। ଜନନୀ ଫାଉଣ୍ଡେସନର ନିର୍ଦେଶିକା ମୋନାଲିସା ରାଉତରାୟଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ।

You might also like

Leave A Reply

Your email address will not be published.