Odia news portal

ରଥଯାତ୍ରା ଅବସରରେ ହିନ୍ଦୀ ଓ ଓଡ଼ିଆ ଭଜନ ଲୋକାର୍ପଣ

ଭୁବନେଶ୍ୱର : ଶ୍ରୀଜଗନ୍ନାଥଙ୍କ ନେତ୍ରୋତ୍ସବ, ନବ ଯୌବନ ଦର୍ଶନ ଓ ପଵିତ୍ର ରଥଯାତ୍ରା ନିମନ୍ତେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ଅବସରରେ ସମ୍ପାଦକ ଶ୍ରୀ ପ୍ରଭାକର ମଲ୍ଲିକ, ଉପଦେଷ୍ଟା ରାଧାବଲ୍ଲଭ ସିଂ ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ ଉପ ସଭାପତି ବୈକୁଣ୍ଠ ମହାପାତ୍ର ଓ ସଂଗଠନ ସମ୍ପାଦକ ଡ଼ ନାରାୟଣ ମହାପାତ୍ରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସଭାରେ ଶ୍ରୀ ଜଗନ୍ନାଥଙ୍କ ଦୁଇଟି ହିନ୍ଦୀ ଭଜନ ଓ ଦୁଇଟି ଓଡ଼ିଆ ଭଜନ ଲୋକାର୍ପଣ କରାଯାଇଛି । ହିନ୍ଦୀ ଭଜନ ବୋଲ ଜୟ ଜଗନ୍ନାଥ.. ଜୟ ଜଗନ୍ନାଥ. ରଚନା ଓ କଣ୍ଠ ଅନାମିକା ସ୍ୱାଇଁ ପଟ୍ଟନାୟକ ‌। ହିନ୍ଦୀ ଭଜନ ଜୟ ଶ୍ରୀ ଜଗନ୍ନାଥ ଜୀ.. ରଚନା ସନ୍ତୋଷ ମିଶ୍ର -କଣ୍ଠ- କେ ଲଷ୍ମୀ ନାରାୟଣ । ଓଡ଼ିଆ ଭଜନ କାହିଁ କେତେ ଦୂରେ ରହିଛ ହେ ବନ୍ଧୁ.. ରଚନା ଡ଼ ସୁକାନ୍ତି ତ୍ରିପାଠୀ, କଣ୍ଠ -କେ ଲଷ୍ମୀ ନାରାୟଣ, ଓଡ଼ିଆ ଭଜନ ଆହେ ଭକତେ..ଖୋଲ ନେତ୍ର… କଣ୍ଠ ଭାରତୀ ଭୂଷଣ ପଟ୍ଟନାୟକ ଏହି ପାରି ୪ ଗୋଟି ଭଜନ ଶ୍ରୀ ଜଗନ୍ନାଥଙ୍କ ଶ୍ରୀଚରଣରେ ଲୋକାର୍ପଣ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ତ୍ରିଲୋଚନ ନାୟକ ବଂଶୀଧର ନାୟକ ଶ୍ରୀନିବାସ ରାଓ, ରାହୁଲ ପଲେଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ପବିତ୍ର ନବଯୌବନ ଦର୍ଶନ ଓ ରଥଯାତ୍ରା ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଜନ ବୋଳିଥିବା କଳାକାର ମାନେ ମଧ୍ୟ ଯୋଗ ଦେଇଥିଲେ । ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ଅନୁଷ୍ଠାନ ପକ୍ଷରୁ ଆସନ୍ତା ୧୦ ତାରଖ ସକାଳ ୧୦ଘଟିକା ରେ “ବୁଲନ ଭାଉ ମଣ୍ଡପ” ମାଷ୍ଟର କ୍ୟାଣ୍ଟିନ, ଭୁବନେଶ୍ୱରରେ ଚୁଡା ଦହି ଉତ୍ସବ ଓ ପାରମ୍ପରିକ ଭଜନ ପ୍ରତିଯୋଗିତା ଅନୁଷ୍ଠିତ କରାଯିବ । ମହାପ୍ରଭୁ ଶ୍ରୀଜଗନ୍ନାଥ ଚୁଡା ଭଜା ଚୁଡା କଦମ୍ବା ଚୁଡା ଖିରି, ଚୁଡା ଘସା, ଚୁଡା ରାଇତା ପ୍ରତିଦିନ ଭୋଗରେ ଖାଉଛନ୍ତି ।

ଆମ ଗୁରୁଜନ ମାନେ ମଧ୍ୟ ଚୁଡା ଖାଉଥଲେ, ଧୀରେ ଧୀରେ ଆମେ ଆମର ଭଲ ଖାଦ୍ୟ ଥାଉ ଥାଉ ବିଦେଶୀ ଖାଦ୍ୟ ଖାଇବାକୁ ଲାଗିଛୁ, ପୁଣି ଥରେ ଏହି ଚୁଡା ଖାଦ୍ୟର ବହୁଳ ବ୍ୟବହାର ନିମନ୍ତେ ଆମର ଏହା ଏକ ସ୍ୱତନ୍ତ୍ର ପ୍ରଚେଷ୍ଟା । ଏହି କାର୍ଯ୍ୟକ୍ରମରେ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର ମୁଖ୍ୟ ବାଡ଼ଗ୍ରାହୀ ମା ସୁଭଦ୍ରା, ଛପନ ଭୋଗର ମୁଖ୍ୟ ଶ୍ରୀ ବିଶ୍ୱନାଥ ସାମନ୍ତରାୟ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଆପଣ ମାନେ ଯୋଗ ଦେବାକୁ ସାଦର ନିମନ୍ତ୍ରଣ, ଶ୍ରୀ ଜଗନ୍ନାଥ ପାଞ୍ଚ ରାତ୍ର ପ୍ରଚାର ସମିତି ଓଡିଶା

You might also like
Leave A Reply

Your email address will not be published.