Odia news portal

ରଥଯାତ୍ରା ଉପଲକ୍ଷେ ତନେଇରାର ଗୋଲ୍ଡ କଏନ୍ ଅଫର – ୨୦,୦୦୦ ଟଙ୍କାର ଶପିଂରେ ସୁନା ମୁଦ୍ରା ପାଇବେ ଗ୍ରାହକ

ଭୁବନେଶ୍ୱର : ପବିତ୍ର ରଥଯାତ୍ରା ଉପଲକ୍ଷେ ଟାଟା ପ୍ରଡକ୍ଟ ତଥା ଦେଶର କୋଣ ଅନୁକୋଣର ସିଗ୍ନେଚର ଶାଢ଼ିର ଏକ୍ସକୁସିଭ ଷ୍ଟୋର ‘ତନେଇରା’ ଆଣିଛି ସ୍ବତନ୍ତ୍ର ଗୋଲ୍‌ଡ କଏନ୍ ଅଫର । ଏହା ଜୁଲାଇ ୪ରୁ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ଅବସରରେ ଗ୍ରାହକ ଭୁବନେଶ୍ୱରସ୍ଥିତ ମାଷ୍ଟର କ୍ୟାଣ୍ଟିନ୍ ଷ୍ଟେଶନ ଛକ ଏବଂ ସିଡିଏ-୬ରେ ଥିବା ତନେଇରା ଷ୍ଟୋରରୁ ୨୦,୦୦୦ ଟଙ୍କା କିମ୍ବା ତଦୁର୍ତ୍ତ ମୂଲ୍ୟର
ଶପିଂ କରି ଉପହାର ଭାବେ ୦.୨ ଗ୍ରାମଯୁକ୍ତ ତନିସ୍କ ଗୋଲ୍ଡ କଏନ୍ ପାଇପାରିବେ । ଉତ୍ସାହ ଓ ଭକ୍ତି ସହ ପାଳନ କରାଯାଉଥିବା ରଥଯାତ୍ରା ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଗୁରୁତ୍ବ ବହନ କରେ । ପ୍ରଭୁ ଜଗନ୍ନାଥଙ୍କ ରଥ ଏହାର ଯାତ୍ରା ପାଇଁ ପ୍ରସ୍ତୁତ ହୋଇଯାଇଥିବାବେଳେ ଏସବୁ ଅଫର ଉତ୍ସବର ଆନନ୍ଦକୁ ବହୁଗୁଣା କରିବ ।

ସେଲିବ୍ରେଶନ୍‌କୁ ବଢ଼ାଇବା ପାଇଁ ତନେଇରା ଭାରତର କୋଣ ଅନୁକୋଣରୁ ସର୍ବଶ୍ରେଷ୍ଠ କାରିଗରୀକୁ ଗୋଟିଏ ଛାତ ତଳେ ଉପଲବ୍ଧ କରାଇଛି । ପ୍ରତ୍ୟେକ ହାତ ତିଆରି ଡ୍ରପ୍ ସଠିକତା ଏବଂ ଆବେଗର ମିଶ୍ରଣ, ଯାହା ଭାରତର ବିବିଧ ବୟନ ଐତିହ୍ୟକୁ ପ୍ରଦର୍ଶିତ କରୁଛି । ତନେଇରାରେ ଗ୍ରାହକ ଭାରତର ୧୦୦ରୁ ଉର୍ଦ୍ଧ୍ବ ବୟନ କୃଷ୍ଟରରୁ ଶୁଦ୍ଧ ଏବଂ ପ୍ରାକୃତିକ ପ୍ୟାଟ୍ରିକ୍ସରେ ପ୍ରସ୍ତୁତ ବ୍ୟାପକ ସମ୍ଭାର ଶାଢ଼ି ମଧ୍ୟରୁ ନିଜ ପସନ୍ଦର ଶାଢ଼ିକୁ ବାଛିପାରିବେ। ସମ୍ବଲପୁରୀ, ଗୋପାଳପୁର ଟସର ସିଲ୍‌କ, କାଞ୍ଜିବରମ ଏବଂ ବନାରସୀଠାରୁ ଆରମ୍ଭ କରି ବିଳାସପୂର୍ଣ୍ଣ ବେଙ୍ଗଲ୍ ସିଲ୍‌କ, ମୁର୍ସିଦାବାଦ ସିଲ୍‌, ସାଉଥ୍ ସିଲ୍‌ ଏବଂ ଏୟୋଡୋରି ସିଲ୍‌ କଟନ ଆଦି ତନେଇରାର ସ୍ୱତନ୍ତ୍ର ଉତ୍ପାଦମାଳା ରଥଯାତ୍ରା ପରମ୍ପରାକୁ ଏକଦମ୍ ଷ୍ଟାଇଲ୍‌ରେ ପାଳନ କରିବାର ସୁଯୋଗ ଦେଉଛି, ଯାହାଦ୍ୱାରା ଗ୍ରାହକ ସ୍ମରଣୀୟ ଅନୁଭୂତି ଲାଭ କରିପାରିବେ।

