Odia news portal

ରାଜ୍ୟବାସୀ ମର୍ମାହତ ହେବା ପରି କିଛି ନକରନ୍ତୁ ବିଜେପି ସରକାର : ବିଜେଡି

ବିଜୁ ବାବୁ ଜଣେ ବ୍ୟକ୍ତି ନୁହଁନ୍ତି, ଅନୁ ।ନ, ସେ ୩ଟି ଦେଶରେ ସମ୍ମାନିତ

ବିଜୁ ବାବୁଙ୍କୁ ସବୁ ଦଳ ସମ୍ମାନ କରନ୍ତି

କାକୁଡି ଛୁରି ତାଙ୍କର ଯେମିତି ପାରିବେ ସେମିତି କାଟିବେ

ଭୁବନେଶ୍ୱର,(ଚକ୍ରଧର ମାଝି) : ରାଜ୍ୟରେ ଶାସନ କରୁଥିବା ବିଜେପି ସରକାର ପୁଣି ପ୍ରତିହିଂସା ରାଜନୀତି ଆରମ୍ଭ କରି ଦେଇଛି । ଦେଶ ରାଜନୀତିର ଅନ୍ୟତମ ପ୍ରବାଦ ପୁରୁଷ ହେଉଛନ୍ତି ସ୍ୱର୍ଗତ ବିଜୁ ପଟ୍ଟନାୟକ । ନିଜ ସଂକୀର୍ଣ୍ଣ ରାଜନୀତିରେ ପୁଣି ବଶବର୍ତ୍ତୀ ହୋଇ ବିଜେପି ସରକାର ପୂର୍ବରୁ ରହିଥିବା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନର ନାଁ ପରିବର୍ତ୍ତନ କରି ଓଡିଶା ରାଜ୍ୟ କ୍ରୀଡା ସମ୍ମାନ କରିଛନ୍ତି । ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ କଡା ବିରୋଧ କରିଛନ୍ତି ବିଜେଡି ବିଧାୟକ ଡ. ଅରୁଣ କୁମାର ସାହୁ । ସେ ବିଜେପି ସରକାରକୁ ତାଚ୍ଛଲ୍ୟ କରି କହିଛନ୍ତି, କାକୁଡି ଓ ଛୁରୀ ତାଙ୍କର । ତେଣୁ ସେମାନେ ଯେମିତି ପାରିବେ ସେମିତି କାଟିବେ । ବେଳେବେଳେ କାକୁଡି କାଟିଲା ବେଳେ ମୁଣ୍ଡିଟି ପିତା ଲାଗେ । ତେଣୁ ନୂଆ ସରକାରଙ୍କୁ କିଛି ଅନୁରୋଧ ରହିବ । ଏମିତି କୌଣସି କାମ କରନ୍ତୁ ନାହିଁ ଯେଉଁଥିରେ ଓଡ଼ିଶାବାସୀ ମର୍ମାହତ ହେବେ ।

ସେ ଆହୁରି ମଧ୍ୟ କହିଛନ୍ତି, ବିଜୁବାବୁ ଜଣେ ବ୍ୟକ୍ତି ନୁହଁନ୍ତି, ସେ ଜଣେ ଅନୁ ।ନ । କେବଳ ଆମ ଦେଶରେ ନୁହେଁ, କିମ୍ବଦନ୍ତୀ ପୁରୁଷ ବିଜୁବାବୁ ୩ଟି ଦେଶର ସମ୍ମାନରେ ସମ୍ମାନିତ । ବିଜୁବାବୁ ରାଷ୍ଟ୍ରର ସମ୍ପତ୍ତି । ତେଣୁ ତାଙ୍କ ନାଁ କାଟି ରାଜ୍ୟ ସରକାର କେଉଁ ଯଶ ବାନା ଉଡାଇବେ ? ଏପରି ରାଜନୀତି କରିବା ଠିକ୍ ନୁହେଁ ବୋଲି ଆମେ ବିଚାର କରୁଛୁ । ବିଜୁବାବୁ ଜଣେ ଦିବଙ୍ଗତ ନେତା ଓ ଓଡିଶାର ମଉଡ଼ମଣି । ତାଙ୍କୁ ନେଇ ଆମେ ଗର୍ବ କରୁଛୁ । ଯାହାଙ୍କୁ ସବୁ ରାଜନୈତିକ ଦଳ ସମ୍ମାନ କରୁଛନ୍ତି । ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହ କାର୍ଯ୍ୟ କରିଛନ୍ତି । ଭାରତର ସ୍ୱାଧିନତା ସଂଗ୍ରାମରେ ତାଙ୍କର ଭୂମିକା ରହିଛି । ଏଭଳି ନିଷ୍ପତ୍ତିରୁ ବିଜେପି ସରକାର କ୍ଷାନ୍ତ ରହିବାକୁ ଆମେ ଅନୁରୋଧ କରୁଛୁ ।

You might also like
Leave A Reply

Your email address will not be published.