Odia news portal

ପାର୍ବଣ ଉପଲକ୍ଷେ ତନେଇରାର ଆକର୍ଷଣୀୟ ଅଫର

ଗୋଟିଏ ଛାତ ତଳେ ବ୍ୟାପକ ବୟନ ପରମ୍ପରା

ସେପ୍ଟେମ୍ବର ୧୬ରୁ ଅକ୍ଟୋବର ୩୧ ଯାଏ ଆକର୍ଷଣୀୟ ଅଫର

୧୦,୦୦୦ ଟଙ୍କାରୁ ଅଧିକ ମୂଲ୍ୟର କ୍ରୟ ଉପରେ ଗିଫ୍‌ଟ ଭାଉଚର

୫୦,୦୦୦ ଟଙ୍କାରୁ ଅଧିକ ମୂଲ୍ୟର କ୍ରୟରେ ସୁନା ମୁଦ୍ରା ଅଫର

ଭୁବନେଶ୍ୱର: ଆକର୍ଷଣ ଏବଂ ସାଂସ୍କୃତିକ ପରମ୍ପରାର ଏକ ଚୀରସ୍ଥାୟୀ ପ୍ରତୀକ ହେଉଛି ଶାଢ଼ି I ଶତାବ୍ଦୀ ଶତାବ୍ଦୀ ଧରି ଏହା ପାର୍ବଣ ସେଲିବ୍ରେଶନ୍‌ର ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ରହିଆସିଛି । ଏହାର କାଳଜୟୀ ସୁନ୍ଦରତା ଏବଂ ପରମ୍ପରାର ଭାବାର୍ଥକୁ ପରିପ୍ରକାଶ କରିବାର କ୍ଷମତା ପୂଜା ମୁକୁ ବଢ଼ାଇବାରେ ଏହାକୁ ଏକ ସାର୍ବଜନୀନ ପୋଷାକ ଭାବେ ରୂପାନ୍ତର କରିଛି । ଏହି ଆଇକନିକ୍ ପୋଷାକ ପିଢ଼ି ପରେ ପିଢ଼ି ଅତିକ୍ରମ କରି ପରିବର୍ତ୍ତିତ ଟ୍ରେଣ୍ଡ ସହିତ ଏହାର ଅନନ୍ୟ ଆକର୍ଷଣକୁ ବଜାୟ ରଖିଛି। ପୂଜା ଋତୁ ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଯାଇଥିବାବେଳେ ତନେଇରା ସମୟ ସହିତ ତାଳ ଦେଇ ଭାରତୀୟ କାରିଗରୀର ସର୍ବୋତ୍ତମ ଅଭିବ୍ୟକ୍ତିରେ ଚିତ୍ରିତ ଶାଢ଼ି ଉପଲବ୍ଧ କରାଇଛି। ଘରଗୁଡ଼ିକ ପାର୍ବଣ ପାଇଁ ସଜେଇ ହେଉଛି। ସେଲିବ୍ରେଶନ୍ ପାଇଁ ହୃଦୟ ଉତ୍‌ଫୁଲିତ ଥିବାବେଳେ ତନେଇରାର ଆକର୍ଷଣୀୟ କଲେକ୍ସନ ଏହି ପାର୍ବଣ ପାଇଁ ଆନନ୍ଦ ଏବଂ ସମ୍ମାନର ସାଥୀ ପାଲଟିବ।

