Odia news portal

ଏବେଠୁ ଦେଖିନିଅନ୍ତୁ ହଲିଡେ ଲିଷ୍ଟ…ମାର୍ଚ୍ଚରେ ୧୧ଦିନ ବନ୍ଦ ରହିବ ସମସ୍ତ ବ୍ୟାଙ୍କ ସେବା

ନୂଆଦିଲ୍ଲୀ: ଫେବୃଆରୀ ମାସ ଶେଷ ହେବାକୁ ଯାଉଛି, ଯଦି ଆପଣ ବ୍ୟାଙ୍କ ସହ ଜଡିତ କୌଣସି କାର୍ଯ୍ୟକୁ ଆସନ୍ତା ମାସ ଅର୍ଥାତ୍ ମାର୍ଚ୍ଚ ପାଇଁ ସ୍ଥଗିତ ରଖିଛନ୍ତି, ତେବେ ଥରୁଟିଏ କ୍ୟାଲେଣ୍ଡରକୁ ଦେଖିନିଅନ୍ତୁ । କାରଣ ବୋଧହୁଏ ଯେଉଁ ଦିନ ଆପଣ ବ୍ୟାଙ୍କକୁ ଯିବାକୁ ଚିନ୍ତା କରୁଛନ୍ତି, ସେହିଦିନ ବ୍ୟାଙ୍କରେ ତାଲା ଝୁଲୁଥାଇପାରେ । ତେଣୁ ଆପଣଙ୍କୁ ଆଗରୁ ଜାଣିନେବା ଭଲ ହେବ ଯେ, ମାର୍ଚ୍ଚରେ କେଉଁ ଦିନ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ହଲିଡେ କ୍ୟାଲେଣ୍ଡର ଅନୁଯାୟୀ ମାର୍ଚ୍ଚରେ ହୋଲି ଏବଂ ମହାଶିବରାତ୍ରୀ ସମେତ ମୋଟ ୧୧ ଦିନ ବ୍ୟାଙ୍କରେ ଛୁଟିଦିନ ହେବ । ଏଥିମଧ୍ୟରୁ ବ୍ୟାଙ୍କଗୁଡିକ ୫ ମାର୍ଚ୍ଚ, ୧୧ ମାର୍ଚ୍ଚ, ୨୨ ମାର୍ଚ୍ଚ, ୨୯ ମାର୍ଚ୍ଚ ଏବଂ ୩୦ ମାର୍ଚ୍ଚରେ ଛୁଟି ରହିବ । ଏହା ବ୍ୟତୀତ ବ୍ୟାଙ୍କଗୁଡିକ ୪ଟି ରବିବାର ଏବଂ ୨ଟି ଶନିବାର ଦିନ ମଧ୍ୟ ବନ୍ଦ ରହିବ ।  ଅର୍ଥାତ୍ ସମୁଦାୟ ୧୧ ଦିନ ବ୍ୟାଙ୍କ ଗୁଡିକରେ କୌଣସି କାମ ହେବ ନାହିଁ ।

ଏହି ଛୁଟି ବ୍ୟତୀତ ବ୍ୟାଙ୍କ କର୍ମଚାରୀଙ୍କ ୯ ଟି ସଂଗଠନର ସର୍ବୋଚ୍ଚ ସଂସ୍ଥା (UFBU) ମାର୍ଚ୍ଚ ୧୫ ରୁ ଦୁଇ ଦିନିଆ ଧର୍ମଘଟ ଘୋଷଣା କରି ଦୁଇଟି ସରକାରୀ କ୍ଷେତ୍ରର ଘରୋଇକରଣକୁ ବିରୋଧ କରିଛି । ଏଠାରେ ଆମେ ଆପଣଙ୍କୁ କହିରଖୁଛୁ ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଅଭିଭାଷଣରେ ବିନିଯୋଗ କାର୍ଯ୍ୟକ୍ରମ ଅଧୀନରେ ଦୁଇଟି ସରକାରୀ କ୍ଷେତ୍ରର ଘରୋଇକରଣ ଘୋଷଣା କରିଛନ୍ତି । ଏହାକୁ ବିରୋଧ କରି ବ୍ୟାଙ୍କ ୟୁନିଅନମାନେ ଧର୍ମଘଟ ସମ୍ପର୍କରେ କହିଛନ୍ତି ।

ନୂତନ ଆର୍ଥିକ ବର୍ଷ ୨୦୨୧-୨୨ ମାର୍ଚ୍ଚ ମାସ ଆରମ୍ଭରୁ ଆରମ୍ଭ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ, ଛୁଟିଦିନରେ ବ୍ୟାଙ୍କର ଶାଖା ବନ୍ଦ ରହିଲେ ମଧ୍ୟ ଆପଣ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଆପଣଙ୍କର ଅନେକ କାର୍ଯ୍ୟକୁ ସମାଧାନ କରିପାରିବେ । ଆରବିଆଇ କହିଛି ଯେ ବିଭିନ୍ନ ରାଜ୍ୟଗୁଡିକରେ ବ୍ୟାଙ୍କ ଛୁଟି ଭିନ୍ନ ହୋଇପାରେ । ତେଣୁ, ସମସ୍ତ ଗ୍ରାହକ ଏହାକୁ ଧ୍ୟାନରେ ରଖି ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ କାର୍ଯ୍ୟ ଯୋଜନା କରିବା ଉଚିତ୍ ।

You might also like

Leave A Reply

Your email address will not be published.