Odia news portal

ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତିର ଫେବୃଆରୀ ୮ ରେ ବାର୍ଷିକ ଉତ୍ସବ

ଭୁବନେଶ୍ୱର : ବାବାଜୀ ସତ୍ୟାନନ୍ଦ ଦାସ ମହାରାଜଙ୍କୁ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ସମ୍ପାଦକ ପ୍ରଭାକର ମଲ୍ଲିକ ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ, ଉପ ସଭାପତି ବୈକୁଣ୍ଠ ମହାପାତ୍ର ସଂଗଠନ ସମ୍ପାଦକ ଡ଼ ନାରାୟଣ ମହାପାତ୍ର ପ୍ରମୁଖ କୁଞ୍ଜିଆ ପାଟଣା ଭାଗବତ ସପ୍ତାହରେ ବାବା ସତ୍ୟାନନ୍ଦ ଦାସ ମହାରାଜଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଶନ୍ତା ଅଯୋଧ୍ୟା ପାଞ୍ଚରାତ୍ର କାର୍ଯ୍ୟକ୍ରମର ତାରିଖ ଓ ସମୟ ଘୋଷଣା କରାଯିବା ସହ ଯେଉଁ ମାନେ ଯିବାକୁ ଚାହୁଁଛନ୍ତି ଶୀଘ୍ର ଟିକେଟ କରି ସ୍ଥାନ ସରଂକ୍ଷଣ କରିବାକୁ ଅନୁରୋଧ କରାଯାଇଥିଲା ଏବଂ ୮.୨.୨୦୨୫ ରେ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ବାର୍ଷିକ ପ୍ରତିଷ୍ଠା ଦିବସ ପାଳନ କରାଯିବା ନିମନ୍ତେ ସ୍ଥିର କରାଯାଇ ଥିଲା ।

ଏହି ଅବସରରେ ଓଡିଶା ରେ ଥିବା ଶ୍ରଜଗନ୍ନାଥଙ୍କ ପ୍ରତି ସମର୍ପିତ ଭାବେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଓ ଶ୍ରଜଗନ୍ନାଥ ଭକ୍ତ ମାନଙ୍କୁ ନିମନ୍ତ୍ରଣ କରାଯାଇ ଭାବ ବିନିମୟ କରାଯିବ, ଓଡିଶାର ବିଭିନ୍ନ ଜାଗାରେ କିପରି ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ବହୁଳ ଭାବେ କରା ଯାଇ ପାରିବ ଆଲୋଚନା କରାଯିବ । ଆବଶ୍ୟକ ସ୍ଥଳେ ପାଞ୍ଚରାତ୍ର ପ୍ରଚାର ସମିତି ସହିତ ସମସ୍ତେ ପରାମର୍ଶ କରିପାରିବେ । ଏହା ଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରାଣ ସ୍କନ୍ଦ ପୁରାଣର ବ୍ୟାପକ ଭାବେ ପ୍ରଚାର ଓ ପ୍ରସାର ହୋଇ ପାରିବ, ବର୍ତ୍ତମାନ ସମୟରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ଓଡିଶା, ଭାରତ ଓ ବିଦେ ରେ ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କରି ପ୍ରମୁଖ ପ୍ରଚାର ଓ ପ୍ରସାର ଅନୁଷ୍ଠାନ ଭାବେ ପରିଗଣିତ ହୋଉଅଛି ।

You might also like
Leave A Reply

Your email address will not be published.