Odia news portal

ମୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି କରୁଛି ବିଜେପି

ଭୁବନେଶ୍ୱର : ମୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି କରୁଛି ବିଜେପି। ନିର୍ବାଚନ ବୈତରଣୀ ପାର ହେବା ଲାଗି ବିଜେପି ଭୋଟରଙ୍କୁ ପ୍ରଭାବିତ କରିବାକୁ ଶେଷ ଆୟୁଧ କରିଛି । ଓଡିଶାରେ ମା’ଙ୍କ ସମର୍ଥନ କମ ପଡିବାରୁ ବିଜେପି ଉତ୍ତର ପ୍ରଦେଶରୁ ମହିଳାଙ୍କୁ ଆଣିଛନ୍ତି । ଉତ୍ତର ପ୍ରଦେଶରୁ ଆସିଛନ୍ତି ୧୫ ଜଣିଆ ମହିଳା ଗ୍ୟାଙ୍ଗ । ଏହି ଗ୍ୟାଙ୍ଗର ନେତୃତ୍ୱ ନେଉଛନ୍ତି ରଜନୀ ତୋମାର । ରାଜନଗର ନିର୍ବାଚନ ମଣ୍ଡଳୀର ଭିତରଗଡ଼ ପଂଚାୟତରେ ମହିଳାଙ୍କୁ ଏହି ଗ୍ୟାଙ୍ଗ ପ୍ରଲୋଭିତ କରୁଛନ୍ତି ।

ଉତ୍ତର ପ୍ରଦେଶରେ ସରକାରରେ ଥାଇ ସୁଭଦ୍ରା ଯୋଜନାରେ ମା’ଙ୍କୁ ୫୦ ହଜାର ଟଙ୍କା ଦେଉଛୁ ବୋଲି କହି ଭୁତଉଛନ୍ତି । ଭିତରଗଡ଼ ପଂଚାୟତର ମହିଳାଙ୍କ ବ୍ୟାଙ୍କ ସୂଚନା ନେଇ ସେମାନଙ୍କୁ ପ୍ରଲୋଭିତ କରୁଛନ୍ତି । ବିଜେପିର ରାଜନଗର ବିଧାୟକ ପ୍ରାର୍ଥୀ ଲଳିତ କୁମାର ବେହେରା ଓ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଲାଗି ସେମାନେ ଭୋଟ ମାଗୁଛନ୍ତି । ବିଜେପି କେବେ ମହିଳାଙ୍କ ସହ ନଥିଲା କି ସମ୍ମାନ ଦେଉନଥିଲା । ନିର୍ବାଚନ ଆସିବାରୁ ବିଜେପି ନେତା ଅନ୍ଧାରୀ ବିଜେ କରୁଛନ୍ତି ।

ଅନ୍ଧାରୀ ବିଜେ କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ଏ ନେଇ ବିଜେଡ଼ିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ସମସ୍ତ ଭିଡିଓ ପ୍ରମାଣ ଦେଇଛି।

You might also like
Leave A Reply

Your email address will not be published.