ଭାରତର ସମୃଦ୍ଧ ବୟନ ପରମ୍ପରାର କାଳଜୟୀ ସୌନ୍ଦର୍ଯ୍ୟକୁ ପରିପ୍ରକାଶ କରୁଥିବା ଅତି ସୂକ୍ଷ୍ମ ଭାବେ ପ୍ରସ୍ତୁତ ହାତବୁଣା ଶାଢି ହେଉ କିମ୍ବା ସିଗ୍‌ନେଚର କଲେକ୍ସନ ରେଡି-ଟୁ-ୱେର୍ କୁର୍ଭା ଏବଂ ଦୁର୍ଭା ସେଟ୍, ପ୍ରତ୍ୟେକ ପୋଷାକ ପୂଜା ଓ୍ବାରେ ଆଧୁନିକତା ଯୋଡ଼ିବ । ବିଳାସପୂର୍ଣ୍ଣ ଟେକ୍ସଚର ଏବଂ ଜଟିଳ ଜରି କାର୍ଯ୍ୟରେ ପ୍ରସ୍ତୁତ ବନାରସୀ ସିଲ୍‌କର ସମୃଦ୍ଧି, କାଞ୍ଜିବରମ୍‌ର ରାଜକୀୟ ଆକର୍ଷଣ ଏବଂ ଉଚ୍ଚକୋଟୀର ପ୍ରତ୍ୟେକ ଶାଢ଼ି ଭାରତର କାଳଜୟୀ ବୟନ ପରମ୍ପରାର ସ୍ୱାଦକୁ ପରିପ୍ରକାଶ କରିଥାଏ । ମାହେଶ୍ଵରୀ, ଚନ୍ଦରି ଏବଂ ଟସର ଶାଢ଼ିର ବ୍ୟାପକ ସମ୍ଭାର ଗ୍ରାହକଙ୍କ ପୂଜା ସେଲିବ୍ରେଶନ୍‌ରେ ଚାଚାନ୍ଦ ଲଗାଇବ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି। ପୂଜା ଅଫରକୁ ନେଇ ତନେଇରାର ବିଜନେସ ମ୍ୟାନେଜର ସୁମିତ ଘୋଷ କହିଛନ୍ତି, ଏହି ଉତ୍ସବ ଋତୁରେ ଆମେ ଭୁବନେଶ୍ୱରରେ ଆମର ଗ୍ରାହକଙ୍କୁ ଆମନ୍ତ୍ରଣ କରୁଛୁ ଯେ, ଭାରତର ସମୃଦ୍ଧ ବୟନ ପରମ୍ପରାର କାଳଜୟୀ ସୌନ୍ଦର୍ଯ୍ୟ ଯାତ୍ରାରେ ସାମିଲ ହୁଅନ୍ତୁ। ତନେଇରାର ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଶାଢ଼ି କଲେକ୍ସନର ଅନୁଭବ ନିଅନ୍ତୁ । ଆମେ ବିଶ୍ଵାସ ରଖୁ ଯେ, ଫ୍ୟାଶନ କେବଳ ପୋଷାକ ନୁହେଁ ଏହା ଏକ ଗଭୀର‌ଅନୁଭୂତି । ପୂଜା ସେଲିବ୍ରେଶନକୁ ବଢ଼ାଇବା ପାଇଁ ତଥା ଗ୍ରାହକଙ୍କୁ ସର୍ବୋତ୍ତମ ସପିଂ ଅଭିଜ୍ଞତା ପ୍ରଦାନ କରିବା ଲାଗି ଆମେ କେବଳ ଅତି ସୁନ୍ଦର ଭାବେ ପ୍ରସ୍ତୁତ ପୋଷାକ ଯୋଗାଉନାହୁଁ ଏହାସହିତ ସ୍ବତନ୍ତ୍ର ପୂଜା ଅଫର ପ୍ରଦାନ କରୁଛୁ।
ଚଳିତ ପାର୍ବଣକୁ ଅଧିକ ସ୍ୱତନ୍ତ୍ର କରିବା ଲାଗି ତନେଇରା ସେପ୍ଟେମ୍ବର ୧୬ରୁ ଅକ୍ଟୋବର ୩୧ ଯାଏ ଆକର୍ଷଣୀୟ ଅଫର ପ୍ରଦାନ କରୁଛି। ଏହା ଅନ୍ତର୍ଗତ ୧୦,୦୦୦ ଟଙ୍କାରୁ ଅଧିକ ମୂଲ୍ୟର କ୍ରୟ ଉପରେ ଗିଫ୍‌ଟ ଭାଉଚର ପାଇପାରିବେ ଗ୍ରାହକ । ସେହିଭଳି ୫୦,୦୦୦ ଟଙ୍କାରୁ ଅଧିକ ମୂଲ୍ୟର କ୍ରୟରେ ଏକ ସୁନା ମୁଦ୍ରା ପ୍ରଦାନ କରାଯାଉଛି ।

