Odia news portal

ବାଲେଶ୍ୱର ଓ ଭଦ୍ରକରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

ସିମୁଳିଆ, ସୋରୋ, ଧାମନଗର ଓ ଭଣ୍ଡାରୀପୋଖରୀରେ
ବିଶାଳ ଜନସଭାରେ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ୱାନ

ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ଆର୍ଥିକ ବୋଝ ହାଲ୍‍କା କରିବା ପାଇଁ କାମ କରୁଛନ୍ତି, କେନ୍ଦ୍ରର ବିଜେପି ସରକାର ଆପଣମାନଙ୍କ ବୋଝ ବଢ଼େଇ ଚାଲିଛନ୍ତି

ମହାପ୍ରଭୁଙ୍କ ଆଶୀର୍ବାଦରୁ ଓ ଆପଣମାନଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ
ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ,
ପ୍ରଥମ ଦସ୍ତଖତରେ ସମସ୍ତଙ୍କୁ ବିଜୁଳି ବିଲ୍‍ରୁ ମୁକ୍ତ କରିବେ,
ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ କାର୍ଡ ସମସ୍ତେ ପାଇବେ,
ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟାମାନଙ୍କ ପାଇଁ
ପେନ୍‍ସନ ବ୍ୟବସ୍ଥା କରିବେ,
କଲେଜ ପିଲାମାନଙ୍କ ନୂଆ-ଓ ସ୍କଲାରସିପ୍‍କୁ ମଧ୍ୟ ବୃଦ୍ଧି କରିବେ,
ପୁଅ ପିଲା ୯ ହଜାର ପରିବର୍ତ୍ତେ ପାଇବେ ୧୨ ହଜାର,
ଝିଅ ପିଲା ୧୦ ହଜାର ପରିବର୍ତ୍ତେ ପାଇବେ ୧୪ ହଜାର ଟଙ୍କା
ପିଲାଙ୍କ ପାଇଁ ଏଭଳି ଯୋଜନା ଦେଶରେ କୌଣସି ରାଜ୍ୟ କରିନାହାନ୍ତି

ସାଢ଼େ ୪ କୋଟି ଓଡ଼ିଆ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପରିବାର,
ସେ ହେଉଛନ୍ତି ପରିବାରର ମୁଖିଆ
ଏଭଳି ଯୋଜନା ମୁଖ୍ୟମନ୍ତ୍ରୀ କରୁଛନ୍ତି,
ଆପଣଙ୍କ ପରିବାରର ବୋଝ ହାଲ୍‍କା କରିବା ପାଇଁ,
ଯୁବପିଢ଼ିକୁ ସଶକ୍ତ କରିବା ପାଇଁ

5T ସ୍କୁଲ, କଲେଜ ଯୋଗୁଁ ବେସରକାରୀ ଶିକ୍ଷାନୁଷ୍ଠାନ ଠାରୁ ଭଲ ସୁବିଧା ପାଉଛନ୍ତି ପିଲାମାନେ
ବି.ଏସ୍‍.କେ.ୱାଇ କାର୍ଡରେ ବେସରକାରୀ ହସପିଟାଲରେ ମଧ୍ୟ ବିନା ଖର୍ଚ୍ଚରେ ଭଲ ଚିକିତ୍ସା ପାଉଛନ୍ତି
ଲକ୍ଷ୍ମୀ ବସରେ ମା’ମାନେ, ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କାରେ ଯିବା ଆସିବା କରିପାରୁଛନ୍ତି
ଏହାଦ୍ୱାରା ଆପଣଙ୍କ ବୋଝ ହାଲ୍‍କା ହେଉଛି,
ଆପଣମାନଙ୍କ ପିଲାମାନେ ଆଗକୁ ବଢ଼ିବାକୁ ସୁଯୋଗ ପାଉଛନ୍ତି
ଏହାଦ୍ୱାରା ସାରା ଓଡ଼ିଶା ଆଗକୁ ବଢ଼ିବ

ଓଡ଼ିଶା ଆଗକୁ ବଢ଼ୁଛି, ଲୋକଙ୍କ ସ୍ୱପ୍ନ ପୁରଣ ହେଉଛି, ଅନେକ ଉଦାହରଣ ଅଛି
ବଲାଙ୍ଗୀରର ଜଣେ ଅଙ୍ଗନବାଡ଼ି ଦିଦିଙ୍କ ପୁଅ ଡାକ୍ତରୀ ପାଠରେ ଆଡମିଶନ ନେଇଛି
ଜଣେ ଅଙ୍ଗନବାଡ଼ି ଦିଦି ମଧ୍ୟ ତାଙ୍କ ସ୍ୱପ୍ନ ପୁରଣ କରିପାରୁଛନ୍ତି
ପୁଅକୁ ଡାକ୍ତର କରିପାରୁଛନ୍ତି

ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି
ମା’ମାନଙ୍କୁ, ଯୁବପିଢ଼ିମାନଙ୍କୁ ସଶକ୍ତ କରି ସେମାନଙ୍କ ଜରିଆରେ ନୂଆ ଓଡ଼ିଶା ଗଠନ କରିବାକୁ ଚାହୁଁଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ

କେନ୍ଦ୍ରର ବିଜେପି ସରକାର ବହୁତ କଥା କହିଥିଲେ – ଦରଦାମ୍‍ କମେଇବା, ଏଲ୍‍.ପି.ଜି., ପେଟ୍ରୋଲ, ଡିଜେଲ ଆଦି ଦାମ କମିଲା କି ? ରୋଜଗାର ଦେବା କଥା କହିଥିଲେ, ଦେଲେ କି ?
ସେମାନଙ୍କର ଆପଣଙ୍କ ସୁଖଦୁଃଖ ସହିତ କିଛି ସମ୍ପର୍କ ନାହିଁ,
କେବଳ ୫ ବର୍ଷରେ ଥରେ ଆସିବେ, ଭୋଟ ମାଗିବେ
ନବୀନ ସରକାର ଆପଣଙ୍କ ସୁଖଦୁଃଖର ସାଥି
ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ବହୁତ ଭଲ ପାଆନ୍ତି,
ଆପଣମାନଙ୍କର ଯାହା ବି କିଛି କାମ ଅଛି, ଦାବୀ ଅଛି,
ସବୁ ମୁଖ୍ୟମନ୍ତ୍ରୀ ପୁରଣ କରିବେ

୫ ବର୍ଷରେ ଥରେ ଆପଣମାନେ ସୁଯୋଗ ପାଇଛନ୍ତି ଆଶୀର୍ବାଦ କରିବା ପାଇଁ
ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ,
ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡ଼ିଶା ଗଠନର ସ୍ୱପ୍ନକୁ ସାକାର କରନ୍ତୁ

ସୋରୋରେ ବାହାନଗାବାସୀଙ୍କୁ କଲେ ଉଚ୍ଚ ପ୍ରଶଂସା,
ବାହାନଗାବାସୀ ସାରା ଦୁନିଆକୁ
ମଣିଷପଣିଆ ଦେଖାଇବାରେ ନୂଆ ପରିଚୟ ଦେଇଛନ୍ତି

ବିଜୁ ପରିବାରକୁ ପାଣ୍ଡିଆନଙ୍କ ଆହ୍ୱାନ,
କଠିନ ପରିଶ୍ରମ କରନ୍ତୁ,
ବହୁ ଭୋଟରେ ଜିତାଇ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ରଖନ୍ତୁ
ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କ ମାନ ରଖନ୍ତୁ

ଭୁବନେଶ୍ୱର
୩୦.୦୫.୨୦୨୪

ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ବାଲେଶ୍ୱର ଓ ଭଦ୍ରକ ଲୋକସଭା କ୍ଷେତ୍ରରେ ନିର୍ବାଚନ ପ୍ରଚାର କରି ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ୱାନ ଦେଇଛନ୍ତି । ସିମୁଳିଆ, ସୋରୋ, ଧାମନଗର ଓ ଭଣ୍ଡାରୀପୋଖରୀରେ ବିଶାଳ ଜନସଭାରେ ଯୋଗ ଦେଇ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କୁ ଆଶୀର୍ବାଦ କରିବାକୁ ନିବେଦନ କରିଛନ୍ତି ।

ଆୟୋଜିତ ସଭାଗୁଡ଼ିକରେ ସେ କହିଥିଲେ ଯେ, ସାଢ଼େ ୪ କୋଟି ଓଡ଼ିଶାବାସୀ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପରିବାର । ସେ ହେଉଛନ୍ତି ପରିବାରର ମୁଖିଆ । ମୁଖିଆ ଭାବରେ ସେ ଆପଣମାନଙ୍କ ଆର୍ଥିକ ବୋଝ ହାଲ୍‍କା କରିବା ପାଇଁ କାମ କରୁଛନ୍ତି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଆପଣମାନଙ୍କ ବୋଝ ବଢ଼େଇ ବଢ଼େଇ ଚାଲିଛନ୍ତି ।

