Odia news portal

ନଭେମ୍ବର ୮ ରୁ ଆନ୍ତର୍ଜାତୀୟ ଜଗନ୍ନାଥ ମହୋତ୍ସବ ୨୦୨୪

ଭୁବନେଶ୍ବର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ଵର ସର୍କିଟ ହାଉସରେ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବ ନଭେମ୍ବର ୮ ତାରିଖ ରୁ ୧୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର ନୟାପଲ୍ଲୀ ଅଞ୍ଚଳରେ ଥିବା କସ୍ତୁରବା (ରାବଣ ପୋଡି) ପଡିଆ ଠାରେ ଆୟୋଜିତ ହେବାକୁ ଯାଉଅଛି ।

ଏହି ଅବସରରେ ଶ୍ରୀଜଗନ୍ନାଥଙ୍କର ୨୪ ବେଶ ସ୍ଥାନ ପାଇବା ସହ ପ୍ରତିଦିନ ଯଜ୍ଞ, ଶ୍ରୀଜଗନ୍ନାଥଙ୍କ ଉପରେ ଆଧାରିତ ଭଜନ, ମାହାରୀ ନୃତ୍ୟ, ନାମ ସଙ୍କୀର୍ତ୍ତନ, ଶ୍ରୀ ଜଗନ୍ନାଥ ଭକ୍ତ ସମ୍ମିଳନୀ ଆଦି ଅନୁଷ୍ଠିତ ହେବ । ଏଥି ସହିତ ଶ୍ରୀ ଜଗନ୍ନାଥଙ୍କ ୫୬ ଭୋଗ, ଶ୍ରୀ ଜଗନ୍ନାଥଙ୍କ ଉପରେ ଲିଖିତ ବିଭିନ୍ନ ପୁସ୍ତକ, ପଟ୍ଟଚିତ୍ର, ହସ୍ତଶିଳ୍ପ, ଆନନ୍ଦ ବଜାର ଆଦି ସ୍ତାନ ପାଇବ ସେହିପରି ପ୍ରତିଦିନ ଶ୍ରୀଜଗନ୍ନାଥଙ୍କ ସ୍କନ୍ଦଃ ପୁରାଣ ଆଧାରିତ ବିଷୟବସ୍ତୁକୁ ନେଇ ଶ୍ରୀ ଜଗନ୍ନାଥ ଧର୍ମ ସଂସ୍କୁତିର ବିଶିଷ୍ଟ ପ୍ରଚାରକ ବାବାଜୀ ଅମୃତା ନନ୍ଦ ଦାସ ମହାରାଜଙ୍କର ପ୍ରବଚନ କାର୍ଯ୍ଯକ୍ରମ ରହିଛି ।

ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂପାଦନ ପାଇଁ ପ୍ରସ୍ତୁତି ବୈଠକରେ ଆଲୋଚନା କରାଯିବା ସହ ଏକ ପରିଚାଳନା କମିଟି ଗଠନ କରାଯାଇଥିଲା । ବିଶିଷ୍ଠ ସମାଜ ସେବୀ ଜଗନ୍ନାଥ ପ୍ରଧାନଙ୍କୁ ଅଧ୍ୟକ୍ଷ ଓ ପୂର୍ବତନ ବିଧାୟକ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ରୂପେ ମନୋନୀତ କରାଯାଇଛି ।

ଏହି ବୈଠକରେ ପୂର୍ବତନ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ଦଇତା ପତି ଭବାନୀ ପ୍ରସାଦ ଦାସ ମହାପାତ୍ର, ରୋଟାରିଆନ ଇଞ୍ଜିନିୟର ସୁଧାଂଶୁ ଶେଖର ହରିଚନ୍ଦନ, ବୁଦ୍ଧିଜିବୀ ନାରାୟଣ ମହାପାତ୍ର, ବୁଦ୍ଧିଜୀବୀ ଆଦିତ୍ୟ ପାଢ଼ୀ ଶଶାଙ୍କ ପଟ୍ଟନାୟକ ବୁଦ୍ଧିଜିବୀ ପ୍ରକାଶ ଶ୍ରୀଚନ୍ଦନ ପବିତ୍ର ରାଉତରାୟ ଓ କର୍ପୋରେଟର ଅମରେଶ ଜେନା, ପୂର୍ବତନ କର୍ପୋରେଟର ନରେନ୍ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାକୁ ଶ୍ରୀଯୁକ୍ତ ଦିଲୀପ ଶ୍ରୀଚନ୍ଦନ ପୌରହିତ୍ୟ କରିଥିଲେ । ପରିଶେଷରେ ପ୍ରଦୀପ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

You might also like
Leave A Reply

Your email address will not be published.