Odia news portal

କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟି

୧୫୦ରୁ ଅଧିକ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,(ଚକ୍ରଧର ମାଝି) : ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ଓାର୍ଡରେ କାର୍ଯ୍ୟରତ ବିଏମସି ସଫେଇ କର୍ମଚାରୀ ମାନଙ୍କୁ ଏକ ନିଆରା ଢଙ୍ଗରେ ପୂଜାଭେଟି ଦେଇଛନ୍ତି କର୍ପୋରେଟର ଜୟନ୍ତୀ ସାହୁ । ଆଜି ୧୨ ନମ୍ବର ୱାର୍ଡ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ୧୫୦ ଜଣ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ନୂତନ ବସ୍ତ୍ର ଓ ମିଠା ପ୍ୟାକେଟ ବଣ୍ଟନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଥିଲେ ଭୁବନେଶ୍ୱରକୁ ସ୍ୱଚ୍ଛ ସୁନ୍ଦର ରଖିବାରେ ବିଏମସି ସଫେଇ କର୍ମଚାରୀଙ୍କ ଭୂମିକା ଅତୁଳନୀୟ । ଖରା, ବର୍ଷା, ଶୀତ, କାକରକୁ ଖାତିରି ନକରି କିମ୍ବା କରୋନା ଭଳି ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକ ମାନଙ୍କୁ ସେବା ଯୋଗାଇ ଦେଉଥିବା ସଫେଇ କର୍ମଚାରୀ ହେଉଛନ୍ତି ପ୍ରକୃତରେ ମହାନ ।

ସମ୍ମାନିତ ଅତିଥି ଭାବେ ମେୟର ସୁଲୋଚନା ଦାସ, ଯୋଗଦେଇ କର୍ପୋରେଟରଙ୍କର ଏଭଳି ନିଆରା ପଦକ୍ଷେପକୁ ପ୍ରଶଂସା କରିବା ସହିତ କହିଥିଲେ ଆଗାମୀ ଦିନରେ ଏହି ସମ୍ବର୍ଦ୍ଧନା ଆମ କର୍ମଚାରୀ ମାନଙ୍କୁ ଅଧିକ କାମ କରିବା ପାଇଁ ପ୍ରେରଣା ଯୋଗାଇବ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରି ମୁରବୀ ଜନକର ସାହୁ, କର୍ପୋରେଟର ଜୟନ୍ତୀ ସାହୁ, ବିଏମସି ଉତ୍ତର ଜୋନର ଡେପୁଟି କମିଶନର ଶଶୀଭୂଷଣ ମହାପାତ୍ର, କମୁନିଟି ଅଧିକାରୀ ପ୍ରଶାନ୍ତ ରାଉତ, ଯନ୍ତ୍ରୀ ଶ୍ରୀକାନ୍ତ ଆଚାର୍ଯ୍ୟ, ରାନଚନ୍ଦ୍ର ମିଶ୍ର, ଓାର୍ଡ ଅଧିକାରୀ ରବିନାରାୟଣ ମିଶ୍ର, ସାନିଟାରୀ ଇନ୍ସପେକ୍ଟର ମନୋରଞ୍ଜନ ମହାପାତ୍ର, ଯୁବନେତା ପ୍ରଶନ୍ନ କୁମାର ସାହୁ ପ୍ରମୁଖ ଯୋଗଦେଇ ସଫେଇ କର୍ମଚାରୀଙ୍କୁ ଶାଢୀ, ପ୍ୟାଣ୍ଟସାର୍ଟ କପଡା ଓ ମିଠା ପ୍ୟାକେଟ ବଣ୍ଟନ କରିଥିଲେ ।

ଏହି ଅବସରରେ ସମାଜ ସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପ୍ରତିଷ୍ଠିତ ସମାଜସେବୀ ଓ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରି ଆଇନଜୀବୀ ସମରେନ୍ଦ୍ର ସାହୁ ସଭାପତିତ୍ୱ କରିଥିବା ବେଳେ ବାବୁ ଭାଇ ଟିମର ସଦସ୍ୟ ଚଗଲା ଜେନା, ମିଟୁ ପରିଡା, ଭଗବାନ ଦାସ, ତପନ ରାଉତରାୟ, ଅଜିତ କୁମାର ଦାସ, ପ୍ରିତମ କୁମାର ସ୍ୱାଇଁ, ଛାତ୍ରନେତା ସୌମ୍ୟ ଓ ଲୁଲୁ ପ୍ରମୁଖ ସହଯୋଗ କରିଥିଲେ ।

You might also like
Leave A Reply

Your email address will not be published.