Odia news portal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ଓ ପୁଅଙ୍କ ପାସ୍ ହାର ୯୫.୩୯ ପ୍ରତିଶତ ଭୁଵନେଶ୍ଵର : ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ପାସ୍ ପାର ୯୬.୦୭ ପ୍ରତିଶତ ରହିଛି। ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ରହିଥିବାବେଳେ ଓ ପୁଅଙ୍କ ପାସ୍ ହାର ୯୫.୩୯ ପ୍ରତିଶତ ରହିଛି । ଦିନ ୧୧ଟା ୩୦ ସୁଦ୍ଧା…

ମହାପ୍ରଭୁ ଜଗନ୍ନାଥ ଓ ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଜେଡି ବଡ଼ ବିଜୟ ହାସଲ କରିବ : ପାଣ୍ଡିଆନ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ବର୍ତମାନ ସୁଦ୍ଧା ଦଳ ୮୦ରୁ ୮୫ ପ୍ରତିଶତ ବିଜୟ ହାସଲ କରିଛି । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ବିଜେଡି ନେତା ଭିକେ ପାଣ୍ଡିଆନ ଏଭଳି ଦମ୍ଭୋକ୍ତି…

ଆଜି ଆଇପିଏଲ ଫାଇନାଲ ଟକ୍କର

ନୂଆଦିଲ୍ଲୀ : ଆଜି ଆଇପିଏଲ ଫାଇନାଲ ଟକ୍କର। ଇଣ୍ଡିଆନ ପ୍ରିମିୟର ଲିଗର ୧୭ ତମ ସଂସ୍କରଣରେ ଖେଳାଯିବ ଫାଇନାଲ ମୁକାବିଲା। କୋଲକାତା ନାଇଟ ରାଇଡର୍ସ ସହ ହେବ ସନରାଇଜର୍ସ ହାଇଦ୍ରାବାଦର କଡ଼ା ଟକ୍କର। କପ ଜିତିବାକୁ ଉଭୟ ଦୁଇ ଦଳ ମଧ୍ୟରେ ହେବ କଡ଼ା ସଂଘର୍ଷ।କିଏ ଜିତିବ କପ୍ ଏହାକୁ ନେଇ ପ୍ରଶଂସକ…

EVM ଫିଙ୍ଗିବା ଅଭିଯୋଗରେ ଗିରଫ ହେଲେ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: EVM ଫିଙ୍ଗିବା ଅଭିଯୋଗରେ ଗିରଫ ହେଲେ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଫିଙ୍ଗାଯିବା ଅଭିଯୋଗ ମାମଲାରେ ଚିଲିକା ବିଧାୟକ ତଥା ଚଳିତ ନିର୍ବାଚନରେ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି। …

ଗୋଟିଏ ଦିନରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ସାମ୍ବାଦିକଙ୍କୁ ଆକ୍ରମଣ

ଭୁଵନେଶ୍ଵର : ଦେଶର ଚତୁର୍ଥ ସ୍ତମ୍ବ ବି ଆଜି ସୁରକ୍ଷିତ ନୁହେଁ । ସାମ୍ବାଦିକମାନେ ଏବେ ଲୋକପ୍ରତିନିଧୀଙ୍କ ଆକ୍ରୋଶରେ ବାରମ୍ବାର ଶିକାର ହେଉଛନ୍ତି । ଏହା ପଛରେ କାରଣ ଯାହା ହେଉନା କାହିଁକି, କିନ୍ତୁ ଏହା ନିନ୍ଦନୀୟ । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ…

ଆସନ୍ତାକାଲି ସକାଳେ ଭୀଷଣ ବାତ୍ୟାର ରୂପ ନେବ ରେମାଲ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ତୀବ୍ର ଅବପାତ ନେଲା ବାତ୍ୟାର ରୂପ । ଏହା ଭୀଷଣ ବାତ୍ୟାର ରୂପ ନେଇ ଆସନ୍ତାକାଲି ମଧ୍ୟ ରାତିରେ ସ୍ଥଳଭାଗ ଛୁଇଁବା ନେଇ ସୂଚନା ଦିଆଯାଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ୍…

ସୁକିନ୍ଦା, ଯାଜପୁର, ବିଞ୍ଝାରପୁର, ବରୀ, ଧର୍ମଶାଳା ଓ ବଡ଼ଚଣାରେ ପାଣ୍ଡିଆନଙ୍କ ତୋଫାନି ନିର୍ବାଚନ ପ୍ରଚାର

ବିଜେପିର ଆଭ୍ୟନ୍ତରିଣ ସର୍ଭେ କହୁଛିସେମାନଙ୍କ ଟାରଗେଟ୍‍ ହଉଛି ୩୦ଟି ଆସନସେଥିରେ ପୁଣି ଧର୍ମଶାଳା ବି ଅଛିମୁଁ ବିନମ୍ରତାର ସହ କହୁଛିଓଡ଼ିଶାରେ ଯେତେ ଓଲଟା ପୋଲଟା କାମ କଲେ ବିଧର୍ମଶାଳାରୁ ଆଶୀର୍ବାଦ କମିବ ନାହିଁ, କେବଳ ବଢ଼ିବ ଧର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଶାଣିତ…

ଚାଲି ଚାଲି ଆସି ଭୋଟ୍ ଦେଲେ ନବୀନ ପଟ୍ଟନାୟକ

ଭୁଵନଶ୍ବର : ଚାଲି ଚାଲି ଆସିଲେ, ଭୋଟ୍ ଦେଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଚାଲି ଚାଲି ଆସି ମତଦାନ କରିଛନ୍ତି । ଭୁବେନଶ୍ବର ଏରୋଡ୍ରମ କଲୋନୀସ୍ଥିତ ୟୁପି ସ୍କୁଲ ବୁଥରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତଦାନ ସାବ୍ୟସ୍ତ କରିଛନ୍ତି। ନବୀନ ପଟ୍ଟନାୟକ ଅସୁସ୍ଥ…

ଯାଜପୁରରେ ଭୋଟ ଆଶୀର୍ବାଦ ମାଗିଲେ ପାଣ୍ଡିଆନ

ଭୁବନେଶ୍ବର : ନେତା ଯେମିତି ସେନାପତି ବି ସେମିତି । ଗତଥର ମୁଖ୍ୟମନ୍ତ୍ରୀ ଆସ୍କା ଲୋକସଭା ଆସନରୁ ଜଣେ ଏସଏଚଜି ମାଙ୍କୁ ପ୍ରାର୍ଥୀ କରିଥିଲେ । ଏଥର ବବି ବାବୁ ବି ଜଣେ ଏସଏଚଜି ମାଙ୍କୁ ଯାଜପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯାଜପୁରକୁ ବହୁତ ଭଲ ପାଆନ୍ତି । ତାଙ୍କ…

ଅଟୋରେ ଆସି ଭୋଟ୍ ଦେଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ଭୋଟ୍ ଦେଉଛି ଓଡ଼ିଶା । ବରିଷ୍ଠ ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମତଦାନ ସାବ୍ୟସ୍ତ କରିଛନ୍ତି । ସେ ଅଟୋରେ ଆସି ମତଦାନ କେନ୍ଦ୍ରରେ ପହଞ୍ଚିଥିବାବେଳେ ଧାଡ଼ି ଛିଡ଼ା ହୋଇଥିଲେ । ଏହାପରେ…