Odia news portal

ଅନନ୍ୟ କ୍ରୀଡ଼ା ମହୋତ୍ସବ ଅଲମ୍ପିଆ ଉଦ୍‌ଘାଟିତ

ଭୁବନେଶ୍ବର : ଭୁବନେଶ୍ବରର ଭାମ୍ପାୟାର୍ସ କ୍ଲବ୍‌ ଆନୁକୂଲୃରେ ପିନାଲ୍‌ ଫାର୍ମା, ଗ୍ୟାଲେକ୍ସି ମେଡିକେୟାର ପ୍ରାଇଭେଟ୍‌ ଲିମିଟେଡ୍‌, ଭାୟୋଟୋନିକ୍ସ, ଇଜି ଆଣ୍ଡୋଟେକ୍‌ ଓ ପଶୁପତି ପ୍ରାଇଭେଟ୍‌ ଲିଭିଟେଡ୍‌ ଦ୍ବାରା ପ୍ରାୟୋଜିତ ଅନନ୍ୟ କ୍ରୀଡ଼ା ମହୋତ୍ସବ ‘ଅଲମ୍ପିଆ ୨୦୨୪-୨୫’ ମଞ୍ଚେଶ୍ବରସ୍ଥିତ ପିପଲ ହୋଟେଲ ସେଭେନ୍‌ ‌ରିସର୍ଟସଠାରେ ଉଦ୍‌ଘାଟିତ ହୋଇଯାଇଛି।

ଏହାକୁ ସୁପ୍ରତିଷ୍ଠିତ ତଥା ସୁନାମଧନ୍ୟ କଣ୍ଠଶିଳ୍ପୀ ବିଭୂକିଶୋର ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ଏହି ମହେତ୍ସୋବ ଅକ୍ଟୋବର ଶେ‌ଷ ସପ୍ତାହରୁ ଆରମ୍ଭ ହୋଇ ଆସନ୍ତା ବର୍ଷ ଜାନୁଆରି ପର୍ଯ୍ୟନ୍ତ ଚାଲିବ।

କାର୍ଯ୍ୟସୂଚୀ:
୧- ଖେଲୋ ଇଣ୍ଡିଆ ସିଜିନ୍‌-୩: ଫୁଟ୍‌ବଲ୍‌, ଭଲିବଲ୍‌, ବ୍ୟାଡ୍‌ମିଣ୍ଟନ, ଟେବୁଲ ଟେନିସ, କ୍ୟାରମ ଓ ଆଥ୍‌ଲେଟିକ୍ସ ପ୍ରତିଯୋଗିତା ହେବ। ଏଥିରେ ଭାମ୍ପାୟାର୍ସ, ପିନାକଲ୍‌ ପାଇରେଟ୍‌ସ, ଆଇଆର୍‌ସି ଫାଇଟର୍ସ, କ୍ରାଏଷ୍ଟ ୟୁନାଇଟେଡ୍‌, ରାଜାରାଣୀ ୱାରିୟର୍ସ ଓ ଇନ୍‌ଭିନ୍‌ସିବଲ୍‌ସ ଭାଗନେବେ। ଏହା ‌ଅକ୍ଟୋବର ୨୫, ୨୬, ୨୭ ଏବଂ ନଭେମ୍ବା ୯ ଓ ୧୦ରେ ଖେଳାଯିବ।
୨- ଭୁବନେଶ୍ବର କ୍ରିକେଟ୍‌ ସିଜିନ୍‌-୩ (ନଭେମ୍ବର ୧ରୁ ୩)
୩- ଭାମ୍ପାୟାର୍ସ କ୍ରିକେଟ୍‌ ବ୍ଲ‌ାଷ୍ଟ ସିଜିନ୍‌-୨(ନଭେମ୍ବର ୧୬, ୧୭): ଓଡ଼ିଶାରୁ ୩୦ ଦଳ ଭାଗ ନେବେ।
୪- ୱି ଲଭ୍‌ କ୍ରିକେଟ୍‌ ସିଜିନ୍‌-୨: ଏଥିରେ ୧୨ ବଡ଼ କର୍ପୋରେଟ୍‌ କରିବେ ଏବଂ ଫ୍ଲଡ୍‌ ଲାଇଟ୍‌ରେ ଖେଳାଯିବ।

You might also like
Leave A Reply

Your email address will not be published.