ସେ କହିଲେ ଯେ, ମହାପ୍ରଭୁଙ୍କ ଆଶୀର୍ବାଦରୁ ଓ ଆପଣମାନଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ପ୍ରଥମ ଦସ୍ତଖତରେ ସମସ୍ତଙ୍କୁ ବିଜୁଳି ବିଲ୍‍ରୁ ମୁକ୍ତ କରିବେ । ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ କାର୍ଡ ସମସ୍ତେ ପାଇବେ । ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟାମାନଙ୍କ ପାଇଁ ପେନ୍‍ସନ ବ୍ୟବସ୍ଥା କରିବେ । କଲେଜ ପିଲାମାନଙ୍କ ନୂଆ-ଓ ସ୍କଲାରସିପ୍‍କୁ ମଧ୍ୟ ବୃଦ୍ଧି କରିବେ । ପୁଅ ପିଲା ୯ ହଜାର ପରିବର୍ତ୍ତେ ପାଇବେ ୧୨ ହଜାର, ଝିଅ ପିଲା ୧୦ ହଜାର ପରିବର୍ତ୍ତେ ପାଇବେ ୧୪ ହଜାର ଟଙ୍କା । ପିଲାଙ୍କ ପାଇଁ ଏଭଳି ଯୋଜନା ଦେଶରେ କୌଣସି ରାଜ୍ୟ କରିନାହାନ୍ତି ବୋଲି ସେ କହିଥିଲେ ।

ଏ ସବୁ ପଦକ୍ଷେପର ଉଦ୍ଦେଶ୍ୟକୁ ବୁଝାଇ ସେ କହିଲେ ଯେ, 5T ସ୍କୁଲ, କଲେଜ ଯୋଗୁଁ ବେସରକାରୀ ଶିକ୍ଷାନୁଷ୍ଠାନ ଠାରୁ ମଧ୍ୟ ପିଲାମାନେ ଭଲ ସୁବିଧା ପାଉଛନ୍ତି । ବି.ଏସ୍‍.କେ.ୱାଇ କାର୍ଡରେ ବେସରକାରୀ ହସପିଟାଲରେ ମଧ୍ୟ ବିନା ଖର୍ଚ୍ଚରେ ଭଲ ଚିକିତ୍ସା ପାଉଛନ୍ତି । ଲକ୍ଷ୍ମୀ ବସରେ ମା’ମାନେ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କାରେ ଯିବା ଆସିବା କରିପାରୁଛନ୍ତି । ଏହାଦ୍ୱାରା ଆପଣମାନଙ୍କ ବୋଝ ହାଲ୍‍କା ହେଉଛି । ଆପଣମାନଙ୍କ ପିଲାମାନେ ଆଗକୁ ବଢ଼ିବାକୁ ସୁଯୋଗ ପାଉଛନ୍ତି । ଏହାଦ୍ୱାରା ସାରା ଓଡ଼ିଶା ଆଗକୁ ବଢ଼ିବ ।

ସେ କହିଲେ ଯେ, ଓଡ଼ିଶା ଆଗକୁ ବଢ଼ୁଛି, ଲୋକଙ୍କ ସ୍ୱପ୍ନ ପୁରଣ ହେଉଛି । ଏହାର ଅନେକ ଉଦାହରଣ ଅଛି । ବଲାଙ୍ଗୀରର ଜଣେ ଅଙ୍ଗନବାଡ଼ି ଦିଦିଙ୍କ ପୁଅ ଡାକ୍ତରୀ ପାଠରେ ଆଡମିଶନ ନେଇଛି । ଜଣେ ଅଙ୍ଗନବାଡ଼ି ଦିଦି ମଧ୍ୟ ତାଙ୍କ ସ୍ୱପ୍ନ ପୁରଣ କରିପାରୁଛନ୍ତି । ପୁଅକୁ ଡାକ୍ତର କରିପାରୁଛନ୍ତି । ଲୋକଙ୍କ ସ୍ୱପ୍ନ ପୁରଣ ହୋଇପାରୁଛି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି । ମା’ମାନଙ୍କୁ, ଯୁବପିଢ଼ିମାନଙ୍କୁ ସଶକ୍ତ କରି ସେମାନଙ୍କ ଜରିଆରେ ନୂଆ ଓଡ଼ିଶା ଗଠନ କରିବାକୁ ଚାହୁଁଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ।

