Odia news portal

ନୂଆପଲ୍ଲୀରେ ଶ୍ରୀଲେଦର୍ସର ଦଶମ ଷ୍ଟୋର୍

ଭୁବନେଶ୍ୱର : ନୂଆପଲ୍ଲୀର ଇନ୍ଦ୍ରଧନୁ ମାର୍କେଟ ନିକଟରେ ଶ୍ରୀଲେଦର୍ସର ଦଶମ ଷ୍ଟୋର ଖୋଲାଯାଇଛି। ପୂର୍ବରୁ ରସୁଲଗଡ଼ ଓ ପାତ୍ରପଡ଼ାରେ କମ୍ପାନିର ଷ୍ଟୋର ଥିଲା। ନୂତନ ଷ୍ଟୋର୍‌ରେ ବିଶ୍ଵସ୍ତରୀୟ ଫୁଟ୍ର, ଚମଡ଼ା ଆସେସୋରି, ବ୍ୟାଗ୍, ଟ୍ରାଭେଲ୍ ବ୍ୟାଗ୍, ସ୍ପୋର୍ଟସ୍ ସୁ. ଆକ୍ଟିଭର ଆଦି ରହିଛି ଯାହା ପ୍ରତିଯୋଗିତାମୂଳକ ଦରରେ ମିଳୁଛି। ଏହି ଅବସରରେ କମ୍ପାନିର ପାର୍ଟନର ଶେଖର ଦେ କହିଛନ୍ତି ଯେ ଆମେ ଉତ୍ପାଦର ମାନ ଓ ଗ୍ରାହକ ଆଦୃତିକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛୁ ।

ସେହିପରି ଅନ୍ୟତମ ପାର୍ଟନର ସୁଶାନ୍ତେ ଦେ କହିଛନ୍ତି ପ୍ରଦର୍ଶନଭିତ୍ତକ ସ୍ପୋର୍ଟସ୍ ସୁ ଉପରେ ଆମେ ଧ୍ୟାନ ଦେଉଛୁ। ବ୍ୟାଡମିଣ୍ଟନ୍, ଭଲିବଲ୍ ଓ ବାସ୍କେଟ୍ ବଲ୍‌ ପାଇଁ ପୃଥକ ପୋର୍ଟସ୍ ଲାଇନ୍ ରହିଛି। ଆକ୍ଟିଭ୍ ୱେର୍ ଓ ସ୍ପୋର୍ଟସ୍ ସୁ’ର ବଦ୍ଧିତ ଚାହିଦାକୁ ଏସ୍ଏଲ୍ ଗୋଟିସ୍ ବ୍ରାଣ୍ଡ୍ ପୂରଣ କରୁଛି। କମ୍ପାନି ରାଜ୍ୟରେ ଆଉ ଦୁଇଟି ଷ୍ଟୋର୍ ଖୋଲିବାକୁ ଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ଏହି ଅବସରରେ କମ୍ପାନିର ବ୍ୟବସାୟ ସହଯୋଗୀ ଲିପ୍‌ସା ହଂସ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

You might also like
Leave A Reply

Your email address will not be published.