Odia news portal

ବିଜେବି ସୁପର୍ ଲିଗ୍ – ୨୦୨୧ର ପ୍ରଥମ ସଂସ୍କରଣ ଆରମ୍ଭ

ଭୁବନେଶ୍ବର : ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ର ସଂଗଠନ ଦ୍ୱାରା ଅୟୋଜିତ ବିଜେବି ସୁପର୍ ଲିଗ୍ ର ପ୍ରଥମ ସଂସ୍କରଣ ର ମୁଖ୍ୟ ଅତିଥି ଉତ୍ତର ଭୁବନେଶ୍ଵରର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଦ୍ଵାରା ଉଦଘାଟିତ ହେଇଯାଇଅଛି। ଏଥିରେ ଧଉଳି ଗ୍ରା.ପ ର ସମିତିସଭ୍ୟ ତଥା ବିଜୁ ଛାତ୍ର ଜନତା ଦଳର ଜୋନ୍ ସଭାପତି ଭଗବାନ ସାହୁ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ସମରେଶ ବେଉରା, ଆଇନଜିବୀ ଯୋଗେଶ୍ ଜେନା, ଯୁବ ସମାଜକର୍ମୀ ମଲ୍ଲିକ ସମିମ୍ ଅଖତର, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସ୍ମୃତି ରଞ୍ଜନ ପଣ୍ଡା ଉପସ୍ଥିତ ଥିଲେ।

ଏହି କ୍ରିକେଟ ଲିଗ୍ ରେ ମୋଟ ୧୬ ଟି ଦଳ ଅଂଶଗ୍ରହଣ କରିଥିଲା ବେଳେ ଏହା ଆଜିଠୁ ଆରମ୍ଭ ହୋଇ ୧୨ ଦିନ ଧରି ବିଜେବି ମହାବିଦ୍ୟାଳୟର ପଡିଆରେ ଅନୁଷ୍ଠିତ ହେବ। ଏହାର ଆରମ୍ଭ ସମାରୋହରେ ସାଇ, ରାଜନ୍, ରମଣ୍, ସୁଲଗ୍ନା, ସୁଲତାନ୍, ଅମନ୍, ଅନୁପମ, ମହମ୍ମଦ କାସିମ୍ , ତୁଷାର, ହିତେଶ୍ ପ୍ରମୁଖ ଛାତ୍ରଛାତ୍ରୀ ଆୟୋଜନ କରିଛନ୍ତି ।

You might also like

Leave A Reply

Your email address will not be published.