Odia news portal

ପଞ୍ଚମ ଦିନରେ ହରିଦ୍ୱାରରେ ଶ୍ରୀଜଗନ୍ନାଥ ପାଞ୍ଚ ରାତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର : ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ହରିଦ୍ୱାରରେ ମହାପ୍ରଭୁଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ପଞ୍ଚମ ତଥା ଶେଷ ଦିନରେ ପହଁଞ୍ଚଛି । ମହନ୍ତ ରାମକୃଷ୍ଣ ଦାସ ମହାରାଜ, ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ସମ୍ପାଦକ ପ୍ରଭାକର ମଲ୍ଲିକ ଉପସଭାପତି ବୈକୁଣ୍ଠ ନାଥ ମହାପାତ୍ର ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ ସଂଗଠନ ସମ୍ପାଦକ ନାରାୟଣ ମହାପାତ୍ର, ଡ଼ ରାମଚନ୍ଦ୍ର ମିଶ୍ର ବାବୁରାମ ସ୍ୱାଇଁ,ଈଂ ପୂର୍ଣ୍ଣ ଚନ୍ଦ୍ର ସାହୁ, ସୁରେନ୍ଦ୍ର ସାମଲ ଓ ଅନ୍ୟମାନେ ଯୋଗ ଦେଇ ସହଯୋଗ କରିଥିଲେ ।

ହରିଦ୍ୱାରରେ ଏହି କାର୍ଯ୍ୟକ୍ରମରେ ପଣ୍ଡିତ ଦେବଦତ୍ତ ଦାଶ ପଣ୍ଡିତ ବିଷ୍ଣୁ ନାରାୟଣ ପାଢ଼ୀ ମହାପ୍ରଭୁ ଙ୍କ ପୂଜା ସେବା ନୀତି କରିବା ସହିତ ୫ଦିନ ଧରି ପାରାୟଣ କରିଥିଲେ । ଶେଷ ଦିନ ହୋମ କରାଯିବା ସହ ସାଧୁ ମାନଙ୍କୁ ନିମନ୍ତ୍ରଣ କରାଯାଇ ଭୋଜନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ପ୍ରସାଦ ନୁଖୁରା ଖେଚେଡ଼ି, ଡାଲମା, ଓ ସାଧୁ ମାନଙ୍କର ପ୍ରସାଦ ଆଳୁ ତରକାରୀ, ପୁରୀ ବିଲାତି ଖଟା, ଆମ୍ବରସ, କ୍ଷୀରି ଓ ଦକ୍ଷିଣା ପ୍ରଦାନ କରା ଯାଇଥିଲା ପୂର୍ବରୁ ମଧ୍ୟ ଏହି ପାଞ୍ଚରାତ୍ର କାର୍ଯ୍ୟକ୍ରମ ଦେଶ ଓ ବିଦେଶ ରେ ସଫଳତାର ସହ ଅନୁଷ୍ଠିତ ହୋଇ ଯାଇ ଅଛି ।

ଏହି କାର୍ଯ୍ୟକ୍ରମରେ ସର୍ବଭାରତ ବ୍ରାହ୍ମଣ ମହାସଭାର ରାଷ୍ଟ୍ରୀୟ ମହାସଚିବ ଡ଼ ରାଜେନ୍ଦ୍ର କୁମାର ପରାଶର, ଉତ୍ତରାଖଣ୍ଡ କେ ମହାସଚିବ ନରେଶ ଶର୍ମା, ହରିଦ୍ୱାର ଜିଲ୍ଲା ର ମହାସଚିବ ଲକି ଦତ୍ତା ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ବ୍ୟାପକ ଭାବେ କରାଯିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆ ଯାଉଛି । ମହାପ୍ରଭୁଙ୍କ ପୁରାଣ ସ୍କନ୍ଦ ପୁରାଣର ପ୍ରଚାର ପ୍ରସାର କରିବା ନିମନ୍ତେ ପାଞ୍ଚରାତ୍ର ପ୍ରଚାର ସମିତି ସର୍ବଦା ଚେଷ୍ଟା କରି ଆସୁଅଛି ।

You might also like
Leave A Reply

Your email address will not be published.