Odia news portal

ପ୍ରଥମ ବିଜୟଅଜିତ୍ ଚାମ୍ପିଅନ୍ସ ଟ୍ରଫି ଉଦ୍‌ଘାଟିତ

ଭୁବନେଶ୍ବର : ଦିଂବଗତ ସିନେତାରକା ବିଜୟ ମହାନ୍ତି ଏବଂ ଅଜିତ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭୁବନେଶ୍ବର ବ୍ଲାଷ୍ଟର୍ସ ଆନୁକୂଲ୍ୟରେ ଶୁକ୍ରବାର ସହିଦ ସ୍ପୋର୍ଟିଂ ପଡ଼ିଆରେ ବିଜୟଅଜିତ ଚାମ୍ପିଅନ୍ସ ଟ୍ରଫି କ୍ରିକେଟ୍‌ ଉଦ୍‌ଘାଟିତ ହୋଇଯାଇଛି।

୧୦ ଦଳକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ଦିବସରେ ଭୁବନେଶ୍ବର ମିଡିଆ ସ୍ପୋର୍ଟ୍ସ କ୍ଲବ୍‌ (ବିଏମ୍‌ଏସ୍‌ସି) ଓ ସିସିସି ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ବିଏମ୍‌ଏସ୍‌ସି ୨୧ ରନ୍‌ରେ ଆୟୋଜକ କ୍ଲବ୍‌କୁ ପରାସ୍ତ କରିଥିଲା। ବିଏମ୍‌ଏସ୍‌ସି ନିର୍ଦ୍ଧାରିତ ୧୦ ଓଭରରେ ୧୩୨/୩ କରିଥିଲା। ଜବାବରେ ବ୍ଲାଷ୍ଟର୍ସ ୧୧୧/୫ କରିବାକୁ ସକ୍ଷମ ହୋଇଥିଲା। ଅର୍ଧଶତକ ହାସଲ କରିଥିବା ବିଜୟୀ ଦଳର ପିସି ଲେଙ୍କା (୬୨) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଦ୍ବିତୀୟ ମ୍ୟାଚ୍‌ରେ ସିସିସି ୧୦ ୱିକେଟ୍‌ରେ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ର‌ଫେସର ଦଳକୁ ହରାଇଥିଲା। ଉତ୍କଳ ବିଶ୍ବବିଦ୍ୟାଳୟ ୬୨/୬ କରିଥିଲା। ସିସିସି କୌଣସି ୱିକେଟ୍‌ ନହରାଇ ମ୍ୟାଚ୍‌ ଜିତି ନେଇଥିଲା। ବିଜୟୀ ଦଳର ଚିକୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଉଦ୍‌ଘାଟନୀ ଉତ୍ସବରେ ଅତିଥିଭାବେ ଅଜିତ ଦାସଙ୍କ ପତ୍ନୀ ମାୟା ଦାସ, ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ବବି ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତିଯୋଗିତାକୁ ଜୟ ସାମନ୍ତ, ରାକେଶ ବାରିକ, ରମେଶ ରାଉତ, ଜ୍ୟୋତି ପ୍ରମୁଖ ପରିଚାଳନା କରିଥିଲେ।

You might also like

Leave A Reply

Your email address will not be published.