Odia news portal

ରାଧାବଲ୍ଲଭ ମଠରେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତିର ବୈଠକ

ଭୁବନେଶ୍ୱର : ଗୁରୁବାର ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତିର ସଭାପତି ମହନ୍ତ ରାମକୃଷ୍ଣ ଦାସ ମହାରାଜଙ୍କ ଅଧକ୍ଷତାରେ କାର୍ଯ୍ୟକାରୀ ସଦସ୍ୟ ମାନଙ୍କର ଏକ ଗୁରୁତ୍ୱପୁର୍ଣ ବୈଠକ ରାଧାବଲ୍ଲଭ ମଠରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠାକରେ ସମ୍ପାଦକ ପ୍ରଭାକର ମଲ୍ଲିକ, ଉପଦେଷ୍ଟା ରାଧାବଲ୍ଲଭ ସିଂ, ଈଁ ଦୁଷ୍ମନ୍ତ କୁମାର ସ୍ୱାଇଁ, ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ, ଉପ ସଭାପତି ବୈକୁଣ୍ଠ ନାଥ ମହାପାତ୍ର, ସଂଗଠନ ସମ୍ପାଦକ ଡ଼ ନାରାୟଣ ମହାପାତ୍ର, ଡ଼ ରାମଚନ୍ଦ୍ର ମିଶ୍ର ଶ୍ରୀ ରବିନାରାୟଣ ମିଶ୍ର, କୋଷାଧକ୍ଷ ଗୌରାଙ୍ଗ ନାୟକ, ସହ କୋଷାଧକ୍ଷ ରଶ୍ମି ରଞ୍ଜନ ପଟ୍ଟନାୟକ, ସୁରେଶ ମିଶ୍ର, ପୁଷ୍ପଲତା ପ୍ରଧାନ, ତ୍ରିଲୋଚନ ନାୟକ, ତନ୍ମୟ କୁମାର ସାହୁ ପ୍ରମୁଖ ସଦସ୍ୟ ମାନେ ଯୋଗ ଦେଇଥିଲେ ସଭାପତି ପ୍ରଥମେ ଶ୍ରୀଜଗନ୍ନାଥଙ୍କ ମଂତ୍ର ପଢିସାରି ସମସ୍ତ ସଦସ୍ୟ ମାନଙ୍କୁ ସ୍ୱାଗତ କରିଥିଲେ ।

ସମ୍ପାଦକ ଶ୍ରୀପ୍ରଭାକର ମଲ୍ଲିକ ହରିଦ୍ୱାର ଓ ସହିଦନଗର ମା ଖଣ୍ଡୁଆଳି ବୁଢ଼ୀ ଠାକୁରାଣୀ ଠାରେ ହୋଇଥିବା ଦୁଇଟି ପାଞ୍ଚରାତ୍ର କାର୍ଯ୍ୟକ୍ରମର ସୁବିଧା ଓ ଅସୁବିଧା ବିଷୟରେ ସମସ୍ତଙ୍କୁ ଜଣାଇଥିଲେ ।ହରିଦ୍ୱାର ପାଞ୍ଚରାତ୍ର କାର୍ଯ୍ୟକ୍ରମର ସମସ୍ତ ଆୟ ବ୍ୟୟ ସମୀକ୍ଷା କରାଯାଇ ସର୍ବ ସମତି କ୍ରମେ ଗୃହୀତ କରାଗଲା ବୈଠକ ରେ ଆଶନ୍ତା ଅଯୋଧ୍ୟା ପାଞ୍ଚରାତ୍ର କାର୍ଯ୍ୟକ୍ରମ କୁ ସାମୟିକ ଭାବେ ସ୍ଥଗିତ ରଖାଯାଇ ଥିଲା,ପରବର୍ତ୍ତୀ ତାରିଖ ସମସ୍ତଙ୍କୁ ପରେ ଜଣାଇଦିଆଯିବ ପାଇଁ ସ୍ଥିର କରାଗଲା,ଏହି ବର୍ଷାଦିନ ସମୟ ରେ ନିମ୍ବ ବୃକ୍ଷ ରୋପଣ କରିବା ନିମନ୍ତେ ସଭାପତି ପ୍ରସ୍ତାବ ଦେଇ ଥିଲେ ତାହା କରାଯିବା ନିମନ୍ତେ ସ୍ଥିର କରା ଗଲା ।

You might also like
Leave A Reply

Your email address will not be published.