Odia news portal

୫ଟି ନୂଆ ପ୍ଲାନ୍‌ ଲଞ୍ଚ୍‌ କଲା ଜିଓ

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଶେଷରେ ୨ଜି ମୁକ୍ତ ଭାରତ ‘2G-MUKT BHARAT’ ଅଭିଯାନ ଅଧୀନରେ ଜିଓ ଫୋନ୍ ପାଇଁ ଦୁଇଟି ଅଫର୍ ଆଣିଛି। ଜିଓ ଦୁଇଟି ପ୍ଲାନ୍‌ ବାହାର କରିଛି, ଯେଉଁଥିରେ ୧,୯୯୯ ଟଙ୍କା ଏବଂ ଅନ୍ୟଟି ୧,୪୯୯ ଟଙ୍କାର ରହିଛି। ଏହା ବ୍ୟତୀତ ୭୪୯ ଟଙ୍କାର ଗୋଟିଏ ପ୍ଲାନ୍‌ ରହିଛି ଯାହା ଜିଓ ଫୋନର ଗ୍ରାହକଙ୍କ ପାଇଁ ଅଟେ । ବର୍ତ୍ତମାନ କମ୍ପାନୀ ଜିଓ ଫୋନର ଗ୍ରାହକଙ୍କ ପାଇଁ ପାଞ୍ଚଟି ପ୍ଲାନ୍‌ ଆଣିଛି, ଯାହାର ପ୍ରାରମ୍ଭିକ ମୂଲ୍ୟ ହେଉଛି ୨୨। ଆସନ୍ତୁ ଜାଣିବା ସେସବୁ ବିଷୟରେ …

ଜିଓ ଫୋନ୍ ପାଇଁ କମ୍ପାନୀ ୨୨, ୫୨, ୭୨, ୧୦୨ ଏବଂ ୧୫୨ ଟଙ୍କା ମୂଲ୍ୟର ପାଞ୍ଚଟି ପ୍ଲାନ୍‌ ଆଣିଛି। ଏହି ସମସ୍ତ ପ୍ଲାନ ସବୁ ଗୋଟିଏ ପ୍ଲାନରେ ଅଛି କିନ୍ତୁ ଏଥିରେ କେବଳ ଡାଟା ହିଁ ମିଳିବ। ଅର୍ଥାତ୍ ଏହି ପ୍ଲାନ ସେମାନଙ୍କ ପାଇଁ, ଯେଉଁମାନେ ଡାଟା ପ୍ୟାକ୍ ପାଇଁ ରିଚାର୍ଜ କରିବାକୁ ଚାହୁଁଛନ୍ତି । ଏହି ପ୍ଲାନଗୁଡିକରେ କଲିଂ ସୁବିଧା ମିଳିବ ନାହିଁ । ଆସନ୍ତୁ ଜାଣିବା ଏହାର ସୁବିଧା ସମ୍ପର୍କରେ…

ଏହି ପ୍ଲାନରେ ୨ ଜିବି ଡାଟା ମିଳିବ ଏବଂ ବୈଧତା ୨୮ ଦିନର ହେବ। ଏହି ପ୍ଲାନ ସହିତ ଜିଓର ସମସ୍ତ ଆପ୍ସର ଫ୍ରି ସବ୍ସକ୍ରିପ୍ସନ୍‌ ମିଳିବ।

୫୨ ଟଙ୍କିଆ ପ୍ଲାନ :

ଏହି ପ୍ଲାନରେ ଆପଣ ୪ ଜିବି ଡାଟା ପାଇବେ। ଯାହାର ୨୮ ଦିନର ବୈଧତା ରହିବ । ଡାଟା ସରିବା ପରେ ସ୍ପିଡ ୬୪ କେବିପିଏସ୍‌ ହୋଇଯିବ।

୭୨ ଟଙ୍କିଆ ପ୍ଲାନ :

ଜିଓ ଫୋନ୍‌ର ଏହି ପ୍ଲାନରେ ମୋଟ ଜିବି ଅର୍ଥାତ ପ୍ରତିଦିନ ୫୦୦ ଏମ୍‌ବି ଡାଟା ମିଳିବ। ଏହି ପ୍ଲାନର ସମସ୍ତ ବୈଧତା ୨୮ ଦିନର ରହିବ।

୧୦୨ ଟଙ୍କିଆ ପ୍ଲାନ :

ଏହି ପ୍ଲାନରେ ମୋଟ ୨୮ ଜିବି ଅର୍ଥାତ୍ ପ୍ରତିଦିନ ୧ ଜିବି ଡାଟା ମିଳିବ। ଏହି ପ୍ଲାନର ବୈଧତା ୨୮ ଦିନର ରହିବ।

୧୫୨ ଟଙ୍କିଆ ପ୍ଲାନ :

ଏହା ଶେଷ ପ୍ଲାନ ରହିଛି। ଏଥିରେ ଆପଣଙ୍କୁ ୨୮ ଦିନର ବୈଧତା ମିଳିବ ଏବଂ ମୋଟ ୫୬ ଜିବି ଡାଟା ମିଳିବ, ଅର୍ଥାତ୍ ପ୍ରତିଦିନ ୨ ଜିବି ଡାଟା ମିଳିବ।

You might also like

Leave A Reply

Your email address will not be published.