Odia news portal

ହାଉସିଂ ବୋର୍ଡ ଓନର୍ସ ଆସୋସିଏସନ ସାଧାରଣ ବୈଠକ

ଭୁବନେଶ୍ୱର,(ଚକ୍ରଧର ମାଝି) : ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ଓନର୍ସ ୱେଲଫେୟାର ଆସୋସିଏସନର ସାଧାରଣ ବୈଠକ ଚନ୍ଦ୍ରଶେଖରପୁର ସ୍ଥିତ ୧୦୮ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ନବ ନିଯୁକ୍ତ ସଭାପତି ତଥା ବରି ଆଇନଜୀବୀ ସମରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ବରି ନାଗରିକ ସଂଘ ସଭାପତି ତଥା ବରି ଆଇନଜୀବୀ ଡ. ମଧୁମାଧବ ଜେନା, ଜଗଦିଶ ରଥ, ସୁରେଶ ମହାପାତ୍ର,

ଗୋଲକ ରାଉତ, ସନ୍ତୋଷ ମହାନ୍ତି, ପୁଷ୍କର ସାହୁ, ସୁନୀଲ ରାୟ, ଦେବଦତ୍ତ ପଟ୍ଟନାୟକ, ଭଗବାନ ଦାଶ ପ୍ରମୁଖ ଯୋଗଦାନ କରି ହାଉସିଂବୋର୍ଡ କଲୋନୀର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ଆଲୋଚନା କରିଥିଲେ । ସମ୍ପାଦକ ଅଭିମନ୍ୟୁ ଗିରି ବିବରଣୀ ପାଠ କରିଥିଲା ବେଳେ ଉପସଭାପତି ରମାକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

You might also like
Leave A Reply

Your email address will not be published.