Odia news portal

୮ ନମ୍ବର ୱାର୍ଡରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର, (ଚକ୍ରଧର ମାଝି) : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୮ ନମ୍ବର ୱାର୍ଡରେ ବିଜୁ ଜନତା ଦଳ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ୱରେ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀ ସାଇ ମନ୍ଦିର ଠାରୁ ପଦଯାତ୍ରା ଶୁଭାରମ୍ଭ ହୋଇ ସମସ୍ତ କଲୋନୀ ପରିକ୍ରମା କରି ଡମଣା ହାଟ ବସ୍ତିରେ ପହଞ୍ଚି ଥିଲା ।

ସେଠାରେ ଯୁବନେତା ମନୋଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ବିଧାୟକ ସୁଶାନ୍ତ କୁମାର ରାଉତ କହିଥିଲେ ବିଜେଡି ସରକାର ବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ରାଜ୍ୟରେ ବିକାଶ ପ୍ରକ୍ରିୟା ଶିଖରରେ ପହଞ୍ଚି ଥିଲା । ପ୍ରତ୍ୟେକ କ୍ଷେତ୍ରରେ ଓଡିଶା ୧ ନମ୍ବରରେ ରହୁଥିଲା । କିନ୍ତୁ ବର୍ତ୍ତମାନର ସରକାର ସମସ୍ତ କ୍ଷେତ୍ରରେ ବିଫଳ ହେଉଛି । ଆମ ସରକାର କରିଥିବା ଯୋଜନା ଗୁଡିକ ନା ବଦଳାଇ ବାହା ବାହା ନେବାକୁ ଚେଷ୍ଟା କରୁଛି । ନିର୍ବାଚନରେ ଦେଇଥିବା ପ୍ରତିଶୃତି ପାଳନ ନ କରି ମିଛରେ ଜନସାଧାରଣଙ୍କୁ ଭୂଆଁ ବୁଲଉଛି । ତେଣୁ ଏ ସରକାରର ବିଫଳତା ଓ ନବୀନ ବାବୁଙ୍କ ସଫଳତା ବାର୍ତ୍ତା ଘରେ ଘରେ ପହଞ୍ଚାଇବା ପାଇଁ ସମସ୍ତ ଛାମୁଆ ନେତା ଓ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମେୟର ସୁଲୋଚନା ଦାସ, ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ବରି ନେତା ସୁବାସ ପାତ୍ର, ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟର ମୋନାଲିସା ସାହୁ, ଲାଲ ମୋହନ ଟୁଡୁ, ପୂର୍ବତନ କର୍ପୋରେଟର ସଞ୍ଜୟ ସେଠୀ ପ୍ରମୁଖ ଯୋଗଦେଇ ମିଥ୍ୟା ପ୍ରତିଶୃତି ଦେଇ ଶାସନ ଗାଦିରେ ବସିଥିବା ବିଜେପି ସରକାର ସାଧାରଣ ଲୋକଙ୍କ ସ୍ୱାର୍ଥ ପୂରଣ କରିବାରେ ଅବହେଳା ପ୍ରଦର୍ଶନ କରୁଥିବା ବିଷୟରେ ଲୋକମାନଙ୍କୁ କହିଥିଲେ । କାର୍ଯ୍ୟକ୍ରମରେ ଉତ୍ତରର ସମସ୍ତ କର୍ପୋରେଟର, ଛାମୁଆ ନେତା, ଯୁବନେତା, ନାରୀନେତ୍ରୀ ଓ କର୍ମୀମାନେ ଉପସ୍ଥିତ ଥିଲେ । ୱାର୍ଡ ସଭାପତି ଲକ୍ଷ୍ମୀଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

You might also like
Leave A Reply

Your email address will not be published.