Odia news portal

ଯୁବା ବାସ୍କେଟବଲ୍ ଓପେନ୍ ପ୍ରତିଯୋଗୀତା ଉଦ୍‌ଘାଟିତ

ଭୁବନେଶ୍ୱର : ଆଜି ସଂନ୍ଦ୍ୟା ୬ ଘଟିକା ସମୟରେ ସନସାଇନ୍ ୟୁବା ଆସୋସିଏସନ୍ ତରଫରୁ ସହିଦନଗର ଇମ୍ଫା ପାର୍କରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ଵାରା ଯୁବା ବାସ୍କେଟ୍ ବଲ୍ ଓପେନ୍ ପ୍ରତିଯୋଗୀତା ଉଦଘାଟିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ବେହରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ । ରାଜ୍ୟ ସରାକର କ୍ରୀଡା ଓ କ୍ରୀଡାବିତ୍‌ଙ୍କ ଉନ୍ନତି ପାଇଁ ବହୁବିଦ୍ଧ କାର୍ଯ୍ୟକ୍ରମ କରୁଛନ୍ତି ଆଗାମି ଦିନରେ ଦେଶରେ ଓଡିଶା କ୍ରୀଡାର ରାଜଧାନୀ ରୂପେ ପରିଗଣିତ ହେବ ।

ଉତ୍ସବରେ କ୍ରୀଡାମନ୍ତ୍ରୀ ଶ୍ରୀ ବେହେରା ଆସୋସିଏସନ୍ ପକ୍ଷରୁ ଭାରତୀୟ କ୍ରିକେଟ୍ ଦଳର ଚୟନକର୍ତ୍ତା ସଦସ୍ୟ ଦେବାଶିଷ ମହାନ୍ତିଙ୍କୁ ସମ୍ବର୍ନ୍ଧିତ କରିଥିଲେ । ଆସୋିଏନ୍ର ମୁଖ୍ୟ ଉପଦେଷ୍ଟା ସରୋଜ ପତ୍ରଙ୍କ ପୌରହିତ୍ୟରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଦେବାଷିଶ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ।ଚଳିତ ବର୍ଷ ୪ ଦିନ ବ୍ୟାପୀ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଦେଶର ବିିଭନ୍ନ ପ୍ରାନ୍ତରୁ ମୋଟ୍ ୧୪ଟି ଦଳ ଅଂଶ ଗ୍ରହଣ କରିଛନ୍ତି ।

You might also like

Leave A Reply

Your email address will not be published.