Odia news portal

ପ୍ରଧାନଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା

ଭୁବନେଶ୍ୱର : କୋରେଇ ବ୍ଲକ୍ହ ଳଦିଗଡ଼ିଆ ପଞ୍ଚାୟତ ବ୍ରାହ୍ମଣଦାସ୍ଥିତ ରାଧାରମଣ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ତୃପତଶେଖର ସ୍ବାଇଁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀସଙ୍ଗୀତା ସେନାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସନାୟକ, ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଜୟନ୍ତୀ ଦଳେଇ, ପ୍ରାଧ୍ୟାପକ ଅକ୍ଷୟ କୁମାର ମହାନ୍ତି, ସ୍କୁଲ ପ୍ରତିଷ୍ଠାତା ପୁରୁଷୋତ୍ତମ ଦାସ, ପ୍ରଧାନଶିକ୍ଷକ ଅଭୟ କୁମାର ମହାପାତ୍ର, ସମିତିସଭ୍ୟ ଉଦୟ କୁମାର ନାୟକ, ପରିଚାଳନା କମିଟି ସଭାପତି ମନୋରଂଜନ ଦାସ, କୁଳମଣି ଦାସ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜଗନ୍ନାଥ ମାଝି, ଶିକ୍ଷକ ନେତା ସହସ୍ରାଶୁ ଶେଖର ମହାନ୍ତି ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ସ୍ବାଇଁଙ୍କ ଶିକ୍ଷାଦାନ ଓ ଛାତ୍ର ବତ୍ସଳତା ସମ୍ପର୍କରେ ଆଲୋକପାତ କରିଥିଲେ।

ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ନିଗମାନନ୍ଦ ନାଥ ଓ ଛାତ୍ରୀ ରୋଜିସ୍ମିତା ରାଉତଙ୍କ ପରିଚାଳନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଶିକ୍ଷକ ଶିଶିର କୁମାର ସ୍ବାଇଁ ଅତିଥି ପରିଚୟ ପ୍ରଧାନ ଓ ଶିକ୍ଷକ ଶ୍ରୀକାନ୍ତ କୁମାର ସିଂ ଧନ୍ୟବାଦ ଦେଇଥିଲେ। ଶିକ୍ଷକ ଲକ୍ଷ୍ମୀଧର ପଲେଇ, ଅଶୋକ କୁମାର ସ୍ବାଇଁ, ନବଘନ ସାହୁ, ସରୋଜ କୁମାର ରାଉତ, ମହେନ୍ଦ୍ର କୁମାର ମହାନ୍ତି, ପ୍ରତାପ କୁମାର ପହି, ବସନ୍ତ କୁମାର ମହାପାତ୍ର, ନୀଳାଦ୍ରିଭୂଷଣ ଦାସ, ସୁଶାନ୍ତ କୁମାର ସାହୁ, ମନୋଜ କୁମାର ସାହୁ, ମନ୍ମୟୀ ପଣ୍ଡା ପ୍ରମୁଖ ଶ୍ରୀ ସ୍ବାଇଁଙ୍କ ଗୁଣଗାନ କରିଥିଲେ।

ବିଦ୍ୟାଳୟର ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଆସଫାକ୍ ହୋସେନ ଖାଁ,
ରୋଜାଲିନ ରାଉତ, ମାନସ କୁମାର ଦାସ, ଚିତ୍ତରଂଜନ ବରାଳ, ସେକ୍ ଗୁଫ୍ରାନ, କର୍ମଚାରୀ ଚିନ୍ତାମଣି ମହାରଣା, ପରୀକ୍ଷିତ ସାହୁ, ନାରାୟଣ ସାହୁ ସହଯୋଗ କରିଥିଲେ। ଶେଷରେ ବିଦାୟୀ ପ୍ରଧାନ ଶିକ୍ଷକ ଓ ତାଙ୍କ ପତ୍ନୀ ତପସ୍ୱିନୀ ସ୍ବାଇଁକୁ ଏକ ଖୋଲା ଜିପରେ ବାଜା, ବାଣ ସହ ପ୍ରସେଶନ କରି ତାଙ୍କ ହଲାଦିଗଡ଼ିଆ ସ୍ଥିତ ଘର ପର୍ଯ୍ୟନ୍ତ ନିଆ ଯାଇଥିଲା।

You might also like
Leave A Reply

Your email address will not be published.