ଏଥିସହିତ ସେଲିବ୍ରେଶନ୍‌ରେ ବିଳାସର ଏକ ଛାପ ଯୋଡ଼ିଛି ତନେଇରା । ଓଡ଼ିଶାରେ ଥିବା ସମସ୍ତ ତନେଇରା ଷ୍ଟାରକୁ ଯାଇ ଫେଷ୍ଟିଭ୍ ସପିଂର ନୂତନ ଅନୁଭୂତି ଲାଭ କରିବା ପାଇଁ ଷ୍ଟାର ପକ୍ଷରୁ କୁହାଯାଇଛି। ତନେଇରା ବିଷୟରେ:ତନେଇରା ହେଉଛି ଟାଟା ଗ୍ରୁପ୍ କମ୍ପାନି ଅଧୀନ ଟାଇଟନ୍ ପକ୍ଷରୁ ମହିଳାଙ୍କ ଏଥନିକ୍ ୱେର୍ ବ୍ରାଣ୍ଡ । ଏହା ଅନନ୍ୟ ଡିଜାଇନ୍ ଶାଢ଼ି, ବ୍ଲାଉଜ୍ ଏବଂ ରେଡି-ଟୁ-ୱେର୍ କୁର୍ତ୍ତା ସେଟ୍ ଉପଲବ୍ଧ କରାଇଥାଏ। ଭାରତର ୧୦୦ରୁ ଊର୍ଦ୍ଧ୍ବ ବୟନ କ୍ଲଷ୍ଟରରୁ ଶୁଦ୍ଧ ଏବଂ ପ୍ରାକୃତିକ ଫାବ୍ରିକ୍ସରେ ଏସବୁ ପ୍ରସ୍ତୁତ । ଦେଶର କୋଣ ଅନୁକୋଣରୁ ସର୍ବଶ୍ରେଷ୍ଠ କାରିଗରୀକୁ ଗୋଟିଏ ଛାତ ତଳେ ଉପଲବ୍ଧ କରାଇଛି ତନେଇରା । ଟାଟାର ଭରସାରୁ ପ୍ରସ୍ତୁତ ତନେଇରା ପ୍ରଗତିଶୀଳ ଭାରତୀୟ ମହିଳାଙ୍କୁ ବହୁବିଧ କାରିଗରୀ ଏବଂ ଅନନ୍ୟ କ୍ରାଫ୍ଟ ଓ ଡିଜାଇନ୍‌ରେ ପ୍ରସ୍ତୁତ ଉତ୍ପାଦ ଯୋଗାଉଛି । ଉତ୍ସବ ହେଉ ଅବା ବିବାହ କିମ୍ବା ସ୍ବତନ୍ତ୍ର ଅବସର, ତନେଇରା ମହିଳାଙ୍କ ପ୍ରତିଦିନ ଫ୍ୟାଶନ ତଥା ପ୍ରତି ଅବସର ପାଇଁ ଉତ୍ପାଦ ଯୋଗାଉଛି । ସମଗ୍ର ଦେଶରେ ବୁଣାକାର ସମୁଦାୟ ସହିତ କାର୍ଯ୍ୟ କରୁଛି ତନେଇରା । ବୟନ ପ୍ରଯୁକ୍ତିକୁ ଆଧୁନିକ କରିବା ନିମନ୍ତେ ଏହା ମଧ୍ୟ ‘ୱେଭରଶାଳା’ ନାମରେ ଏକ ଅଭିଯାନ ଆରମ୍ଭ କରିଛି । ଏହାସହିତ ପରବର୍ତ୍ତୀ ପିଢ଼ି ପାଇଁ ହାତବୁଣା ପାରମ୍ପରିକ ପଦ୍ଧତିକୁ ବି ବଞ୍ଚାଇ ରଖିଛି ତନେଇରା। ଏହାସହିତ ସ୍ଥାନୀୟ ବୁଣାକାର ନେତୃତ୍ବାଧୀନ ସଂସ୍ଥାଗୁଡିକ ସହଯୋଗିତାରେ ଏହା ବୁଣାକାରମାନଙ୍କ ପାଇଁ ଫ୍ରେମ୍ ଲୁମ୍ ସହିତ ଅନ୍ୟାନ୍ୟ
ଜରୁରୀ କାର୍ଯ୍ୟଶାଳା ସୁବିଧା ଉପଲବ୍ଧ କରାଇଛି । ସମ୍ପ୍ରତି ଦେଶବ୍ୟାପୀ ୨୦ଟି ୱେଭରଶାଳା କାର୍ଯ୍ୟ କରୁଛି।

୨୦୧୭ରେ ଆରମ୍ଭ ହୋଇଥିବା ତନେଇରା ଗ୍ରାହକଙ୍କୁ ଏକ ସ୍ବତନ୍ତ୍ର ଏବଂ ଆରାମଦାୟକ ବ୍ରାଉଜିଂ ଅନୁଭୂତି ପ୍ରଦାନ କରୁଛି । ଷ୍ଟୋରରେ ଥିବା ଷ୍ଟାଫମାନଙ୍କର ଉତ୍ପାଦ ଉପରେ ବିସ୍ତୃତ ଜ୍ଞାନ ରହିଛି । ୪୦ଟି ସହରରେ ୮୦ ଷ୍ଟୋର ସହିତ ଏକ ମଜଭୁତ ନେଶ୍ୱର୍କ ମାଧ୍ୟମରେ ଏହା ମାନଯୁକ୍ତ ସେବା ପ୍ରଦାନ କରୁଛି। ସମସ୍ତ ପ୍ରମୁଖ ମେଟ୍ରୋ ହଗୁଡ଼ିକରେ ତନେଇରାର ଉପସ୍ଥିତି ରହିଛି। ପ୍ରମୁଖ ଟିୟର-୧ ଏବଂ ଟିୟର-୨‌ ସହରଗୁଡ଼ିକରେ ଏହା ଉପସ୍ଥିତି ମଜଭୁତ କରୁଛି। ତନେଇରା ମଧ୍ୟ ଅନ୍‌ଲାଇନ୍ www.taneira.com ରେ ଉପଲବ୍ଧ ।

You might also like
Leave A Reply

Your email address will not be published.