Odia news portal

ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ମନ୍ଦିର ଓ ମଠର ପୂଜକ ଓ ସେବାୟତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଜଗତସିଂହପୁର : ମହାମାରୀ କରୋନା ର ତାଣ୍ଡବ ସମୟରେ ଏହାର ନିୟନ୍ତ୍ରଣ ପାଇଁ ସରକାରୀ ନିୟମାନୁଯାୟୀ ସମସ୍ତ ତୀର୍ଥସ୍ଥାନକୁ ଭକ୍ତଙ୍କ ପାଇଁ ପ୍ରବେଶ ନିଷେଧ କରାଯାଇଛି । ଆଜି ପବିତ୍ର ରଜସଂକ୍ରାନ୍ତି ଓ ଶିତଲଷଷ୍ଠୀ ଅବସରରେ ହିନ୍ଦୁ ଜାଗରଣ ମଞ୍ଚ ଓଡିଶା (ପୂର୍ବ) ତରଫରୁ ବାଣୀକ୍ଷେତ୍ର ସୁରକ୍ଷା ପରିଷଦର ସାହାଯ୍ୟରେ ଜଗତସିଂହପୁର ଜିଲ୍ଲାର ଏରସମା ଓ ବାଲିକୁଦା ବ୍ଲକର ବିଭିନ୍ନ ମନ୍ଦିର, ମଠର ପୂଜକ ଓ ସେବାୟତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ହିନ୍ଦୁ ଜାଗରଣ ମଞ୍ଚ, ଓଡିଶା(ପୁର୍ବ) ପ୍ରାନ୍ତର ପ୍ରାନ୍ତସଙ୍ଘଠନମନ୍ତ୍ରୀ ମାନନୀୟ ତନ୍ମୟ ଦାସ, ଜାତୀୟ ସ୍ୱେଚ୍ଛାସେବୀ ଚିନ୍ମୟୀ ବେହେରା, ନକୁଳ ନାୟକ ବାଣୀକ୍ଷେତ୍ର ସୁରକ୍ଷା ପରିଷଦର ଆବାହକ ବଳରାମ ଦଳାଇ, ସଂଯୋଜକ ଦେବାଶିଷ ଚୌଧୁରୀ , ସୁଜିତ କୁମାର ସ୍ୱାଇଁ, ଅନ୍ତର୍ଯ୍ୟାମୀ ବେହେରା, ଭବ ରଞ୍ଜନ ବେହେରା , ଅର୍ପିତା ବିଶ୍ୱାଳ, ମିନତୀ ବିଶ୍ୱାଳ, ଯୁବ ସମାଜସେବୀ ଭାସ୍କର ବେହେରା, କୁବେର ସାହୁ, ଟିଟନ କୁମାର ପ୍ରମୁଖ ଯୋଗଦାନ କରିଥିଲେ ।

You might also like

Leave A Reply

Your email address will not be published.