Odia news portal

ନିରାକାରପୁର ଜଗନ୍ନାଥ ମନ୍ଦିରରେ ଝୁଲଣ ଯାତ୍ରା ଅନୁଷ୍ଠିତ

ନିରାକାରପୁର,(ପବିତ୍ର ପ୍ରଧାନ) : ଶ୍ରୀଜଗନ୍ନାଥ ମନ୍ଦିର ନିରାକାରପୁର ଠାରେ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମନ୍ଦିର କର୍ମକର୍ତା ମାନେ ଡ଼ ନାରାୟଣ ମହାପାତ୍ରଙ୍କୁ ସ୍ୱାଗତ କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ । ମନ୍ଦିରରେ କରାଯାଇ ଥିବା ଝୁଲଣ ଯାତ୍ରା କାର୍ଯ୍ୟକ୍ରମ ଓ ଭଜନ କାର୍ଯ୍ୟକ୍ରମରେ ଶ୍ରୀ ତ୍ରିଲୋଚନ ନାୟକ ଅକ୍ଷୟ କୁମାର ସାହୁ ତିଳୋତମା ସାହୁ ଶ୍ରୀନିବାସ ରାଓ ଓ ମନ୍ଦିରର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।

ଏହି ନୂତନ ଶ୍ରଜଗନ୍ନାଥ ମନ୍ଦିର ପରିସରରେ ଥିବା ମା ମହାଲକ୍ଷ୍ମୀ, ମା ବିମଳା, ମହାଦେବ ଓ ଗଣେଶଙ୍କ ମନ୍ଦିରକୁ ସମସ୍ତେ ଦର୍ଶନ କରିଥିଲେ । ଏହି ନୂତନ ସୁନ୍ଦର ଶ୍ରୀଜଗନ୍ନାଥ ମନ୍ଦିରଟି ଏକ ବର୍ଷ ତଳେ ପ୍ରତିଷ୍ଠା କରାଯାଇଥିଲା ‌।

ସଭାପତି ଶ୍ରୀ ଶକ୍ତି ଶଙ୍କର ମିଶ୍ର, ଶ୍ୟାମ ସୁନ୍ଦର ପଟ୍ଟନାୟକ ପ୍ରମୋଦ କୁମାର କର ସୁରେନ୍ଦ୍ର ନାଥ ସାହୁ, ରଞ୍ଜନ କୁମାର ମିଶ୍ର (ମୁଖ୍ୟ ପୂଜକ )ଓ ମନ୍ଦିରର ଅନ୍ୟାନ୍ୟ ପ୍ରମୁଖ କର୍ମକର୍ତ୍ତା ମାନଙ୍କ ସହିତ ମନ୍ଦିର ତିଆରି ସମ୍ବଦ୍ଧ ଳରେ ଆଲୋଚନା କରାଯାଇଥିଲା, ଶେଷରେ ସମସ୍ତେ ପୁରୀରୁ ଆସିଥିବା ମହାପ୍ରସାଦ ସେବନ କରିଥିଲେ ।

You might also like
Leave A Reply

Your email address will not be published.