Odia news portal

ରାଜଧାନୀରେ ସଭ୍ୟତାର ୧୨୩ତମ ଷ୍ଟୋର୍‌ ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ଅଗ୍ରଣୀ ପ୍ରିମିୟମ ଏଥ୍‌ନିକ ୱେୟାର ବ୍ରାଣ୍ଡ, ସଭ୍ୟତା ଭୁବନେଶ୍ୱର ଓଡିଶାରେ ଏହାର ୧୨୩ତମ ଷ୍ଟୋର ଓ ୨ୟ ଷ୍ଟୋର୍‌ର ବିଶାଳ ଶୁଭାରମ୍ଭ କରିଛି । ଏହି ନୂତନ ଷ୍ଟୋରର ଉଦ୍‌ଘାଟନ ଭୁବନେଶ୍ୱରରେ ଏହି ବ୍ରାଣ୍ଡର ଉପସ୍ଥିତିକୁ ଅଧିକ ସୁଦୃଢ କରିଛି । ଏହି ନୂଆ ଷ୍ଟୋର ସହରର ଗତିଶୀଳ ଫ୍ୟାଶନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଲକ୍ଷ୍ୟ ରଖିଛି ।

ଏହି ଅବସରରେ ଭୁବନେଶ୍ୱରର ମେୟର ଶ୍ରୀମତୀ ସୁଲୋଚନା ଦାସ ମଧ୍ୟ ଉପସ୍ଥିତ ଥିଲେ । ଭୁବନେଶ୍ୱରର ସ୍ୱତନ୍ତ୍ର ସାଂସ୍କୃତିକ ଐତିହ୍ୟ ଓ ଅର୍ଥନୈତିକ ପରିବେଶ, ସଭ୍ୟତାର ସମ୍ପ୍ରସାରଣ ପାଇଁ ଏହାକୁ ଏକ ଆଦର୍ଶ ସ୍ଥାନରେ ପରିଣତ କରୁଛି । ଓଡିଶାର ଏକ ସାଂସ୍କୃତିକ ଓ ବାଣିଜ୍ୟିକ କେନ୍ଦ୍ର ଭାବେ ପରିଚିତ ଏହି ସହର ଫ୍ୟାଶନ ଓ ଏଥ୍‌ନିକ ପୋଷାକ ପାଇଁ ଅପାର ସମ୍ଭାବନା ପ୍ରଦାନ କରୁଛି, ଯାହା ପାରମ୍ପରିକ ପୋଷାକର ଆଧୁନିକୀକରଣ କରିବା ଓ ଏହାକୁ ସେଲିବ୍ରେଟ କରିବା ନେଇ ସଭ୍ୟତାର ଦୃଷ୍ଟିକୋଣ ସହ ଉପଯୁକ୍ତ ଭାବେ ମେଳ ଖାଉଛି ।

ବିକଶିତ ଫ୍ୟାଶନ ଟ୍ରେଣ୍ଡ୍ ଏବଂ କର୍ମ କ୍ଷେତ୍ରରେ ମହିଳାମାନଙ୍କ ବର୍ଦ୍ଧିତ ଅଂଶଗ୍ରହଣର ପ୍ରତିକ୍ରିୟାରେ, ସଭ୍ୟତା ଏକ ବିସ୍ତୃତ ଶୃଙ୍ଖଳାର ପୋଷାକ ପ୍ରଦାନ କରିବା ଜାରି ରଖିଛି ଯାହା ପାରମ୍ପରିକ ଓ ଆଧୁନିକ ଉପାଦାନଗୁଡିକୁ ମିଶ୍ରଣ କରୁଛି । ଏହି ଷ୍ଟୋର୍‌ର କଲେକ୍ସନରେ ୧୩୯୯ ଟଙ୍କାରୁ ୧୭,୯୯୯ ଟଙ୍କା ମଧ୍ୟରେ ବିଭିନ୍ନ ଅବସର ପାଇଁ ଫ୍ୟାଶନ-ଫର୍‌ୱାର୍ଡ ପୋଷାକ ସାମିଲ ରହିବ ।

ଏସମ୍ପର୍କରେ ସଭ୍ୟତାର ସହପ୍ରତିଷ୍ଠାତା ପଙ୍କଜ ଆନନ୍ଦ କହିଛନ୍ତି, “ଆମେ ଭୁବନେଶ୍ୱରରେ ଆମର ୨ୟ ଷ୍ଟୋର୍ ଖୋଲିବା ପାଇଁ ଉତ୍ସାହିତ ରହିଛୁ ଏବଂ ସହରର ଜୀବନ୍ତ ଫ୍ୟାଶନ ସମୁଦାୟକୁ ସେବା ଯୋଗାଇବା ପାଇଁ ଅପେକ୍ଷା କରିଛୁ । ଏହି ନୂଆ ଷ୍ଟୋର୍ ଆମର ନୂତନ କଲେକ୍ସନକୁ ପ୍ରଦର୍ଶିତ କରିବ ଏବଂ ଏଥ୍‌ନିକ ଫ୍ୟାଶନ ଉପରେ ଏକ ସତେଜ ଦୃଷ୍ଟିକୋଣ ପ୍ରଦାନ କରିବ, ଯାହା ଏଥିନିକ ୱେୟାରକୁ ଆଜିର ମହିଳାମାନଙ୍କ ପାଇଁ ପହଂଚଯୋଗ୍ୟ ଓ ପ୍ରାସଙ୍ଗିକ କରିବାର ଆମର ଲକ୍ଷ୍ୟ ସହ ଜଡିତ ରହିଛି ।” କମ୍ପାନୀର ସହ-ପ୍ରତିଷ୍ଠାତା ଅନିଲ ଅରୋରା କହିଛନ୍ତି, “ଆମର ୧୨୩ତମ ଷ୍ଟୋର୍‌ର ଉନ୍ମୋଚନ ଏକ ବଡ ସଫଳତା ଅଟେ ।

ଆମେ ଭୁବନେଶ୍ୱରରେ ଆମର ଉପସ୍ଥିତିକୁ ବିସ୍ତାର କରି ଉତ୍ସାହିତ ଅଛୁ ଏବଂ ଦେଶର ପ୍ରତ୍ୟେକ କୋଣ ପାଇଁ ସର୍ବୋତମ ଏଥ୍‌ନିକ ପୋଷାକ ଆଣିବା ଲାଗି ପ୍ରତିବଦ୍ଧ ରହିଛୁ ।” ସଭ୍ୟତା ନିଜର ସ୍ୱତନ୍ତ୍ର ଡିଜାଇନ, ଜୀବନ୍ତ ରଙ୍ଗ ଓ ସୁଲଭ ମୂଲ୍ୟ ସହିତ ଏଥିନିକ ୱେୟାର ସେଗ୍‌ମେଂଟ୍‌ରେ ଏକ ଲିଡର ଭାବେ ନିଜକୁ ସ୍ଥାପିତ କରିଛି । ଭାରତବ୍ୟାପୀ ବ୍ରାଣ୍ଡର ଷ୍ଟୋରଗୁଡିକର ବିସ୍ତୃତ ନେଟ୍‌ୱର୍କ ସମସ୍ତଙ୍କ ପାଇଁ ଏଥ୍‌ନିକ ଫ୍ୟାଶନକୁ ପହଂଚଯୋଗ୍ୟ କରିବା ନେଇ ଏହାର ସମର୍ପଣକୁ ପ୍ରତିଫଳନ କରୁଛି ।

You might also like
Leave A Reply

Your email address will not be published.