ରାଜ୍ୟ ବ୍ଯାଙ୍କିଙ୍ଗ୍ ଟେବୁଲ ଟେନିସ ଚାମ୍ପିଅନସିପ୍ ଉଦଯାପିତ
ଭୁବନେଶ୍ଵର,(ଚକ୍ରଧର ମାଝି) : ଲକ୍ଷ୍ମୀସାଗର ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ଖୋର୍ଦ୍ଧା ଜିଲ୍ଲା ଟିଟି ସଂଘ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟ ବ୍ୟାଙ୍କିଙ୍ଗ୍ ଟେବୁଲ ଟେନିସ ଚାମ୍ପିଅନସିପ୍ଟ ମହିଳା ସିଙ୍ଗଲ୍ସରେ ଶ୍ଵେତପଦ୍ମା ଦଳେଇ ଏବଂ ପୁରୁଷରେ ମୈନକ ଦାସ ଚାମ୍ପିଅନ ହୋଇଛନ୍ତି। ଶ୍ଵେତପଦ୍ମା ମହିଳା ସିଙ୍ଗଲ୍ସ ଓ ୧୯ ବର୍ଷରୁ କମ୍ ବାଳିକା ବର୍ଗରେ ଟାଇଟଲ ଜିତିଛନ୍ତି। ପୁରୁଷ ସିଙ୍ଗଲ୍ସ ଫାଇନାଲରେ ମୈନକ ୪-୩ରେ ତୁଷାର ଚୌହାନଙ୍କୁ ପରାଜିତ କରିଥିଲେ । ସେହିପରି ମହିଳାରେ ଶ୍ଵେତପଦ୍ମା ୪-୩ରେ ନେହା କୁମାରୀଙ୍କୁ ହରାଇଥିଲେ । ସେମିତି ୧୯ ବର୍ଷରୁ କମ୍ ବାଳିକାରେ ଶ୍ଵେତପଦ୍ମା ୪-୧ରେ ଉର୍ଜା ବର୍ମାଙ୍କୁ ଏବଂ ବାଳକ ବର୍ଗରେ ଜିଜ୍ଞାସୁ ସାହୁ ୪-୦ରେ ମହମ୍ମଦ ଜିସାନଙ୍କୁ ହରାଇ ଚାମ୍ପିଅନ ହୋଇଥିଲେ।
୧୭ ବର୍ଷରୁ କମ୍ ବାଳିକାରେ ଉର୍ଜା ୪-୦ରେ ସାକ୍ଷୀ ଭଗତଙ୍କୁ ଏବଂ ବାଳକରେ ଜିଜ୍ଞାସୁ ୪-୦ରେ ଜିଜ୍ଞାସୁ ସାଇ କିରଣ ପ୍ରଧାନଙ୍କୁ ପରାଜିତ କରିଥିଲେ। ସେହିପରି ୧୫ ବର୍ଷରୁ କମ୍ ବାଳିକାରେ ଉର୍ଜା ୩–୧ରେ ଶ୍ଵେତା ବର୍ମାଙ୍କୁ ଏବଂ ବାଳକରେ ଜିଜ୍ଞାସୁ ପ୍ରଧାନ ୩-୦ରେ ଆୟୁଷ୍ଠାନ ପତିଙ୍କୁ ହରାଇ ବିଜେତା ହୋଇଥିଲେ । ୧୧ ବର୍ଷରୁ କମ୍ ବାଳିକାରେ ଆରାଧ୍ୟା ସାହୁ ୩-୧ରେ ଅନ୍ଵେଷା ଅନିରୁଦ୍ଧଙ୍କୁ ଏବଂ ବାଳକରେ ଅଭନିଶ ସୁବ୍ରମଣ୍ୟମ ୩-୦ରେ ସୁବିତ ପ୍ରଧାନଙ୍କୁ ହରାଇଥିଲେ। ୧୩ ବର୍ଷରୁ କମ୍ ବାଳିକାରେ ଆରାଧ୍ୟା ୩-୦ରେ ଶ୍ଵେତା ବର୍ମାଙ୍କୁ ଏବଂ ବାଳକରେ ଜିଜ୍ଞାସୁ ପ୍ରଧାନ ୩-୦ରେ ସୟଦ ଅଲିଙ୍କୁ ପରାସ୍ତ କରି ଟାଇଟଲ ଜିତିଥିଲେ।
ଉଦ୍ଯାପନୀ ଉତ୍ସବରେ କେଡିଟିଟିଏ ସଭାପତି ବିଜନ ଦାସ ମହାପାତ୍ର, କାର୍ଯ୍ୟକାରୀ ସଭାପତି ତ୍ରୈଲୋକ୍ୟ ନାଥ ରାଉତ, ଉପସଭାପତି ଶଶାଙ୍କ ଶେଖର ମହାପାତ୍ର, ସମ୍ପାଦକ ଦେବଦତ୍ତ ମହାନ୍ତି, ପୂର୍ବତନ ସମ୍ପାଦକ ସ୍ମୃତିରଂଜନ ଦାସ, ପିକେ ସାମନ୍ତରାୟ, ରଞ୍ଜିତା ଭଟ୍ଟାଚାର୍ଯ୍ୟ ପ୍ରମୁଖ ପୁରସ୍କାର ପ୍ରଦାନ କରିଥିଲେ।