Odia news portal

ଡୁମୁଡୁମା ଜିତିଲା କଳିଙ୍ଗ ଟେନିସ ବଲ କ୍ରିକେଟ ଟ୍ରଫି

ଭୁବନେଶ୍ୱର : କଳିଙ୍ଗ କ୍ରୀଡ଼ା ପରିଷଦରେ ବଦ୍ରୀ ଓ ଜିତୁ ତୃତୀୟ ବର୍ଷ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ପରିଷଦର ଦୁଇ ଉଦୀୟମାନ ପରଲୋକଗତ ସଦସ୍ୟ ଜିତୁ ଏବଂ ବଦ୍ରୀଙ୍କ ସ୍ମୁତିରେ ୩ ଦିନ ଧରି ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ୧୬ ଟି ଦଳ ଭାଗ ନେଇଥିଲେ । ପରିଶେଷରେ ବରମୁଣ୍ଡାର ଏମକେସିସି ଓ ଡୁମୁଡୁମାର ଏନସିଏ ଦଳ ଫାଇନାଲ୍ କୁ ଉନ୍ନୀତ ହୋଇଥିଲେ ପ୍ରଥମେ ବ୍ୟାଟିଂ କରି ବରମୁଣ୍ଡା ଦଳ ୮ ଓଭରରେ ୪ ଉଇକେଟ ବିନିମୟରେ ୯୦ ରନ କରିଥିଲେ ଯାହାକୁ ଡୁମୁଡୁମା ଏନସିଏ ଦଳ ୫ ଉଇକେଟ ବିନିମୟରେ ସଂଗ୍ରହ କରି ନେଇଥିଲେ । ଡୁମୁଡୁମା ଦଳର ନିହାର ବ୍ୟକ୍ତିଗତ ୫୪ ରନ ସହ ମ୍ୟାନ ଅଫ ଦି ଫାଇନାଲ୍ ଓ ଏନସିଏ ଦଳ ଚମ୍ପିୟାନ ହୋଇଥଲେ ।

କଳିଙ୍ଗ କ୍ରୀଡ଼ା ପରିଷଦର ସଭାପତି ଅର୍ଜୁନ ବେହେରା ଉପସଭାପତି ମହେଶ୍ବର ବେହେରା, ପବିତ୍ର ବେହେରା, ସମ୍ପାଦକ ମନୋରଞ୍ଜନ ବେହେରା, ନିହାର ମହାପାତ୍ର, ପ୍ରଭୁଦତ୍ତ ସାମଲ ଚମ୍ପିୟାନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଯୁବସମାଜକୁ ନିଶା କବଳରୁ ମୁକ୍ତ ରଖି ବିଭିନ୍ନ କ୍ରୀଡ଼ା ଉପରେ ପ୍ରାଧାନ୍ୟ ଦେବାକୁ ପରିଷଦ ସବୁବେଳେ ପ୍ରୟାସ ଜାରିରଖିଛି । ଏହି କ୍ରିକେଟ ଏଭେଣ୍ଟକୁ ସୌମ୍ୟ ରଞ୍ଜନ ବେହେରା ଅମିତ, ବେହେରା, ଜଗନ୍ନାଥ, ଜଗନ, ପ୍ରକାଶ, ବାଦଲ, ସାଗର ଆଦି ସୁଚାରୁରୂପେ ପରିଚାଳନା କରିଥିଲେ ।

You might also like

Leave A Reply

Your email address will not be published.