କେନ୍ଦ୍ରର ବିଜେପି ସରକାର ପ୍ରସଙ୍ଗ ସେ କହିଲେ ଯେ, ସେମାନେ ବହୁତ କଥା କହିଥିଲେ, ପ୍ରତିଶ୍ରୁତି ଦେଇଥିଲେ – ଦରଦାମ୍‍ କମେଇବା, ଏଲ୍‍.ପି.ଜି., ପେଟ୍ରୋଲ, ଡିଜେଲ ଆଦି ଦାମ କମେଇବେ ବୋଲି କହିଥିଲେ । କମିଲା କି ? ରୋଜଗାର ଦେବା କଥା କହିଥିଲେ, ଦେଲେ କି ? ତେଣୁ ଆପଣମାନେ ବୁଝନ୍ତୁ । ସେମାନଙ୍କର ଆପଣଙ୍କ ସୁଖଦୁଃଖ ସହିତ କିଛି ସମ୍ପର୍କ ନାହିଁ । ସେମାନେ କେବଳ ୫ ବର୍ଷରେ ଥରେ ଆସିବେ, ଭୋଟ ମାଗିବେ । ନବୀନ ସରକାର ଆପଣଙ୍କ ସୁଖଦୁଃଖର ସାଥି । ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ବହୁତ ଭଲ ପାଆନ୍ତି । ଆପଣମାନଙ୍କର ଯାହା ବି କିଛି କାମ ଅଛି, ଦାବୀ ଅଛି, ସବୁ ମୁଖ୍ୟମନ୍ତ୍ରୀ ପୁରଣ କରିବେ ।

ସୋରୋରେ ସେ ବାହାନଗାଲୋକଙ୍କର ଉଚ୍ଚ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ବାହାନଗା ମାଟି ସାରା ଦେଶକୁ, ସାରା ଦୁନିଆକୁ ‘ମଣିଷ ପଣିଆ’ ଦେଖାଇଛି । ମଣିଷପଣିଆରେ ନୂଆ ପରିଚୟ ଦେଇଛି ।

୫ ବର୍ଷରେ ଥରେ ଆପଣମାନେ ସୁଯୋଗ ପାଇଛନ୍ତି ଆଶୀର୍ବାଦ କରିବା ପାଇଁ । ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡ଼ିଶା ଗଠନର ସ୍ୱପ୍ନକୁ ସାକାର କରନ୍ତୁ ।

ବିଜୁ ପରିବାରକୁ ଆହ୍ୱାନ ଦେଇ ପାଣ୍ଡିଆନ କହିଲେ ଯେ ଆପଣମାନେ କଠିନ ପରିଶ୍ରମ କରନ୍ତୁ । ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କୁ ବହୁ ଭୋଟରେ ଜିତାଇ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ରଖିବାକୁ ସେ ଅନୁରୋଧ କରିଥିଲେ ।

ବିଭିନ୍ନ ସ୍ଥାନରେ ବିକାଶର ହିସାବ ଦେଇ ସେ କହିଲେ ଯେ, ମୁଖ୍ୟମନ୍ତ୍ରୀ Salt Road ପାଇଁ ୬୦ କୋଟି ଦେଇଛନ୍ତି, ଜଳସେଚନ ପାଇଁ ୨୦୦ କୋଟି ଟଙ୍କାର ପ୍ରକଳ୍ପ ଚାଲିଛି । ଆପଣମାନେ ଯେଉଁ କାମ ପାଇଁ ପ୍ରସ୍ତାବ ଦେଇଥିଲେ ତା’ର ୮୦ ପ୍ରତିଶତ କାମ ହୋଇଯାଇଛି । ସିମୁଳିଆ ଓ ଖଇରାକୁ ଏନ୍‍.ଏ.ସି ମାନ୍ୟତା ଦିଆଯାଇଛି । ସାଳନ୍ଦୀ ଲେଫ୍ଟ କେନାଲ ଓ ବିଭିନ୍ନ ଆଡ଼ିବନ୍ଧ ନିର୍ମାଣ ଜରିଆରେ ଜଳସେଚନ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ବହୁତ କାମ କରିଛନ୍ତି ।

You might also like
Leave A Reply

Your email address will not be published.