ଓଡ଼ିଶାରେ ଥିବା ସମସ୍ତ ତନେଇରା ଷ୍ଟୋରରୁ ଗ୍ରାହକ ସିଗ୍‌ନେଚର କଲେକ୍ସନ ଅନ୍ତର୍ଗତ ଆକର୍ଷଣୀୟ ଶାଢ଼ି ସହିତ ଅତି ସୁନ୍ଦର ରେଡି-ଟୁ-ୱେର୍ କୁର୍ତ୍ତା ଏବଂ ଦୁର୍ଭା ସେଟ୍‌ ପାଇପାରିବେ । ତନେଇରା ବିଷୟରେ:ତନେଇରା ହେଉଛି ଟାଟା ଗ୍ରୁପ୍ କମ୍ପାନି ଅଧୀନ ଗଇଟନ୍ ପକ୍ଷରୁ ମହିଳାଙ୍କ ଏଥନିକ୍ ୱେର୍ ବ୍ରାଣ୍ଡ । ଏହା ଅନନ୍ୟ ଡିଜାଇନ୍ ଶାଢ଼ି, ବ୍ଲାଉଜ୍ ଏବଂ ରେଡି-ଟୁ-ୱେର୍‌ କୁର୍ଭା ସେଟ୍ ଉପଲବ୍ଧ କରାଇଥାଏ । ଭାରତର ୧୦୦ରୁ ଊର୍ଦ୍ଧ୍ବ ବୟନ କୃଷ୍ଟରରୁ ଶୁଦ୍ଧ ଏବଂ ପ୍ରାକୃତିକ ଫ୍ୟାଟ୍ରିକ୍ସରେ ଏସବୁ ପ୍ରସ୍ତୁତ । ଦେଶର କୋଣ ଅନୁକୋଣରୁ ସର୍ବଶ୍ରେଷ୍ଠ କାରିଗରୀକୁ ଗୋଟିଏ ଛାତ ତଳେ ଉପଲବ୍ଧ କରାଇଛି ତନେଇରା। ଟାଟାର ଭରସାରୁ ପ୍ରସ୍ତୁତ ତନେଇରା ପ୍ରଗତିଶୀଳ ଭାରତୀୟ ମହିଳାଙ୍କୁ ବହୁବିଧ କାରିଗରୀ ଏବଂ ଅନନ୍ୟ କ୍ରାଫ୍ଟ ଓ ଡିଜାଇନ୍‌ରେ ପ୍ରସ୍ତୁତ ଉତ୍ପାଦ ଯୋଗାଉଛି । ଉତ୍ସବ ହେଉ ଅବା ବିବାହ କିମ୍ବା ସ୍ୱତନ୍ତ୍ର ଅବସର, ତନେଇରା ମହିଳାଙ୍କ ପ୍ରତିଦିନ ଫ୍ୟାଶନ ତଥା ପ୍ରତି ଅବସର ପାଇଁ ଉତ୍ପାଦ ଯୋଗାଉଛି । ସମଗ୍ର ଦେଶରେ ବୁଣାକାର ସମୁଦାୟ ସହିତ କାର୍ଯ୍ୟ କରୁଛି ତନେଇରା। ବୟନ ପ୍ରଯୁକ୍ତିକୁ ଆଧୁନିକ କରିବା ନିମନ୍ତେ ଏହା ମଧ୍ୟ ୱେଭରଶାଳା’ ନାମରେ ଏକ ଅଭିଯାନ ଆରମ୍ଭ କରିଛି। ଏହାସହିତ ପରବର୍ତ୍ତୀ ପିଢ଼ି ପାଇଁ ହାତବୁଣା ପାରମ୍ପରିକ ପଦ୍ଧତିକୁ ବି ବଞ୍ଚାଇ ରଖିଛି ତନେଇରା ।

ଏହାସହିତ ସ୍ଥାନୀୟ ବୁଣାକାର ନେତୃତ୍ବାଧୀନ ସଂସ୍ଥାଗୁଡିକ ସହଯୋଗିତାରେ ଏହା ବୁଣାକାରମାନଙ୍କ ପାଇଁ ଫ୍ରେମ୍ ଲୁମ୍ ସହିତ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟଶାଳା ସୁବିଧା ଉପଲବ୍ଧ କରାଇଛି। ସମ୍ପ୍ରତି ଦେଶବ୍ୟାପୀ ୧୮ଟି ୱେଭରଶାଳା କାର୍ଯ୍ୟ କରୁଛି । ୨୦୧୭ରେ ଆରମ୍ଭ ହୋଇଥିବା ତନେଇରା ଗ୍ରାହକଙ୍କୁ ଏକ ସ୍ବତନ୍ତ୍ର ଏବଂ ଆରାମଦାୟକ ବ୍ରାଉଜିଂ ଅନୁଭୂତି ପ୍ରଦାନ କରୁଛି । ଷ୍ଟୋରରେ ଥିବା ଷ୍ଟାଫମାନଙ୍କର ଉତ୍ପାଦ ଉପରେ ବିସ୍ତୃତ ଜ୍ଞାନ ରହିଛି। ୩୮ଟି ସହରରେ ୭୬ ଷ୍ଟୋର ସହିତ ଏକ ମଜଭୁତ ନେଟ୍ୱର୍କ ମାଧ୍ୟମରେ ଏହା ମାନଯୁକ୍ତ ସେବା ପ୍ରଦାନ କରୁଛି। ସମସ୍ତ ପ୍ରମୁଖ ମେଟ୍ରୋ ହବ୍‌ଗୁଡ଼ିକରେ ତନେଇରାର ଉପସ୍ଥିତି ରହିଛି। ପ୍ରମୁଖ ଟିୟର-୧ ଏବଂ ଟିୟର-୨ ସହରଗୁଡ଼ିକରେ ଏହା ଉପସ୍ଥିତି ମଜଭୂତ କରୁଛି। ତନେଇରା ମଧ୍ୟ ଅନ୍‌ଲାଇନ୍ www.taneira.com
ରେ ଉପଲବ୍ଧ ।

You might also like
Leave A Reply

Your email address will not be published.